ପୋଷା କୁକୁର ର ବି ମୃତ୍ୟୁ
ପଟ୍ଟାଙ୍ଗି ( ପ୍ରତିଫଳନ ମିଡିଆ)
କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ ଆମ୍ପାବାଲି ପଂଚାୟତ ର କନ୍ଧ ପୁଟାବନ୍ଧ ଗ୍ରାମରେ ଘଟିଛି ଦୁଃଖଦ ଘଟଣା। ବଜ୍ରପାତରେ ଗୋଟେ ପରିବାରର ୩ଜଣଙ୍କର ମୃତ୍ୟୁ ଘଟିଛି । ପୋଷା କୁକୁର ବି ମରିଯାଇଛି । ଘଟଣା ସ୍ଥଳକୁ ଆମ୍ବୁଲାନ୍ସ ପଠାଯାଇଛି ବୋଲି ପଟାଙ୍ଗି ତହସିଲଦାର ସୂଚନା ଦେଇଛନ୍ତି।
କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ ଅଧିନସ୍ଥ ଆମ୍ପାବାଲି ପଂଚାୟତ ର କନ୍ଧ ପୁଟାବନ୍ଧ ଗ୍ରାମର ଜଣେ ମହିଳା , ଜଣେ ନାବାଳିକା ଓ ଗୋଟିଏ ପୁରୁଷ ବିଜୁଲି ଆଘାତରେ ପ୍ରାଣ ହରାଇ ଥିବା ସୂଚନା ମିଳିଛି . ମୃତ ତିନି ଜଣକ ମଧ୍ୟରେ ବାପା ଓ ଝିଅ ରହିଛନ୍ତି । ବାପା ର ନାମ ଗେମେଲ କ୍ରିଷ୍ଣା ଓ ୧୩ ବର୍ଷ ବୟସ୍କ ଝିଅ ର ନାମ ଗେମେଲ କମି ,ସେହି ଗ୍ରାମର ମୃତ ମହିଳାଙ୍କ ନାମ ଗେମେଲ ତୁମ୍ବାଇ ବୋଲି ଜଣା ପଡିଛି । ପ୍ରବଳ ବର୍ଷା ହେବା ସମୟରେ ଗଛ ତଳେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ପଡ଼ି ମୃତ୍ୟୁ ଘଟିଛି । ଏମାନଙ୍କ ସାଥିରେ ଥିବା ପୋଷା କୁକୁର ଟିର ବି ମୃତ୍ୟୁ ଘଟିଛି । ଘଟଣାର ତଦନ୍ତ ପାଇଁ ଗ୍ରାମକୁ ରାଜସ୍ବ ନିରିଖିକଙ୍କୁ ପଠା ଯାଇଛି ବୋଲି ପଟ୍ଟାଙ୍ଗି ତହସିଲଦାର ବାହାଦୁର ସିଂ ଧାରୁଆ ସୂଚନା ଦେଇଛନ୍ତି ।

ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ । ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ୪ଲକ୍ଷ ଟଙ୍କା ଲେଖାଏଁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କୋରାପୁଟ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।