(ପ୍ରତିଫଳନ ମିଡ଼ିଆ)
ଲୋଭନୀୟ ପ୍ରାକୃତିକ ପରିବେଶରେ ଭରପୂର ଦେଓମାଳିର ଅପରୂପ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ଭିଡ ଦିନକୁ ଦିନ ବଢିବାରେ ଲାଗିଛି। ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ପଟ୍ଟାଙ୍ଗୀ ବ୍ଲକ୍ ପ୍ରଶାସନ ,ସ୍ଵୟଂ ସହାୟକ ଗୋଷ୍ଠୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଦେଓମାଳିର ପରିବେଶକୁ ସ୍ୱଚ୍ଛ ରଖିବା ପାଇ ସ୍ବଚ୍ଛତା ଅଭିଯାନ ଆରମ୍ଭ କରିଛନ୍ତି । ଏହା ସହ ଏଣେତେଣେ ବ୍ୟବହୃତ ଦ୍ରବ୍ୟ ବା ପଲିଥିନ ଗୁଡ଼ିକୁ ନ ପକାଇ ଡ଼ଷ୍ଟବିନ ବ୍ୟବହାର କରିବାକୁ ଆଗନ୍ତୁକଙ୍କୁ ସଚେତନ କରିଛନ୍ତି । ଏଭଳି ପଦକ୍ଷେପକୁ ପର୍ଯ୍ୟଟକ ମାନେ ପ୍ରଶଂସା କରିଛନ୍ତି ।ଦେଓମାଳିକୁ ପର୍ଯ୍ୟଟକଙ୍କ ଆସିବା ଯେତିକି ବଢୁଛି। ସେତେ ଅଧିକ ଅଳିଆ ଆବର୍ଜନା ପଡ଼ି ପରିବେଶ ଖରାପ ହେଉଛି । ପର୍ଯ୍ୟଟକମାନେ ସଚେତନ ହେଉନଥିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି। ପର୍ଯ୍ୟଟକମାନେ ଭୋଜି ଭାତର ଆୟୋଜନ କରି ମଉଜ ମସ୍ତି କରି ଚାଲିଯାଉଛନ୍ତି ହେଲେ ଯିବାବେଳେ ବ୍ୟବହାର କରିବାପରେ ଅଳିଆ ଆବର୍ଯ୍ୟନା ଗୁଡ଼ିକୁ ପକାଇ ଚାଲିଯାଉଛନ୍ତି।ଯାହାଫଳରେ ଦେଓମାଳିରେ ଦିନକୁ ଦିନ ଅଳିଆ ଆବର୍ଜନମୟ ହୋଇପଡୁଛି । ଏହାକୁ ସ୍ୱଚ୍ଛ ରଖିବାକୁ ବ୍ଲକ୍ ପ୍ରଶାସନ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରାଯାଇଛି ।

ଆଗାମୀ ଦିନରେ ଦେଓମାଳିକୁ ଅଳିଆ ଆବର୍ଜନା ମୁକ୍ତ ରଖିବାକୁ ଲକ୍ଷ୍ୟ ରଖାଯାଇଛି । ବ୍ୟବହୃତ ପ୍ଲାଷ୍ଟିକ ବୋଟେଲ ବା କାଗଜ ଠୁଙ୍ଗା ଗୁଡ଼ିକୁ ବାହାରେ ନ ଫୋପଡ଼ି ନିର୍ଦ୍ଧିଷ୍ଟ ସ୍ଥାନରେ କିପରି ପକାଇବେ ସେଥିନେଇ ବ୍ଲକ ପ୍ରଶାସନ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ପର୍ଯ୍ୟଟକଙ୍କୁ ସଚେତନ ଓ ଜାଗୃତ କରାଇବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଓମାଳିରେ ପ୍ରବେଶ କରିବା ପୂର୍ବରୁ ପର୍ଯ୍ୟଟକଙ୍କ ଠାରୁ ପ୍ରବେଶ ଗେଟଠାରେ ଗାଡ଼ି ଗୁଡ଼ିକଠାରୁ ସିକୁରିଟି ଟଙ୍କା ନିଆଯାଇ ତାଙ୍କୁ ଦୁଇଗୋଟି ଵାୱ ଡିଗ୍ରେଡେବଲ୍ ବ୍ୟାଗ୍ ଦିଆଯାଉଛି।ପର୍ଯ୍ୟଟକ ମାନେ ବ୍ୟାଗ୍ ଗୁଡ଼ିକରେ ନିଜର ବ୍ୟବହୃତ ଆବାର୍ଜନା ଗୁଡ଼ିକୁ ଭରି ଗେଟ ରେ ଆଣି ଦେବେ।ଏହାପରେ ସେମାନେ ଦେଇଥିବା ସିକୁରିଟି ଟଙ୍କାଟିକୁ ଫେରି ପାଇବାର ବ୍ୟବସ୍ଥା କରାଯାଇଛି।
ନଚେତ୍ ଟଙ୍କା ଫେରି ଫାଇବେ ନାହିଁ । ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମକଟିକୁ ଶୁଭାରମ୍ଭ କରାଯାଇଛି । ଉଦଘାଟନ କରିଛନ୍ତି ପଟ୍ଟାଙ୍ଗି ବିଡ଼ିଓ । ଏହି ଅଭିଯାନରେ ସାମିଲ ହୋଇଥିଲେ ପଟ୍ଟାଙ୍ଗି ବ୍ଲକ ର ବିଭିନ୍ନ ମହିଳା ସ୍ୱୟ ସହାୟକ ଗୋଷ୍ଠୀର ମହିଳା ମାନେ, ସରକାରୀ କର୍ମଚାରୀ ଓ ସ୍ୱେଚ୍ଛାସେବୀ ସଙ୍ଗଠନ । ଏକତ୍ରିତ ହୋଇ ଦେଓମାଳି ପର୍ବତରେ ପଡିରହିଥିବା ଅଳିଆ ଗୁଡ଼ିକୁ ମଧ୍ୟ ସଫା କରିଥିଲେ। ସଂଗୃହିତ୍ ଆବର୍ଜନା ଗୁଡ଼ିକୁ ଏକାଠି କରି ପୋଡ଼ି ନଷ୍ଟ କରିଥିଲେ। ପୋଡାଯିବା ପରେ ପାଉଁଶ ଗୁଡ଼ିକୁ ଉଠାଇ ଅନ୍ୟ ସ୍ଥାନରେ ପକାଇଥିଲେ । ବ୍ଲକ୍ ପ୍ରଶାସନର ଏଭଳି ପ୍ରୟାସକୁ ପର୍ଯ୍ୟଟକ ମାନେ ପ୍ରଶଂସା କରିଅଛନ୍ତି।ଆଗାମୀ ଦିନରେ ଉକ୍ତ କାର୍ଯ୍ୟଟି ଉଦାହରଣ ସୃଷ୍ଟି କରିପାରିବ ଆଶା କରାଯାଉଛି ।ପର୍ଯ୍ୟଟକମାନେ ମଧ୍ୟ ସଚେତନ ହୋଇ ପର୍ଯ୍ୟଟନସ୍ଥଳୀଗୁଡିକୁ ଅଳିଆ ଆବର୍ଜନା ମୁକ୍ତ କରିବା ନିମନ୍ତେ ଯତ୍ନବାନ୍ ହେବେ ଆଶା କରା ଯାଉଛି।

ନିଜେ ନିଜେ ସଚେତନ ହେଲେ ପର୍ଯ୍ୟଟନ ସ୍ଥଲ୍ ଗୁଡ଼ିକର ପରିବେଶ ପରିଷ୍କାର ପରିଚ୍ଛନ୍ନ ହୋଇପାରିବ । ଏଥି ପାଇଁ ପର୍ଯ୍ୟଟକ ମାନେ ଜାଗୃତ ହେବା ଆବଶ୍ୟକତା ରହିଛି ।