ତିନି ନୂଆ ଆଇନକୁ ନେଇ କୋରାପୁଟ ଟାଉନଥାନା ପକ୍ଷରୁ ଛାତ୍ର ଛାତ୍ରୀଙ୍କୁ ସଚେତନତା

ପ୍ରତିଫଳନ ମିଡ଼ିଆ

କୋରାପୁଟ ରେ ଛାତ୍ର ଛାତ୍ରୀ ଙ୍କୁ ନୂତନ ଆଇନ ସଂପର୍କରେ ପୋଲିସ ପକ୍ଷରୁ ସଚେତନତା କରା ଯାଇଛି ।
କୋରାପୁଟ ଆଦର୍ଶ ଥାନାର ଉଦଘାଟନ ପରେ କଲେଜ ଛାତ୍ରଛାତ୍ରୀଙ୍କୁ ନୂଆ ତିନି ଆଇନ୍ ସଂପର୍କରେ ସଚେତନତା କରାଯାଇଛି । ଆଦର୍ଶ ଥାନାର ସମ୍ମିଳନୀ କକ୍ଷରେ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଭାରାତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା , ଭାରତୀୟ ସାକ୍ଷ୍ୟ ଅଧିନିୟମକୁ ନେଇ ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ଛାତ୍ର ଛାତ୍ରୀଙ୍କୁ ବିଶଦ ଭାବରେ ବୁଝାଇଥିଲେ ।

ଏହି ସଚେତନତା ଶିବିରରେ ଏଏସପି ମନୋବ୍ରତା ଶତପଥୀ, ଏସଡିପିଓ ଡ.ଶ୍ରାବଣୀ ନାୟକ, ଏସଆଇ ରଣଜିତ ମିଶ୍ର, ରାଜେଶ ପ୍ରିୟଦର୍ଶୀ ନାୟକ, ଲତିକା ବୈଦ୍ୟ ସଚେତନତା ସୃଷ୍ଟି କରିଥିଲେ। ଆଇନର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇଥିଲେ। ନୂଆ ଥାନାର ସମସ୍ତ କକ୍ଷ ବୁଲି ଛାତ୍ରଛାତ୍ରୀ ମାନେ ଦେଖିଥିଲେ। ଏଥିରେ ସରକାରୀ ମହିଳା ମହାବିଦ୍ୟାଳୟ, ଟାଲେଣ୍ଟସ୍ ଓବିଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ପ୍ରଥମ ଥର ଥାନାକୁ ଆସି ପୋଲିସ ଅଧିକାରୀଙ୍କ ସହ ଆଲୋଚନାରେ ଭାଗ ନେଇ ଥିବାର ସୁଯୋଗ ମିଳିଥିବାରୁ ଛାତ୍ର ଛାତ୍ରୀ ମାନେ ଖୁସି ପ୍ରକଟ କରିଛନ୍ତି ।
ଛାତ୍ର ଛାତ୍ରୀ ମାନେ ନୂଆ ଆଇନ ସମ୍ପର୍କ ରେ ଜାଣିବା ଦ୍ବାରା ସମାଜ ସଚେତନ ହୋଇପାରିବ ବୋଲି ଡିଆଇଜି ଆଖିଲେଶ୍ୱର୍ ସିଂହ ଓ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ୍ କହିଛନ୍ତି ।

Spread the love