ଆରୋଗ୍ୟ କେନ୍ଦ୍ରରେ ଗଞ୍ଜେଇ ବେପାର◆ଗଞ୍ଜେଇ ସହ ଗିରଫ ହେଲେ କିଙ୍ଗପିନ ଏଏନଏମ

ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଗୁଲୁଗୁଡାର ଘଟଣା

ପଦ୍ମପୁର : ପ୍ରତିଫଳନ ମିଡ଼ିଆ

ସ୍ବାସ୍ଥ୍ୟ କେନ୍ଦ୍ରରେ ଚାଲୁଥିଲା ଗଞ୍ଜେଇ କାରବାର । କାରବାର କରୁଥିଲେ ଖୋଦ ସ୍ବାସ୍ଥ୍ୟକର୍ମୀ । ପୋଲିସ ଆଖିରେ ଧୂଳି ଦେଇ ଚଳେଇଥିଲେ କାରବାର । ବଢି ଯାଇଥିଲା ଅର୍ଥ ରୋଜଗାର କରିବାର ଲୋଭ । ଗଞ୍ଜେଇ କିଣି ନିଜେ ବିକୁଥିଲେ ବେପାରୀଙ୍କୁ । ଶେଷରେ ପୋଲିସ ହାତରେ ଧରାପଡିଲେ କିଙ୍ଗପିନ ଏ ଏନ ଏମ ।

ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଗୁଲୁଗୁଡା ଏଏନଏମ ଗିରଫ | ଏଥିସହ ତାଙ୍କ ସରକାର ଘର ଭିତରୁ 2 କେଜି 440 ଗ୍ରାମ ଗଞ୍ଜେଇ ଓ ମୋବାଇଲ ଜବତ | ଗିରଫ ମହିଳା ସ୍ୱାସ୍ଥ୍ୟ କର୍ମୀ ହେଲେ ଜୋସ୍ନାରାଣୀ ସେଠି | କୌଣସି ସୂତ୍ର ରୁ ପଦ୍ମପୁର ପୋଲିସ ଖବର ପାଇ ଗୁଲୁଗୁଡା ରେ ଥିବା ଏଏନଏମ ଙ୍କ ସରକାରୀ ଘରେ ଚଢାଉ କରିଥିଲା | ଚଢାଉ ସମୟରେ ଘର ଭିତରୁ ଗୋଟିଏ ପ୍ୟାକେଟ ମିଳିଥିଲା | ଖୋଲିବା ବେଳକୁ ଗଞ୍ଜେଇ ଥିବା ପୋଲିସ ଦେଖିବାକୁ ପାଇଥିଲା | ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଗଞ୍ଜେଇ ସହ ମୋବାଇଲ କୁ ପୋଲିସ ଜବତ କରିବା ସହ ମହିଳା ସ୍ୱାସ୍ଥ୍ୟ କର୍ମୀ କୁ ଗିରଫ କରିଥିଲା |

Spread the love