ପ୍ରତିଫଳନ ମିଡ଼ିଆ
ଏକାଦଶାହରେ ତାଳଚେର ର ଦୀନଦୟାଲ ଉପାଧ୍ୟାୟ PMIT କ୍ୟାମ୍ପସ ପରିସରରେ ଆୟୋଜିତ ସ୍ମୃତି ସଭାରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ,କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଖଣି ମନ୍ତ୍ରୀ ବିଭୂତି ଜେନା, ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାୟକ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହା ସମେତ କେନ୍ଦ୍ର ଓ ରାଜ୍ୟର ବହୁ ମନ୍ତ୍ରୀ ,ବିଧାୟକ ଓ ବିଜେପିର ବହୁ ନେତା ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଏବଂ ବିବିଧ କ୍ଷେତ୍ରର ପ୍ରମୁଖ କର୍ମକର୍ତା ମାନେ ଯୋଗଦେଇ ଶ୍ରଦ୍ଧା ଞ୍ଜଳି ଦେଇଥିଲେ ।


ଏହା ସହ ରାଜ୍ୟର ଲକ୍ଷାଧିକ କର୍ମୀ , ଶୁଭେଛୁ ମାନେ ଯୋଗଦେଇଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଶୋକ ସନ୍ତପ୍ତ ସପରିବାର ଉପସ୍ଥିତ ରହିଥିଲେ ।


ହରିନାମ ମନ୍ତ୍ର ଓ ଶ୍ଳୋକ ଉଚ୍ଚାରଣରେ ଆଧ୍ୟାତ୍ମିକ ପରିବେଶ ବଡ ଗମ୍ଭୀର ରହିଥିଲା । ହଜାର ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ସୂ ବନ୍ଦୋବସ୍ତ କରାଯାଇଥିଲା । ଅସମ୍ଭବ ଭିଡ଼କୁ ସ୍ବେଚ୍ଛାସେବୀ ମାନେ ଅତି ସୁନ୍ଦର୍ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ ।