କିଛି ଘଣ୍ଟାପରେ ପାଳିବା ଓଡିଶା ଦିବସ◆ ଓଡିଶା ଭିତରେ ଆନ୍ଧ୍ର କରୁଛି ବେଧଡ଼କ ଅନୁପ୍ରେବେଶ

କୋଟିଆରେ ଲୋକଙ୍କର  ଇ କେୱ୍ବାଇସି କରୁଛନ୍ତି ଆନ୍ଧ୍ରର ସରକାରୀ କର୍ମଚାରୀ ।

ପ୍ରତିଫଳନ ମିଡ଼ିଆ

ଓଡ଼ିଶା ପାଳନ କରିବ ତାର ଜନ୍ମ ଦିବସ ।  ଭାଷା ଭିତ୍ତିକ ରାଜ୍ୟ ଗଠନ ହେବାରେ ଓଡ଼ିଶା  ଦେଶର ପ୍ରଥମ । ହେଲେ ଓଡ଼ିଶାର ମାନଚିତ୍ର  ପରିବର୍ତ୍ତନ କରିବାକୁ ଅହରହ ପ୍ରୟାସ ଚଳାଇଛି ଆନ୍ଧ୍ର ପ୍ରଦେଶଉତ୍କଳ ଦିବସ ପାଳନ କରିବାକୁ ମାତ୍ର କିଛି ଘଣ୍ଟା ରହିଥିବା ବେଳେ କିଛି ଘଣ୍ଟା ପୂର୍ବରୁ ଓଡ଼ିଶାର ସୀମାନ୍ତ ଗାଁ ଗୁଡିକରେ  ଜୋର ଜବରଦସ୍ତି ଅନୁପ୍ରବେଶ କରିଛନ୍ତି ଆନ୍ଧ୍ରର ସରକାରୀ ଅଧିକାରୀ ।ଆନ୍ଧ୍ର ସରକାରଙ୍କ କାର୍ଯ୍ୟକ୍ରମ ଗୁଡ଼ିକୁ ଓଡ଼ିଶା ର ସୀମାନ୍ତ ଲୋକଙ୍କ ନିକଟରେ ପହଞ୍ଚାଇ ମନ ଜିଣିବାକୁ ଉଦ୍ୟମ କରୁଛନ୍ତି ।ସୀମାକୁ ନେଇ ଦେଶର ସର୍ବୋଚ୍ଚ ଅଦାଲତରେ ମାମଲା ବିଚାରଧୀନ ରହିଛି । ତାର ସୁଯୋଗ ନେଉଛି ଆନ୍ଧ୍ର ।

ଚୁପ ରହିଛି ଓଡିଶା ସରକାର , ଆନ୍ଧ୍ର ଚଳେଇଛି କାରବାର

 ସୀମାନ୍ତରେ ଅବସ୍ଥିତ କୋଟିଆ ପଞ୍ଚାୟତର ନେରିଡିବାଲସା  ଗାଁ ମୁଣ୍ଡରେ ତେନ୍ତୁଳି ଗଛ ମୂଳେ ରୁଣ୍ଡ ହୋଇଥିଲେ ଆନ୍ଧ୍ର ସରକାରୀ କର୍ମଚାରୀ ମାନେ । ସୂଚନା ମୁତାବକ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡ଼ିକରେ ଆନ୍ଧ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ପାଉଥିବା ବାର୍ଦ୍ଧକ୍ୟ ଭତ୍ତା, ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କୁ ମିଳୁଥିବା ଆମ୍ମାଓ୍ବାଡି ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଏହିପରି କିଛି ଯୋଜନାକୁ ନେଇ ଉକ୍ତ ରାଜ୍ୟର ସରକାରୀ କର୍ମଚାରୀ ଗ୍ରାମର ବୃଦ୍ଧାବୃଦ୍ଧ, ଅଙ୍ଗନଓ୍ବାଡ଼ି କେନ୍ଦ୍ର୍‌କୁ ଗୁଡ଼ିକୁ ନେଉଛନ୍ତି । କୁନି ପିଲା ଏବଂ ବିଦ୍ୟାଳୟରେ ପଢୁଥିବା ଛାତ୍ରୀଛାତ୍ରଙ୍କୁ ଏକାଠି କରି ଆଧାର କେଓ୍ବାଇସିି କରୁଛନ୍ତି । ଓଡ଼ିଶାରେ ସେମାନଙ୍କ କାର୍ଡ ରହିଥିବା ସତ୍ବେ ସେମାନଙ୍କ ନାମ ବଦଳାଇ ଆନ୍ଧ୍ର ପକ୍ଷରୁ କାର୍ଡ କରାଯାଉଛି ।

ହଜିଗଲା ଓଡ଼ିଆ ଅସ୍ମିତା

ଓଡ଼ିଶା ସରକାର କୋଟିଆ ଅଞ୍ଚଳର ଯୋଗାଯୋଗ, ଭିତ୍ତି ଭୂମିର ଉନ୍ନତି,କୃଷି,ଶିକ୍ଷା,ସ୍ବାସ୍ଥ୍ୟ ସେବା ,କର୍ମ ଯୋଗାଣ କ୍ଷେତ୍ରରେ ବହୁ ଉନ୍ନତି ଆଣିବା ସହ  ସାମଗ୍ରୀକ ବିକାଶ କରିଛନ୍ତି ।ହେଲେ କିଛି ନକରି କେବଳ ପ୍ରଲୋଭିତ କରି କୋଟିଆ ଳୋକଙ୍କୁ ନିଜ ସପକ୍ଷରେ ନେବାକୁ ଅହରହ ଉଦ୍ୟମ ଚଳାଇଛି ଆନ୍ଧ୍ର । ଆନ୍ଧ୍ର ଅଧିକାରୀ ମାନେ ଅନାୟାସରେ ଓଡ଼ିଶା ସୀମା ମଧ୍ୟରେ ବାରମ୍ବାର ଲଗାତର ଭାବେ ଅନୁପ୍ରବେଶ କରୁଛନ୍ତି। ଏସବୁ ଦେଖି କୋରାପୁଟ ଜିଲ୍ଲାର ନିର୍ବାଚିତ ଲୋକ ପ୍ରତିନିଧି, ରାଜନୈତିକ ନେତୃବୃନ୍ଦ, ବୁଦ୍ଧିଜୀବିମାନେ ସଚେତନ ଓ ସକ୍ରିୟ ହୋଇ  ଓଡ଼ିଶା ମାଟିର ସୁରକ୍ଷା ପାଇଁ ସରକାର ଓ ପ୍ରଶାସନ ଉପରେ ଦୃଢ଼ ଚାପ ପକାଇବାର ସଫଳ ହୋଇଥିବା ମନେହେଉନାହିଁ। ଦୀର୍ଘ ବର୍ଷ ଧରି ନିରବିଛିନ ଭାବେ କୋଟିଆର ସୁରକ୍ଷା ସଂପର୍କରେ ଖବର ପରିବେଷଣ କରି ଆସୁଛନ୍ତି ଜିଲ୍ଲାର ଗଣ ମାଧ୍ୟମର ପ୍ରତିନିଧିମାନେ । ହେଲେ ପଞ୍ଚାୟତ ରୁ ପର୍ଲାମେଣ୍ଟ ରେ ପ୍ରତିନିଧିତ୍ଵ କରୁଥିବା ଜିଲ୍ଲାର ଲୋକପ୍ରତିନିଧି ମାନଙ୍କ ନୀରବ ରହିବା ଘଟଣା ଜିଲ୍ଲା ବାସୀଙ୍କୁ  ଚକିତ କରୁଛି । ଅପର ପକ୍ଷେ ବ୍ଲକ୍ ପ୍ରଶାସନ ବା ଓଡ଼ିଶା ସରକାର ଆନ୍ଧ୍ର ର ଅନୁପ୍ରବେଶକୁ ରୋକିବାରେ ସକ୍ରିୟ ହେବାର ଆବଶ୍ୟକତା ରହିଛି । ଲୋକ ପ୍ରତିନିଧି ମାନେ ଓ ପ୍ରଶାସନର ନିରବତାକୁ ଦେଖିଲେ ମନେହେଉଛି ସତେଯେମିତି କୋଟିଆ ଅଞ୍ଚଳଟି ଓଡ଼ିଆଙ୍କ ନୁହେଁ , ଆନ୍ଧ୍ରର ବୋଲି ମନେ ହେଉଛି । ଅପ୍ରିଲ ପହିଲାରେ ସୀମାନ୍ତ ଅଞ୍ଚଳର ଲୋକଙ୍କୁ ସାମିଲ କରି ପ୍ରତି ଗାଁ ରେ  ଉତ୍କଳ ଦିବସ ପାଳନ କରି  ଓଡ଼ିଆ ଅସ୍ମିତା ର ବାର୍ତ୍ତା ବାଣ୍ଟିବା ପାଇଁ ଓଡ଼ିଶା ସରକାର ଓ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ।

କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଛି କୋଟିଆ  ପଞ୍ଚାୟତ। ପଞ୍ଚାୟତର ସୀମାନ୍ତରେ ଅବସ୍ଥିତ  ଗ୍ରାମବାସୀଙ୍କ ନିକଟରେ ପହଁଚି ପଡ଼ୋଶୀ ଆନ୍ଧ୍ର ରାଜ୍ୟର ସରକାରୀ କର୍ମଚାରୀ ମାନେ  ଇ-କେଓ୍ବାଇସିି କରୁଛନ୍ତି । ଓଡ଼ିଶାର ସରକାର ବା  ବ୍ଲକ ପ୍ରଶାସନ ନିକଟରେ ଖବର ରହିଥିବା ସତ୍ବେ ସେମାନଙ୍କୁ ରୋକିବାରେ  ପ୍ରଶାସନ କୌଣସି ପଦକ୍ଷେପ ନେଉ ନାହାଁନ୍ତି । ଏଥିନେଇ ଓଡ଼ିଶା ଓ ଓଡ଼ିଆ ବାସୀଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ନିର୍ବାଚିତ ଲୋକ ପ୍ରତିନିଧି, ଓଡିଶା ସରକାର ଓ ପ୍ରଶାସନ ଯଦି ନୀରବତା ଅବଲମ୍ୱନ କରିବେ ତେବେ  ଆନ୍ଧ୍ର  ବାରମ୍ବାର ଅନୁପ୍ରବେଶ ଜାରି ରଖିବ ।  କୋଟିଆକୁ ନିଜର ବୋଲି ଆନ୍ଧ୍ର ଯେଉଁଭଳି ଭାବେ ମିଥ୍ୟା ଦାବି କରି ଆସୁଛି ତାକୁ ସତ୍ୟ ପ୍ରମାଣିତ କରିବାକୁ ମଧ୍ୟ ଚେଷ୍ଟା ଜାରି ରଖିଛି । ବର୍ତ୍ତମାନର କାର୍ଯ୍ୟକଳାପ କୁ ଦେଖିଲେ ଭବିଷ୍ୟତରେ ବୋରାମୁଠା ଭଳି କୋଟିଆକୁ ବି ହାସଲ କରିବାରେ ଆନ୍ଧ୍ର ସଫଳ ହେଇଯିବ କି ? ଅନେକଙ୍କ ମନରେ ଏହି ଆଶଙ୍କା ସୃଷ୍ଟି ହୋଇଛି

Spread the love