ଚିନ୍ତାରେ ସଚେତନ ନାଗରିକ ଓ ବୁଦ୍ଧିଜିବୀ
ଢେଙ୍କାନାଳ (ପ୍ରତିଫଳନ ମିଡିଆ)
ମୁଣ୍ଡ ଫଟା ଖରା ସହ ପ୍ରବଳ ଗରମ । ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ହେଲେ ଢେଙ୍କାନାଳ ସହର ମଧ୍ୟରେ ଥିବା ଐତିହ୍ୟ ସମ୍ପନ୍ନ ଭାଗିରଥ୍ ସାଗର ଶୁଖିଲା ପଡ଼ିଛି ।ସାଗର ର ପୁନାର୍ଦ୍ଧର କାର୍ଯ୍ୟ ପାଇଁ ନିଷ୍କାସନ କରାଯାଇଛି। କାମ ଠିକ୍ ଭାବେ ହେଉ ନଥିବାରୁ ସମ୍ପୂର୍ଣ୍ଣ ହୋଇପାରି ନାହିଁ।

ସାଗରର ପଙ୍କଉଦ୍ଧାର ସହିତ ପୁନରୁଦ୍ଧାର କାମ ଚାଲୁ ରହିଛି।ସ୍ଵୟଂସହାୟକ ଗୋଷ୍ଠୀଙ୍କ ଦ୍ଵାରା କାର୍ଯ୍ୟ କରାଯାଉଛି । ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ କାମ କରୁଥିବା ସ୍ବୟଂ ସହାୟକ ପକ୍ଷରୁ କୁହାଯାଇଛି । ପ୍ରବଳ ଖରା ହେତୁ ଜନ ସାଧାରଣଙ୍କ ଆବଶ୍ୟକତା କୁ ଦୃଷ୍ଟିରେ ରଖି ସାଗର ର କାମ ସମ୍ପୂର୍ଣ୍ଣ କରିବାକୁ ଉଦ୍ୟମ କରୁଛୁ ।କିନ୍ତୁ କିଛି ବ୍ୟକ୍ତି କାମ ଠିକ୍ ହେଉନଥିବା ଓ ବିଭିନ୍ନ ଆଳ ଦେଖାଇ ଉକ୍ତ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି। ଫଳତଃ ଉକ୍ତ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ
ସଂପୂର୍ଣ୍ଣ ହୋଇପାରୁ ନାହିଁ ।

ଦିନ ପରେ ଦିନ ଗଡି ଚାଲୁଛି କାମ ଟି ସରୁ ନାହିଁ। ଆଗକୁ ବର୍ଷା ଦିନ ଆସୁଛି।ବର୍ଷା ଆରମ୍ଭ ହେବା ପୂର୍ବରୁ କାମ ଶେଷ ନ ହେଲେ ବହୁତ୍ ଅସୁବିଧା ଜନକ ପରିସ୍ଥିତି ସୃଷ୍ଟି ହୋଇପଡିବ । ଏଥିପାଇଁ ଢେଙ୍କାନାଳ ସହରର ଜନସାଧାରଣ ଓ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି।ସାଗର କାମଟିକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲଳିତ୍ କୁମାର ବେହେରାଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ l