ସାମିଲ ହୋଇଥିଲେ ରାୟଗଡା, ରାମନଗୁଡ଼ା, ଗୁଣୁପୁର ଓ ପଦ୍ମପୁର ବିଜେପିର ବହୁ କାର୍ଯ୍ୟକର୍ତ୍ତା
ପଦ୍ମପୁର(ପ୍ରତିଫଳନ ମିଡିଆ)
ରାୟଗଡ଼ା ଜିଲ୍ଲା ଗସ୍ତରେ ରାଜ୍ୟ ସରକାରଙ୍କ ଖଣି, ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଗୁଡ଼ାରୀ ଓ ଚନ୍ଦ୍ରପୁର ମଧ୍ୟରେ ଅବସ୍ଥିତ ମିନାଝୋଲା ପ୍ରସିଦ୍ଧ ଶୈବ ପୀଠକୁ ଗସ୍ତ କରିଛନ୍ତି । ଶୈବ ପୀଠ କୁ ଯିବାବେଳେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ବାଗତ କରାଯାଇଥିଲା । କେନ୍ଦୁଗୁଡ଼ା ନିକଟରେ ତ୍ରିନାଥ ଗମାଙ୍ଗ,ବିଦ୍ୟାଧର ଶବରଙ୍କ ନେତୃତ୍ୱରେ ବିଜେପି କର୍ମୀ ମାନେ ପୁଷ୍ପ ଗୁଚ୍ଛ ଦେଇ ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ସେହିଭଳି ରାୟଗଡ଼ା, ଗୁଣୁପୁର ,ପଦ୍ମପୁର, ରାମନଗୁଡ଼ା ବ୍ଳକ ବିଜେପି ଦଳର ନେତୃବୃନ୍ଦଙ୍କ ପକ୍ଷରୁ ମନ୍ତ୍ରୀଙ୍କୁ ମୁଚିକିପଦର ଛକ ନିକଟରେ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ । ମୁଚିକିପଦର ଠାରେ ପ୍ରମୁଖ ବିଜେପି ନେତା ,ଶ୍ରମିକ ନେତା ତଥା ରାୟଗଡ଼ା ଟ୍ରକ୍ ୟୁନିୟନର ସଭାପତି ୟାଲା କଣ୍ଡାବାବୁ, କୃଷ୍ଣ ଚନ୍ଦ୍ର ପଟନାୟକ ପ୍ରମୁଖ ପୁଷ୍ପ ଗୁଛ ଉପଢୌକନ ଦେଇ ସ୍ବାଗତ ଜଣାଇଥିଲେ । ପଦ୍ମପୁର ବ୍ଲକର ବିଜେପି ଯୁବ ମୋର୍ଚ୍ଚା ସଭାପତି ନଚିକେତା ସାହୁ, ବାଙ୍କ ପ୍ରଧାନ ଓ ତାଙ୍କ ସମର୍ଥକ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ।
ଏହାସହ ଗୁଣୁପୁର ର ବରିଷ୍ଠ ବିଜେପି ନେତା ୟାଇ ଗଣପତିଙ୍କ ସମେତ ଗୁଣୁପୁର ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ସୂର୍ଯ୍ୟ ନାରାୟଣ ପଣ୍ଡା ଏବଂ ସମ୍ପାଦକ ନିରଞ୍ଜନ ପାଢ଼ୀ ମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ଜଗନ୍ନାଥ ମନ୍ଦିର କମିଟିର ସଦସ୍ୟଙ୍କ ସମେତ ଜଗନ୍ନାଥ ପାଣିଗ୍ରାହୀ,ସନ୍ତୋଷ ମିଶ୍ର,ପୃଥ୍ବୀରାଜ ପାଢ଼ୀ, ଶିବ,ମୁରଲୀ, ଡ଼ମ୍ବୁରୁ,ବିକାଶ, ଲାଲି,ଆନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

ରମନଗୁଡ଼ା ବ୍ଲକ୍ ର ବରିଷ୍ଠ ବିଜେପି ନେତା ତଥା ସରପଂଚ ଚିନା କଣ୍ଡଗୋରି ଓ ସଦସ୍ୟ ମାନେ ସ୍ବାଗତ ଜଣାଇଥିଲେ । ଜଗନ୍ନାଥ ମନ୍ଦିର ର ଉନ୍ନତି ସମ୍ପର୍କରେ କମିଟି କତୃପକ୍ଷ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
