ଅକ୍ଷରବ୍ରହ୍ମ ପୀଠରେ ମନ୍ତ୍ରୀ.ସୌରା ପଣ୍ଡିତଙ୍କ ପ୍ରତିମୂର୍ତ୍ତି କଲେ ଉନ୍ମୋଚନ. ମନ୍ତ୍ରୀଙ୍କୁବିପୁଳ ସମ୍ୱର୍ଦ୍ଧନା

ପଦ୍ମପୁର (ପ୍ରତିଫଳନ ମିଡିଆ)

ରାୟଗଡ଼ା ଜିଲ୍ଲା ଗସ୍ତରେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ । ଅକ୍ଷୟ ତୃତୀୟାରେ ଗୁଣୁପୁରରେ ଭୂମି ପୂଜା କରି ବିହନ ବୁଣି ଚାଷ କାମ ଅନୁକୂଳ କଲେ ଅନୁସୂଚିତ ଜନଜାତି ଓ ଅନୁସୂଚି ଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। କାର୍ଯ୍ୟକ୍ରମ ସାରି ପଦ୍ମପୁର ନିକଟ ମରିଚଗୁଡ଼ା ଗ୍ରାମରେ ଅବସ୍ଥିତ ସୌରା ଜନଜାତି ଙ୍କ ପ୍ରସିଦ୍ଧ ମାତରବନମ ମନ୍ଦିର ଗସ୍ତ କରିଥିଲେ । ମତରବନମ କୁ ସୌରା ଜନଜାତି ଲୋକେ ଭଗବାନ ବୋଲି ମାନନ୍ତି । ୨୫ଅକ୍ଷର ଥିବା ଅକ୍ଷର ବ୍ରହ୍ମ ପୀଠକୁ ୩୩କୋଟି ଦେବା ଦେବୀଙ୍କ ପୀଠ ବୋଲି ବିଶ୍ବାସ କରି ଆସିଛନ୍ତି ।

ଅକ୍ଷୟ ତୃତୀୟା ଦିନ ପ୍ରଥମ କରି ଜମିରେ ବିହନ (ବୀଜ ) ବୁଣିଥାନ୍ତି। ବିହନ ବୁଣିବା ପୂର୍ବରୁ ମାତର ବନମ ପୀଠରେ ପ୍ରଥମେ ପୂଜା ଅର୍ଚ୍ଚନା କରନ୍ତି । ଏହି ପୀଠରେ ପୂଜା ଅର୍ଚ୍ଚନା କରି ଜମିରେ ବିହନ ବୁଣିଲେ ଫସଲରେ ରୋଗ ପୋକ ଲାଗେ ନାହିଁ ଓ ଭଲ ଫସଲ ହୁଏ ବୋଲି ସୌରା ଜନଜାତିଙ୍କ ବିଶ୍ବାସ ରହିଛି । ପ୍ରାୟ ୨ହଜାର ସୌରା ଜନଜାତିଙ୍କ ସମାଗମ ହୋଇଥିଲା । ଏହି ଅବସରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ସୌରା ପଣ୍ଡିତ ମାଙ୍ଗେଇ ଗମାଙ୍ଗ ଙ୍କ ପ୍ରତି ମୂର୍ତ୍ତି ଉନ୍ମୋଚନ କରିବା ସହ ପ୍ରାର୍ଥନା ଗୃହର ଶୁଭ ଉଦଘାଟନ କରିଥିଲେ ।ସୌରା ଜନଜାତି ଲୋକେ ଆଜିର ଦିନରେ ଏହି ପୀଠରେ ଏକାଠି ହୋଇ ଉତ୍ସବ ମନାଇଥାନ୍ତି ।

ଗୁଣୁପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅକ୍ଷରବ୍ରହ୍ମ ପୀଠ କୁ ଯିବାବେଳେ ପଦ୍ମପୁର ଗୁଣ୍ଡିଚା ମନ୍ଦିର ଛକରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରେ ପଦ୍ମପୁର ବିଜେପିର ବରିଷ୍ଠ ନେତା ଗୋପାଳ ସାହୁ, ଶିବ ମହାରଣା ପ୍ରମୁଖ ପୁଷ୍ପ ଗୁଛ ଦେଇ ସ୍ବାଗତ ଜଣାଇଥିଲେ । ପଦ୍ମପୁର ବ୍ଲକର ବିଜେପି ଯୁବ ମୋର୍ଚ୍ଚା ସଭାପତି ନଚିକେତା ସାହୁ, ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଜ୍ୟ ଉପସଭାପତି ବିଦ୍ୟା ଶବର , ବିଜେପି ଟାଣୁଆ କର୍ମୀ ବାଙ୍କ ପ୍ରଧାନ, ପୂର୍ବତନ ଲେମ୍ପ ସଭାପତି ଓ ତାଙ୍କ ସମର୍ଥକ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ଏବଂ ଜିଲ୍ଲା ବିଜେପି ସଭାପତିଙ୍କୁ ଉପଢ଼ୌକନ ପ୍ରଦାନପୂର୍ବକ ସ୍ବାଗତ କରିଥିଲେ ।


ଏହାସହ ପଦ୍ମପୁର ଶିଶୁ ବିଦ୍ୟା ମନ୍ଦିର ପ୍ରଧାନଶିକ୍ଷକ, ଉପର ସାହି ବିଦ୍ୟାଳୟ କମିଟି ସଦସ୍ୟ ମାନେ ମନ୍ତ୍ରୀଙ୍କୁ ସାକ୍ଷାତ କରି ବିଭିନ୍ନ ବିଦ୍ୟାଳୟ ସମ୍ପର୍କିତ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ଜଗନ୍ନାଥ ପାଣିଗ୍ରାହୀ, ସନ୍ତୋଷ ମିଶ୍ର, ଗୋପାଳ ଚୌଧୁରୀ, ନିର୍ବାଣ ସାହୁ, ସୁଜିତ୍ ଶିବ, ମୁରଲୀ, ଡ଼ମ୍ବୁରୁ ସାହୁଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ଥିଲେ। ମନ୍ତ୍ରୀ ଗଣ୍ଡ ଲୋକଙ୍କ ସହ ସରକାରଙ୍କ ବହୁ ଜନ ହିତକର ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଗତ ୨ଦିନ ମଧ୍ୟରେ ଗୁଣୁପୁର, ପଦ୍ମପୁର, ଗୁଡ଼ାରି ଅଞ୍ଚଳକୁ ୨ଜଣ ମନ୍ତ୍ରୀଙ୍କ ଗସ୍ତ ଗୁଣୁପୁର ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି । ଦୁଇ ମନ୍ତ୍ରୀଙ୍କ ଗସ୍ତ ଫଳରେ ସଙ୍ଗଠନରେ ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଭାବ ପଡ଼ିଥିବା ପରିଲକ୍ଷିତ ହୋଇଛି

Spread the love