ଗୁଣପୁର (ପ୍ରତିଫଳନ ମିଡିଆ)
ରାୟଗଡା ଜିଲ୍ଲା ଗୁଣପୁରରେ ଶ୍ରମିକ ଦିବସ ପାଳନ ହୋଇଯାଇଛି । ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗୋଙ୍କ ନେତୃତ୍ଵରେ ଏଆଇସିସିଟିୟୁ ମଟର କର୍ମଚାରୀ ସଂଘ ଓ ଦକ୍ଷିଣ ଓଡିଶା ପାଚିକା ମହାସଂଘ ପକ୍ଷରୁ ସ୍ଥାନୀୟ ତ୍ରିନାଥ ମନ୍ଦିର ଛକରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ବାଇପାସ୍ ଛକ ରେ ପହଞ୍ଚି ଥିଲେ | ସେଠାରେ ବିପ୍ଳବୀ ନାଗଭୁଷଣଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ପରେ ଗୁଣପୁର ନୂଆ ବସଷ୍ଟାଣ୍ଡ ଠାରେ ପତକା ଉତ୍ତୋଳନ କରା ଯାଇଥିଲା । ଚାରିଟି ଶ୍ରମ ଆଇନ ବାତିଲ କରିବା, ଘରୋଇକରଣ ବନ୍ଦ କରିବା ନେଇ ସଂକଳ୍ପ କରି ଆଗାମୀ 20 ତାରିଖ ଦିନ ଭାରତ ବନ୍ଦ କରିବା ପାଇଁ ଡାକରା ଦିଆଯାଇଥିବା କହିଛନ୍ତି ସିପିଆଇ ଏମଏଲ ଲିବରେସନର ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗୋ |