ଜୟପୁର (ପ୍ରତିଫଳନ ମିଡିଆ)
କୋରାପୁଟ ଜିଲ୍ଲା ଗଡପଦର ନିକଟରେ ଅଭାବନୀୟ ଘଟଣା ଘଟିଛି । ଭାଲୁ ଆକ୍ରମଣରେ ଗଡ ପଦର ଗ୍ରାମ ପେଣ୍ଟିଆ ସାହିର ପାର୍ବତୀ ପରଜା ଗୁରୁତର ଆହତ ହୋଇଛି । ଭାଲୁ ରାମ୍ପୁଡି ଦେବାରୁ ପାର୍ବତୀ ଙ୍କ ମୁଣ୍ଡ ରୁ ମାଂସ ବାହାରି ପଡ଼ିବା ସହ ଓ ଡାହାଣ ପଟ ଆଖି ମଧ୍ୟ ନଷ୍ଟ ହୋଇଯାଉଛି ।ସେହି ଭଳି ଛାତ୍ରିପୁଟ ଗ୍ରାମର ଅନ୍ୟ ଜଣେ ମହିଳା ମିଶାଇ ହରିଜନ କୁ ମଧ୍ୟ ଭାଲୁ ଆକ୍ରମଣ କରିବାରୁ ଅବସ୍ଥା ଗୁରୁତର ହୋଇପଡିଛି । ପ୍ରଥମେ ଜୟପୁର ଜିଲ୍ଲା ହସପିଟାଲରେ ରେ ପ୍ରାଥମିକ ଚିକିତ୍ସା କରିବା ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣା ପଡିଛି ।

ସକାଳୁ ସକାଳୁ ଜୟପୁର ବ୍ଲକ ର ଗଡ ପଦର ଅଞ୍ଚଳରେ ୩ଟି ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା । ଗଡପଦର ଗ୍ରାମ ନିକଟରେ ଥିବା ଜଙ୍ଗଲରୁ ଗାଁ ମୁହାଁ ହୋଈ ଏଣେ ତେଣେ ବୁଲୁଥିବା ଦେଖି ସ୍ଥାନୀୟ ଯୁବକ ମାନେ ଭାଲୁ ଉପରକୁ ଠେଲା ପଥର ମାଡ଼ କରିଥିଲେ। ଫଳରେ ୩ଟି ଭାଲୁ ମଧ୍ୟରୁ ୨ଟି ଭାଲୁ ଛତ୍ରିପୁଟ ରେଳ ଲାଇନ ପଟକୁ ଦୌଡ଼ିଥିଲା। ଗୋଟାଏ ଭାଲୁ ଗଡପଦର୍ ଅଭିମୁଖେ ଫାଉଡ଼ିଥିଲା। ଲୋକଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ଭାଲୁ ମାନେ ଏଣେ ତେଣେ ଦୋଉଡ଼ିଥିଲେ । ଏହି ସମୟରେ ୨ମହିଳା ଭାଲୁ ହାବୁଡ଼ରେ ପଡିଯାଇଥିଲେ । ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ଘଟଣା ସ୍ଥଳରେ ଜୟପୂର ବନବିଭାଗ ଟିମ୍ ପହଞ୍ଚି ଭାଲୁ କୁ କାବୁ କରିବାକୁ ପ୍ରୟାସ ଜାରି ରଖିଛି।