କୋରାପୁଟ (ପ୍ରତିଫଳନ ମିଡ଼ିଆ)
ରାଜ୍ୟର ଅର୍ଥନୈତିକ ସ୍ଥିତିର ଉନ୍ନତି ଆଣି ଜର୍ମାନୀ ସହ
ସମକ୍ଷକ ହେବାକୁ ଲକ୍ଷ୍ୟ ରଖି ଯୋଜନା ପ୍ରସ୍ତୁତ କରିବା ପାଇଁ
ଲୋକ ପ୍ରତିନିଧି ଓ ବିଭିନ୍ନ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଆଯାଇଛି ।
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷ ତା ରେ ଅନୁଷ୍ଠିତ ପରାମର୍ଶ କର୍ମଶାଳାରେ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଖଣି ମନ୍ତ୍ରୀ ବିଭୂତି ଜେନା, ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳ ନନ୍ଦ ମଲ୍ଲିକ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ରୂପା ରୋସନ ସାହୁ ଉପସ୍ଥିତ ରହିଥିଲେ ।
କୋରାପୁଟରେ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଦକ୍ଷିଣାଞ୍ଚଳ ଆରଡ଼ିସି ।ବିକଶିତ ଓଡ଼ିଶା ପାଇଁ ମତାମତ ଗ୍ରହଣ କରିଛନ୍ତି । ୨୦୩୬ ରୁ ୨୦୪୭ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ପାଇଁ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ପାଇଁ କର୍ମଶାଳା କୋରାପୁଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଉପସ୍ଥିତ ପ୍ରତିନିଧିମାନେ ବହୁ ପରାମର୍ଶ ଦେଇଛନ୍ତି ।
ଏଥିରେ ଦକ୍ଷିଣାଞ୍ଚଳ ରାଜସ୍ବ ଅଞ୍ଚଳର ୮ଟି ଜିଲ୍ଲାର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ନୀତି ଆୟୋଗ ଙ୍କ ନିର୍ଦ୍ଦେଶ ମୁତାବକ ଯୋଜନା ପ୍ରସ୍ତୁତ କରି ତାର ସଠିକ୍ ଉପଯୋଗୀତା କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଉଦ୍ୟମ ଆରମ୍ଭ ହୋଇଛି ।
ଆସନ୍ତା ୧୦ ବର୍ଷରେ ୧କୋଟି ନିଯୁକ୍ତି ଦିଆଯିବାକୁ ଲକ୍ଷ।
୧ଶହ ଲକ୍ଷ କୋଟି ଟଙ୍କା ପୁଞ୍ଜି ବିନିଯୋଗ,
ପ୍ରତି ବର୍ଷ ୫ଲକ୍ଷ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି
ଦକ୍ଷିଣାଞ୍ଚଳରେ ମାଲ ନିଟ୍ରୁସନ୍, ନିମୋନିଆ ସ୍ଥିତି ଚିନ୍ତା ଜନକ ରହିଛି ।ତାର ସୁଧାର ଆଣିବାକୁ ହେବ । ମହିଳାମାନଙ୍କ ସମ୍ପୃକ୍ତି ୭୦ ପ୍ରତିଶୃତି ରୁ ବୃଦ୍ଧି କରିବା , ସର୍ବ ନିମ୍ନ ଆୟୁଷ ସୀମା ୮୦ ବର୍ଷ ରହିବା ଚେଷ୍ଟା କରିବା , ଗରିବ ହାର ୫ପ୍ରତିଶତ କମାଇବା , ଏକ ଶହ ଲକ୍ଷ କୋଟି ପୁଞ୍ଜି ବିନିଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି ।

୧କୋଟିରୁ ଉର୍ଦ୍ଧ୍ବ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ପ୍ରତି ବର୍ଷ ୫ଲକ୍ଷ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ।
ବିଶେଷ କରି ମତ୍ସ ପଶୁ ପାଳନ କୁ ଦ୍ଵିଗୁଣିତ କରିବା, ଶିଳ୍ପ, ପର୍ଯ୍ୟଟନ, ଦକ୍ଷତା ବିକାଶ , ଶିକ୍ଷା,ମହିଳା ସଶକ୍ତି କରଣ,ବିଦ୍ୟୁତ୍ ଉତ୍ପାଦନ ଉତ୍ସ ବୃଦ୍ଧି କରିବା,କୃଷି,କଫି ଚାଷ ର ବୃଦ୍ଧି ଘଟାଇବା ସହ ଭିତ୍ତି ଭୂମିର ବିକାଶ ଉପରେ ଗୁରୁତ୍ବ ଦେବାକୁ ଆଲୋଚନା ହୋଇଛି ।ବିଶେଷ କରି ଆଗାମୀ ୧୦ ବର୍ଷ ମଧ୍ୟରେ ବିଭିନ୍ନ ସ୍ତରରେ ବୈଷୟିକ ତାଲିମ ଦେଇ ସଶକ୍ତି କରିବା ଲାଗି ନିଷ୍ପତି ହୋଇଛି ।

ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରାମର୍ଶ କର୍ମଶାଳାରେ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ଖଣି ମନ୍ତ୍ରୀ ବିଭୂତି ଜେନା, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ,ନବରଂଗପୁର ସାଂସଦ, ସମେତ କୋରାପୁଟ, ନବରଙ୍ଗପୁର, ମାଲକାନାଗିରି ,କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାର ବିଧାୟକ ମାନେ ଉପସ୍ଥିତ ରହିଥିଲେ ।
କୋରାପୁଟ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ରେ ଅନୁଷ୍ଠିତ କର୍ମଶାଳରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଦକ୍ଷିଣାଚଳ ରାଜସ୍ବ କମିଶନର ରୁପରୋଶନ୍ ସାହୁ କୋରାପୁଟ ଜିଲ୍ଲାପାଳ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।
ଏହାସହ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ । ଏଥିସହ ଓଡ଼ିଆ ଭାଷା , ଆଦିବାସୀ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ପଦକ୍ଷେପ ନେବାକୁ ପ୍ରସ୍ତାବ ଦିଆଯାଇଥିଲା ।

