ବିବାହିତ ଯୁବକଙ୍କ ସହ ପ୍ରେମ ସଂମ୍ପର୍କର କରୁଣ ପରିଣତି,  ସ୍ତ୍ରୀ ଘର ଲୋକଙ୍କ କାଠ ଫାଳିଆ ରେ ପ୍ରେମିକାର ମୃତ୍ୟୁ, 3 ଅଟକ 

ଗୁଣପୁର ( ପ୍ରତିଫଳନ ମିଡ଼ିଆ)

ବିବାହିତ ଯୁବକଙ୍କ ସହ ପ୍ରେମ ସଂମ୍ପର୍କ ରୁ ଜଣେ ମହିଳା ଙ୍କୁ  ହତ୍ୟା କରାଯାଇ ଥିବା ଅଭିଯୋଗ ହୋଇଛି । ଏମିତି ଘଟଣା ରାୟଗଡା ଜିଲ୍ଲା ରାମନାଗୁଡ଼ା ଥାନା  କରଡା ଗାଁ ରେ ଘଟି ଯାଇଚି । ଜଣେ ମହିଳା ଙ୍କୁ କାଠ ଫାଳିଆ ରେ ମାରି ହତ୍ୟା କରାଯାଇଛି। ମୃତ ମହିଳା ଜଣକ ହେଲେ  କରଡା ଗାଁ ର ରଂଞ୍ଜିତା କଣ୍ଡାଗିରି ବୟସ ୨୫ ବର୍ଷ ବୋଲି ଜଣାପଡିଛି ।  ହତ୍ୟାକାଣ୍ଡ ରେ ସଂମ୍ପୃକ୍ତି ଅଭିଯୋଗରେ ତିନି ଜଣକୁ ଅଟକ ରଖିଛି ରାମନାଗୁଡ଼ା  ପୋଲିସ୍। ଘଟଣା ର ଅଧିକ ତଦନ୍ତ ପୋଲିସ କରୁଥିବା ଜଣାପଡ଼ିଛି । ଗତକାଲି  ବାଙ୍ଗୀ ଛକର  ବିବାହିତ ଯୁବକ ଅକ୍ଷୟ ପାତିକା କରଡା ଗାଁ ର ରଂଞ୍ଜିତାଙ୍କ ସହ  ଗଭୀର ସଂମ୍ପର୍କ ରଖିଥିବା ଯୋଗୁଁ ଯୁବକ ଙ୍କ  ବଡଭାଇ ମାଧବ ପାତିକା ତାଙ୍କ ସହ ତାଙ୍କ ମା ଦୁଃଖି ପାତିକା ଓ ରାଜବିକ୍ରମପୁର ଗାଁ ର ଯୁବକର ଶଳା ଡମ୍ବୁରୁ କାଡ୍ରାକା  ତିନିଜଣ ମିଶି ଆକ୍ରମଣ କରିଥିବା ମୃତ ମହିଳାର ଭାଇ କହିଛି। ବାଙ୍ଗୀ ଗାଁ ର ଅକ୍ଷୟ ପାତୀକା ପୁର୍ବରୁ  ରାଜ ବିକ୍ରମପୁର ଗାଁ ର ଜଣେ ଯୁବତି ଙ୍କୁ  ବିବାହ କରିଛନ୍ତି। ଅନ୍ୟପଟେ ଅନ୍ୟ ଜଣେ ମହିଳା ରଂଞ୍ଜିତା ଙ୍କୁ ଭଲ ପାଉଥିବା ମଧ୍ୟ କହିଛନ୍ତି। ଅକ୍ଷୟ ଯାହାକୁ ବିବାହ କରିଛନ୍ତି ସେହି ମହିଳା ଜଣକ ଏହି ବିଷୟ ଜାଣିବା ପରେ ଅକ୍ଷୟଙ୍କ ମା ଓ ତାଙ୍କ ବଡ ଭାଇ ଓ ମହିଳା ଙ୍କ ଭାଇକୁ ଅବଗତ କରିଥିଲେ। ମା, ବଡଭାଇ , ଶଳା ଏହି ତିନି ଜଣ ଗତକାଲି  ଅକ୍ଷୟ ଙ୍କ ସହ ପ୍ରେମ ସଂମ୍ପର୍କରେ ଥିବା କରଡା ଗାଁ ର ରଂଞ୍ଜିତା ଙ୍କ ପାଖକୁ ଯାଇ ଆକ୍ରମଣ କରିଥିଲେ। କାଠଫାଳିଆରେ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ରଂଞ୍ଜିତ ଟଳି ପଡିଥିଲେ। ସେଠାରୁ ରଂଞ୍ଜିତାଙ୍କ ପରିବାର ତାଙ୍କୁ ଚିକିତ୍ସା ପାଇଁ ଗୁଣପର ମେଡିକାଲ କୁ ଆଣିଥିଲେ। ଉଚ୍ଚ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ପରେ ବ୍ରହ୍ମପୁର ନେବା ବେଳେ ତାଙ୍କ ର ମୃତ୍ୟୁ ହୋଇଥିଲା। ଆଜି ମହିଳାଙ୍କ ମୃତ ଦେହ କୁ ପୋଲିସ୍ ଜବତ କରି ଗୁଣପୁର ଉପଖଣ୍ଡସ୍ତରିୟ ମେଡିକାଲ୍ କୁ ଆଣି ବ୍ୟବଛେଦ ପାଇଁ  ରଖିଛି । ବିବାହିତ ଯୁବକ ଅକ୍ଷୟ ରଂଞ୍ଜିତା ଙ୍କ ସହ ପ୍ରେମ ସଂମ୍ପର୍କ ରଖିଥିବା ନେଇ କହିଛନ୍ତି। ଅନ୍ୟପଟେ ତିନିଜଣ କୁ ପୋଲିସ୍ ଅଟକ ରଖି ପଚରାଉଚୁରା କରୁଛି।

Spread the love