ଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣା, ୨୦ରୁ ଊର୍ଦ୍ଧ୍ବ ଗାଈ ମୃତ

ପଟାଙ୍ଗି (ପ୍ରତିଫଳନ ମିଡ଼ିଆ)

୨୬ ନଂ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ କଣ୍ଟେନର ଦୁର୍ଘଟଣା।
ରାଲେଗେଡା ଘାଟିରେ ଘଟିଛି ଦୁର୍ଘଟଣା । ଆନ୍ଧ୍ର ଅଭିମୁଖେ ଯାଉଥିଲା କଣ୍ଟେନର ।ଭାରସାମ୍ୟ ହରାଇ ପାହାଡକୁ ଦେଲା ଧକ୍କା।
ବହୁ ଗାଈ ବୋଝେଇ କରି ନେଉଥିଲା କଣ୍ଟେନର । କଣ୍ଟେନର ମଧ୍ୟରେ ଥିବା ଗାଈ ମଧ୍ୟରୁ ଅନେକ ଗାଈ ଆହତ ହୋଇଥିବା ସୂଚନା । ଦୁର୍ଘଟଣାରେ ୨୦ ରୁ ଉର୍ଦ୍ଧ୍ବ ଗାଈ ଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା। କଣ୍ଟେନର ର ଡ୍ରାଇଭର ସହ ଦୁଇଜଣ ଆହତ ହୋଇଥିବା ସୂଚନା । ଘଟଣା ସ୍ଥଳରେ ପଟ୍ଟାଙ୍ଗି ପୋଲିସ । ଗାଈ ଗୁଡ଼ିକ କେଉଁଠାରୁ କେଉଁଠିକୁ ଚାଲାଣ କରାଯାଉଥିଲା ତଦନ୍ତ କରୁଛି ପୋଲିସ ।

Spread the love