ରେଳ ଧାରଣାରୁ ଖସିଲା ଟ୍ରେନ,ମାଲ ବୋଝେଇ ଟ୍ରେନର ୨୫ଟିରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ, କେ-କେ ଲାଇନରେ ରେଳ ଚଳାଚଳ ବନ୍ଦ

ପ୍ରତିଫଳନ ମିଡ଼ିଆ

ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ। ୨୫ଟି ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ । ସୁଡ଼ଙ୍ଗ ମଧ୍ୟରେ ରହିଛି ଟ୍ରେନର ଅଧା ବଗି । ଆରୁକୁ – କୋଟବାଳସା ରେଳ ପଥର ତ୍ୟଡା – ଚିମିଡିପାଲି ନିକଟରେ ଘଟିଛି ଦୁର୍ଘଟଣା। କେ କେ ଲାଇନରେ ଗାଡ଼ି ଚଳା ଚଳ ବନ୍ଦ ରହିଛି ।

କିରର୍ଣ୍ଡୁଲ ରୁ ଲୁହାପଥର ବୋଝେଇ କରି ବିଜୟୱାଡ଼ା ଅଭିମୁଖେ ଯାଉଥିଲା ମାଲ ବୋଝେଇ ଟ୍ରେନ । ଦୂର୍ଘଟଣା ପରେ ବିଶାଖାପାଟଣା ରୁ କିରୁଣ୍ଡୁଲ କୁ ଟ୍ରେନ ଚଳା ଚଳ ବନ୍ଦ ରହିଛି ।ବିଶାଖା ପାଟଣା ରୁ କିରର୍ଣ୍ଡୁଲକୁ ରାୟଗଡ଼ା ଦେଇ ଦିନ ବେଳା ଗାଡ଼ି ଚଳା ଚଳ କରିବ । ୨୯ ତାରିଖ ଦିନ ରେଳ ଚଳା ଚଳ ବନ୍ଦ ରହିବ ବୋଲି ରେଳ ବିଭାଗ ସୂତ୍ରରୁ ସୂଚନା ମିଳିଛି । KOKG ନାମକ ମାଲ ବୋଝେଇ ଟ୍ରେନ ଟିରେ ପ୍ରାୟ ୫୯ଟିରୁ ଉର୍ଦ୍ଧ୍ବ ବଗି ଲାଗିଥିଲା । ଯୁଦ୍ଧ କାଳୀନ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣା ସ୍ଥଳରେ ରେଳ ବିଭାଗର ବରିଷ୍ଠ ଇଞ୍ଜିନିୟର ଙ୍କ ସମେତ ଅଧିକାରୀ ମାନେ ରହି ଉଧାର କାର୍ଯ୍ୟକୁ ତଦାରଖ କରୁଛନ୍ତି । ପ୍ରାୟ ୨ଦିନ ପର୍ଯ୍ୟନ୍ତ ରେଳ ଚଳା ବନ୍ଦ ରହିବା ସମ୍ଭାବନା ରହିଛି ।

Spread the love