ଏସୟୁଯେ ରାଜ୍ୟ ଉପସଭାପତିଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ.ସାମ୍ବାଦିକଙ୍କ ଦାବୀ ପୂରଣ ନେଇ କଲେ ଆଲୋଚନା

ପ୍ରତିଫଳନ ମିଡ଼ିଆ

ଏସୟୁଯେ କଳାହାଣ୍ଡି ଜିଲ୍ଲା ଶାଖାର ସଂଗଠନକୁ ସଶକ୍ତ କରିବା ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହା ସହ ସାମ୍ବାଦିକଙ୍କ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ରାଜ୍ୟ ସରକାର ନିକଟରେ ଦାବି ଉପସ୍ଥାପନ କରି ବାକୁ ନିଷ୍ପତି ନିଆଯାଇଛି । ଖୁବ ଶୀଘ୍ର କଳାହାଣ୍ଡି ଜିଲ୍ଲା ଶାଖାର ଅଧିବେଶନ କରିବା ପାଇ ଆଲୋଚନା ହୋଇଥିଲା । ଏସଂପର୍କରେ ରାଜ୍ୟ କମିଟିକୁ ଅବଗତି କରାଯିବ ବୋଲି ଜିଲ୍ଲା ଶାଖା ପକ୍ଷରୁ କୁହାଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକଙ୍କ ଅନୁମତି କ୍ରମେ ଏସୟୁଯେ ରାଜ୍ୟ ଶାଖାର ଉପସଭାପତି ତଥା କଳାହାଣ୍ଡି ଜିଲ୍ଲା ସଙ୍ଗଠନ ଦାୟୀତ୍ୱରେ ଥିବା ରାଜ୍ୟ ଉପସଭାପତି ମହେନ୍ଦ୍ର କୁମାର ଦର୍ଜୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ସାମ୍ବାଦିକ ସମୂହଙ୍କ ମୌଳିକ ତଥା ସାମଗ୍ରିକ ସମସ୍ୟା ଏବଂ ତାର ସ୍ଥାୟୀ ସମାଧାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉପରେ ଉପସ୍ଥିତ ସଭ୍ୟ ମାନଙ୍କ ସହ ଆଲୋଚନା କରିଥିଲେ।ସମୂହ ନିଷ୍ପତି ଅନୁଯାୟୀ ଖୁବ୍ ଶୀଘ୍ର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଏସୟୁଯେ ରାଜ୍ୟ କାର୍ଯ୍ୟକରିଣୀ ବୈଠକ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଏସୟୁଯେ ବଲାଙ୍ଗିର ଜିଲ୍ଲା ଶାଖା ର କାର୍ଯ୍ୟନିର୍ବାହି ସଭ୍ୟ ବାଳକୃଷ୍ଣ ଷଡ଼ଙ୍ଗୀ ଉପସ୍ଥିତ ରହି ସଂଘର ସଂଗଠନ ଜିଲ୍ଲାରେ କିଭଳି ବଳିଷ୍ଠ ଏବଂ ବ୍ୟାପକ କରିବାକୁ ଓ ସଂଗଠିତ ହୋଇ ରହିବାପାଇଁ ପରାମର୍ଶ ଦେଇଥିଲେ। ସାମ୍ବାଦିକ ମାନେ ଅନେକ ସମସ୍ୟା ମଧ୍ୟରେ ଗତି କରୁଥିବା ବେଳେ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରି ସମାଧାନ କିପରି କରାଯାଇପାରିବ ସେଥିନେଇ ଆଲୋଚନା ହୋଇଥିଲା ।
କଳାହାଣ୍ଡି ଜିଲ୍ଲାଶାଖାର ସଭାପତି ନାରାୟଣ ପ୍ରସାଦ ନାୟକ , କୋଷାଧକ୍ଷ୍ୟ ବିରଞ୍ଚି ନାରାୟଣ ଯୋଶୀ , ସମ୍ପାଦକ ସାରଦା ପ୍ରସାଦ ମହାନ୍ତି ଙ୍କ ସମେତ ପ୍ରାୟ ପନ୍ଦରରୁ ଅଧିକ ସଭ୍ୟ ଉପସ୍ଥିତ ରହି ଆଲୋଚନା ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଜିଲ୍ଲାରେ ସାମ୍ବାଦିକ ଏକତା ଓ ସଂଗଠନକୁ ସୁଦୃଢ କରିବାକୁ ନିଷ୍ପତି ହୋଇଥିଲା ।

Spread the love