କୋରାପୁଟ ମେଡିକାଲରେ ୫ଜଣ ରୋଗୀଙ୍କ ମୃତ୍ୟୁ ଘଟଣା. ମାନବ ଅଧିକାର କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଲା ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ.

ଭୁବନେଶ୍ଵର (ପ୍ରତିଫଳନ ମିଡ଼ିଆ )

କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ୫ଜଣ ରୋଗୀଙ୍କର ମୃତ୍ୟୁ ଘଟଣା ରାଜ୍ୟର ଚିକିତ୍ସା ସେବା ପ୍ରତି ଏକ ଆହ୍ବାନ ସୃଷ୍ଟି କରିଛି ବୋଲି ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ କୁହାଯାଇଛି । ସଂଗଠନର ରାଜ୍ୟ କମିଟି ଆବାହକ ବରିଷ୍ଠ ଆଇନଜୀବୀ ସବୁତ କୁମାର ନନ୍ଦ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।୫ ଜଣ ରୋଗୀଙ୍କ ମୃତ୍ୟୁ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ମାନବାଧିକାର କମିଶନଙ୍କ ନିକଟରେ ଦାବୀ କରିଛନ୍ତି । ରାଜ୍ୟ ମାନବ ଅଧୂକାର କମିଶନରଙ୍କ ନିକଟରେ ଏକ ପିଟିସନ୍ ଦାଖଲ କରିଛନ୍ତି । ତୁରନ୍ତ ତଦନ୍ତ କରିବା ନେଇ ରାଜ୍ୟ ସରକାର ଓ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେବାକୁ କମିଶନ ଙ୍କୁ ଅନୁରୋଧ କରିଛନ୍ତି। କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ୍ ହସପିଟାଲ ରେ ବିଶେଷଜ୍ଞ ଡାକ୍ତର ମାନେ ରହିଥିବା ବେଳେ ୫ରୋଗୀଙ୍କ ଅଭାବନୀୟ ମୃତ୍ୟୁ ଘଟଣା ଅତି ଚିନ୍ତା ଜନକ । ଏଣୁ ଘଟଣାର ଗୃରୁତ୍ଵ ଦୃଷ୍ଟିରୁ ତୁରନ୍ତ ଅନୁସନ୍ଧାନ କରିବାକୁ ସ୍ବାସ୍ଥ୍ୟ ବିଭାଗ ସଚିବ ଓ ଅନ୍ୟ ଉଚ୍ଚ ସ୍ତରୀୟ ଅଧିକ୍ରୀଙ୍କୁ ନେଇ କମିଟି ଗଠନ କରିବାକୁ ସଂଗଠନ ପକ୍ଷରୁ ଦାବୀ କରିଛନ୍ତି। ଏଭଳି ଘଟଣାକୁ ଅତି ଗୁରୁତର ଭାବେ ଗ୍ରହଣ କରି ତଦନ୍ତ ପାଇ ତ୍ୱରିତ ପଦକ୍ଷେପ ନେବାକୁ ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି।

Spread the love