ଗୁଣପୁର ବନ ବିଭାଗ ପକ୍ଷରୁ ବିଶ୍ଵ ପରିବେଶ ଦିବସ

ଗୁଣୁପୁର ( ପ୍ରତିଫଳନ ମିଡ଼ିଆ )

ରାୟଗଡା ଜିଲ୍ଲା ଗୁଣପୁର ବନ ବିଭାଗ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି | ଥାନା ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଗୁଣପୁର ଏସଡିପଓ ବାବୁଲି ନାୟକ ଚାରା ରୋପଣ କରିବା ସହ ପରିବେଶକୁ ସୁରକ୍ଷା ଦେବା ପାଇଁ ସମସ୍ତେ ଆଗକୁ ଆସିବା ବୃକ୍ଷ ରୋପଣ କରିବା ଓ ପ୍ଲାଷ୍ଟିକ୍ ମୁକ୍ତ ଅଞ୍ଚଳ କରିବା ନେଇ ସଚେତନ ହେବା ଆବଶ୍ୟକତା ରହିଛି କହିଥିଲେ। ଥାନା ପରିସରରେ ବିଭିନ୍ନ ପ୍ରକାର ମୁଲ୍ୟବାନ ଚାରା ରୋପଣ କରାଯାଇଛି। ଦିନ କୁ ଦିନ ତାପମାତ୍ରା ବୃଦ୍ଧି ପାଇବା ରେ ଲାଗିଛି ତେଣୁ ସହର କୁ ସବୁଜ ଓ ଶ୍ୟାମଳ କରିବା ନେଇ ବନ ବିଭାଗ ଲକ୍ଷ ରଖିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି |
ଏଥିରେ ଗଣମାଧ୍ୟମ ପ୍ରତିନିଧି ମାନେ ସାମିଲ ହୋଇ ଚାରା ରୋପଣ କରିଥିଲେ। ଚଳିତ ବର୍ଷ ସହରାଞ୍ଚଳରେ ୫ ହଜାରରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯିବା ନେଇ ଲକ୍ଷ ରଖିଥିବା ଗୁଣପୁର ବନଖଣ୍ଡ ଅଧିକାରି ଗଙ୍ଗାଧର ମିଶ୍ର ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ବନ ବିଭାଗ ର କର୍ମଚାରୀ ସହ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

Spread the love