ରଜ ପାଇଁ ରାୟଗଡ ସାହିତ୍ୟ ମହୋତ୍ସବ କମିଟି ପକ୍ଷରୁ କବିତା ଆସର

କବିତା ସୃଜନର ପ୍ରମୁଖ ଅଳଙ୍କାର

ରାୟଗଡା (ପ୍ରତିଫଳନ ମିଡ଼ିଆ )

ରଜ ଅବ୍ୟବହିତ ପୂର୍ବରୁ ରାୟଗଡ ସାହିତ୍ୟ ମହୋତ୍ସବ କମିଟି ପକ୍ଷରୁ ନ୍ୟୁ ଟାଉନ ପୂଜା କମିଟି ସମ୍ମିଳନୀ କକ୍ଷରେ କବିତା ଆସର ଆୟୋଜନ ହୋଇଥିଲା। କମିଟିର ସଭାପତି ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କବିତା ଆସରରେ କମିଟିର ସମ୍ପାଦକ ତଥା କବି ସୁଶାନ୍ତ କୁମାର ନାୟକ ପ୍ରାରମ୍ଭିକ ଅଭିଭାଷଣରେ କବିତା ମଣିଷକୁ ବଞ୍ଚିବାକୁ ପ୍ରେରଣା ଦେଇଥାଏ ଏବଂ ଏହା ସୃଜନର ପ୍ରମୁଖ ଅଳଙ୍କାର  ବୋଲି କହିଥିଲେ। ଡ. ମହାନ୍ତି ନିଜ ବକ୍ତବ୍ୟରେ କହିଥିଲେ ଯେ କବିତା ପରିବର୍ତ୍ତନର ସୂତ୍ରଧର ଏବଂ ଏହା ସମାଜକୁ ମାର୍ଗ ଦର୍ଶନ କରାଇଥାଏ।

ପରେ କବି ବିମଳ ଚାନ୍ଦ ପଟ୍ଟନାୟକ, ଶ୍ରୀଧର ପଟ୍ଟନାୟକ, ଶରତ ଚନ୍ଦ୍ର ରାଉତ, ମଞ୍ଜୁଶ୍ରୀ ମୁଖାର୍ଜୀ, ମହାଶ୍ଵେତା ପାଣିଗ୍ରାହୀ, ଲୋକନାଥ ପଣ୍ଡା, ଲାବଣ୍ୟ ମୋହନ ପଟ୍ଟନାୟକ, ଅରୁଣ କୁମାର ପାଣିଗ୍ରାହୀ, ରବି ଶତପଥୀ, ପ୍ରଶାନ୍ତି ସାହୁ, ତ୍ରିବେଣୀ ମିଶ୍ର, ସସ୍ମିତା କୁମାରୀ ଆଚାର୍ଯ୍ୟ, କୃଷ୍ଣପ୍ରିୟା ସାହାଣୀ, ବିନୋଦ ପାତ୍ର, ହୃଷିକେଶ ରଥ, ପଦ୍ମିନୀ ମିଶ୍ର, ଆଶୁତୋଷ ପାତ୍ର, ସୁଶାନ୍ତ କୁମାର ନାୟକ, ଡ଼ ଦୁଷ୍ମନ୍ତ କୁମାର ମହାନ୍ତି ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ପରିଶେଷରେ କମିଟିର ସାଙ୍ଗଠନିକ ସଂପାଦକ ଡ଼ ଦ୍ବିତୀ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କବି ବିମଳ ଚାନ୍ଦ ପଟନାୟକ ଓ ଶ୍ରୀଧର ପଟ୍ଟନାୟକ କବିତାଗୁଡ଼ିକର ସଂଯୋଜନା କରିଥିଲେ।

Spread the love