ପଦ୍ମପୁର ( ପ୍ରତିଫଳନ ମିଡ଼ିଆ )
ସୋମବାର ଏଙ୍ଗର୍ବା ସ୍ଥିତ ଏସ୍ ପି ମାଙ୍ଗାଇ ଆଶ୍ରମ ପରିସରରେ ବିଦ୍ରୋହୀ ନାୟକ ଭଗବାନ ବିର୍ସା ମୁଣ୍ଡା ଙ୍କ ୧୨୫ ତମ ଜନ୍ମ ଜୟନ୍ତି ଉତ୍ସବ ରାଜ୍ୟ ଏସ. ଟି ମୋର୍ଚ୍ଚା ସମ୍ପାଦକ ଓ ପ୍ରଭାରୀ ଶ୍ରୀ ବିଦ୍ୟାଧର ଶବରଙ୍କ ଅଧ୍ୟକ୍ଷତାରେ ଅତି ଆଡ଼ମ୍ବର ସହକାରେ ପାଳନ କରାଯାଇଥିଲା। ଏହି ପାଳନ ଅବସରରେ ଏଙ୍ଗେର୍ବା ଗ୍ରାମର ବହୁ ଆଦିବାସୀ ଭାଇଭଉଣୀ ମାନେ ଯୋଗ ଦେଇଥିଲେ। ଏହା ବ୍ୟତିତ ଗୁଣୁପୁର ଅଞ୍ଚଳର ବିଭିନ୍ନ ଗ୍ରାମ ଯଥା ଡମ୍ବସରା ଘଣାନ୍ତ୍ରୀ, ପୁଟ୍ଟସାହୀ, ବାଘଶଳା, ଟିଟିମିରି, ଓ ଖଇରା ଠାରେ ବିର୍ସା ମୁଣ୍ଡା ଙ୍କ ଜନ୍ମ ଜୟନ୍ତି ଉତ୍ସବ ଧୂମଧାମରେ ପାଳନ କରା ଯାଇଥିଲା। ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବିର୍ସା ମୁଣ୍ଡାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଶ୍ରୀ ବିଜୟ ଶବର ଧନ୍ୟବାଦ ଅର୍ପଣ କରିଥିଲେ।ସବା ଶେଷରେ ଶ୍ରୀ ବିଦ୍ୟାଧର ଶବର ସଭା ସାଙ୍ଗ ଘୋଷଣା କରିଥିଲେ।

ସେହିପରି ରାୟଗଡ଼ା ଜିଲ୍ଲା ପଦ୍ମପୁର ମଣ୍ଡଳ ସ୍ତରରେ ବିଜେପି ପକ୍ଷରୁ ସ୍ଵାଧୀନତା ସଂଗ୍ରାମୀ ଶ୍ରୀ ବିର୍ସା ମୁଣ୍ଡାଙ୍କ ୧୨୫ ତମ ଜନ୍ମ ଦିବସ ପାଳନ କରାଯାଇଥିଲା।ଏଥିରେ ଉଭୟ ପଦ୍ମପୁର ଓ ଆଖୁସିଂ ମଣ୍ଡଳର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ। ପଦ୍ମପୁର ସ୍ଥିତ ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଟିତ ସଭାରେ ବିର୍ସା ମୁଣ୍ଡାଙ୍କ ବୀରତ୍ୱର ଗାଥା ସମ୍ପର୍କରେ ଆଲୋଚନା ହୋଇଥିଲା।ଗୋପାଳ ସାହୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବିର୍ସା ମୁଣ୍ଡାଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ।ଏଥିରେ ଏସ ଟି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ବିଦ୍ୟାଧର ଶବର, ଗୋପାଳ ସାହୁ,ନଚିକେତା ସାହୁ,ଜଗନ୍ନାଥ ପାଣିଗ୍ରାହୀ, ସୁଜିତ୍, ସାରଙ୍ଗ, ସନ୍ତୋଷ, ବିକାଶ, ବାଲୁ, ବାବୁଲା, ବାବୁ, ମୁରଲୀ, ପ୍ରଶାନ୍ତ, ଦେବରାଜ, ଦଇତାରୀ ଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ଥିଲେ।