କୋରାପୁଟ ଷ୍ଟେସନକୁ ଯିବ ନାହିଁ ଟ୍ରେନ, ମାନବାର ଷ୍ଟେସନରେ ରହିବ ଟ୍ରେନ

କୋରାପୁଟ ( ପ୍ରତିଫଳନ ମିଡ଼ିଆ)

କୋରାପୁଟରୁ ଶୁକୁ ମଧ୍ୟରେ ଦୋହରା ରେଳ ପଥର କାମ ସମ୍ପୂର୍ଣ୍ଣ ହୋଇଛି । ବୈଷୟିକ କାମ ଚାଲୁ ରହିଥିବାରୁ ଆସନ୍ତା ଜୁନ ୧୯ ତାରିଖ ପର୍ଯ୍ୟନ୍ତ କୋରାପୁଟ ଷ୍ଟେସନ କୁ ଟ୍ରେନ ପ୍ରବେଶ ନ କରିବାକୁ ରେଳ ବିଭାଗ କତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଟ୍ରେନ ଗୁଡ଼ିକ ଡୁମୁରିପୁଟରୁ କୋରାପୁଟ A କେବିନ୍ ଦେଇ ସିଧାସଳଖ ମାନବର ଷ୍ଟେସନ ରେ ପହଞ୍ଚିବ ।

କୋରାପୁଟ ରେ ଓହ୍ଲାଇବା ବା ଛାଡ଼ିବା ପାଇଁ ମାନବର ଷ୍ଟେସନ ରେ ରହିବ ସମସ୍ତ ଟ୍ରେନ । ଦାମନଯୋଡି ରୁ ବିଶାଖା ପାଟଣା ଡି ଏମ ୟୁ ଟ୍ରେନ କରିବ ଚଳାଚଳ ।

ମାନବର ଦେଇ ଜଗଦଳପୁର କୁ ଟ୍ରେନ ଚଳା ଚଳ କରିବ । ଯାତ୍ରୀମାନଙ୍କ ସୁବିଧା ପାଇଁ କୋରାପୁଟ ଷ୍ଟେସନ୍ ପରିବର୍ତ୍ତେ ୧୯ ତାରିଖ ପର୍ଯ୍ୟନ୍ତ ମାନବର ଷ୍ଟେସନ ରେ ଟ୍ରେନ ଗୁଡ଼ିକ ରହଣୀ କରିବ । ଯାତ୍ରୀମାନେ ଏହାର ସୁବିଧା ନେବାକୁ ରେଳ କତୃପକ୍ଷ ସୂଚନା ଦେଇଛନ୍ତି ।

ରାୟଗଡ଼ା ରୁ ଜଗଦଳପୁର ଅଭିମୁଖେ ଯାଉଥିବା ସମସ୍ତ ଯାତ୍ରୀ ବାହି ଟ୍ରେନ ଡୁମୁରିପୁଟ – କୋରାପୁଟ” “କେବିନ୍- ମାନବର ଷ୍ଟେସନ ଦେଇ ଚଳାଚଳ କରିବ । କୋରାପୁଟ ଯାତ୍ରୀମାନେ ମାନବର ଷ୍ଟେସନରୁ ରେଳ ଧରିବେ ବା ଓହ୍ଲାଇବେ ବୋଲି ରେଳ କର୍ତୃପକ୍ଷ ସୂଚନା ଦେଇଛନ୍ତି ।

Spread the love