କୋରାପୁଟ (ପ୍ରତିଫଳନ ମିଡ଼ିଆ )
ଧରା ପଡିଛି ଗଞ୍ଜେଇ ମାଫିଆମାନଙ୍କ ନୂଆ ତରିକା। ମହିଳା ମାନଙ୍କ ଜରିଆରେ ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ । ଜୟପୁର ରୁ ଟ୍ରେନ ଯୋଗେ ଗଞ୍ଜେଇ ଚୋରା ଚାଲାଣ କାରବାର ବଢ଼ିବାରେ ଲାଗିଛି ।ଜୟପୁର ରୁ ବିଶାଖାପାଟଣା ଦେଇ ଦିଲ୍ଲୀ କୁ ଚୋରା ଚାଲାଣ କରାଯାଉଥିବା ବେଳେ କୋରାପୁଟ ଜିଆରପି ପୋଲିସ ୩୦ କିଲୋ ଗଞ୍ଜେଇ ଜବତ କରିଛି । ୩ଜଣ ମହିଳାଙ୍କୁ ଗିରଫ କରିଛି । କିରଣ୍ଡୁଳରୁ ଜୟପୁର – କୋରାପୁଟ ଦେଇ ବିଶାଖାପାଟଣା ଯାଉଥିବା ପାସିଞ୍ଜେର ଟ୍ରେନରେ ତିନିଜଣ ମହିଳା ଗଞ୍ଜେଇ ନେଇ ବିଶାଖାପାଟଣା ଅଭିମୁଖେ ଯାଉଥୁଲେ । ହେଲେ କୋରାପୁଟ ରେଳ ଷ୍ଟେସନରେ ବଗି ଗୁଡ଼ିକୁ ଅନୁଧ୍ୟାନ କରୁଥିବା ସମୟରେ ଜିଆରପି ପୋଲିସ ନଜର ରେ ପଡ଼ିଥିଲେ ମହିଳା ମାନେ । ବ୍ୟାଗ ଗୁଡ଼ିକ ଯାଞ୍ଚ କରିଥିଲେ । ବ୍ୟାଗ ଭିତରୁ ଆମ୍ବଶଢା ଭଳି କାଟା କାଟା ଗଞ୍ଜେଇ ବାହାରିଥିଲା ।
ଗଞ୍ଜେଇ ଭର୍ତ୍ତି ବ୍ୟଗକୁ ଜବତ କରିବା ସହ ମହିଳା ମାନଂକୁ ଧରିଥିଲା ଜିଆରପି ପୋଲିସ । ୩ ମହିଳା ଗିରଫ ଓ ୩୦ କିଲୋ ଗଞ୍ଜେଇ ଜବତ। ଜୟପୁର ରୁ ଦିଲ୍ଲୀକୁ ହେଉଥିଲା ଚାଲାଣ ଗିରଫ ତିନିଜଣ ମହିଳାଙ୍କ ନାମ ଶର୍ମିଳା, ମୋନିକା ଓ ରାଧିକା ବୋଲି ଜଣା ପଡ଼ିଛି। ୩ ମହିଳା ଜୟପୁରରୁ ଗଞ୍ଜେଇ କିଣିଥିବା କହିବା ସହ ସେମାନେ ବିଶାଖାପାଟଣା ଯାଇ ସେଠାରୁ ଦିଲ୍ଲୀ ଯାଇଥାନ୍ତେ ବୋଲି କୋରାପୁଟ ଜିଆରପି ପୋଲିସ କହିଛି। ହେଲେ ଜୟପୁରର କେଉଁ ସ୍ଥାନରୁ ଓ କାହାଠାରୁ କିଣି ଥିଲେ ତାହା ସ୍ପଷ୍ଟ କରିନାହିଁ । ତଦନ୍ତ ଜାରି ରହିଁଛି ବୋଲି କୋରାପୁଟ ଜିଆରପି ଥାନା ଅଧିକାରୀ ସନ୍ତୋସି ମହନ୍ତ କହିଛନ୍ତି ।
ଗତ କିଛି ଦିନର ଘଟଣା କ୍ରମକୁ ଦେଖିଲେ ଲାଗୁଛି ଗଞ୍ଜେଇ କାରବାରର ପେଣ୍ଠସ୍ଥଳୀ ପାଲଟିଛି ଜୟପୁର। ଜୟପୁରରୁ ଦେଶର ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚାଲାଣ ହେଉଛି। ଗଞ୍ଜେଇ ମାଫିଆମାନେ ଯାତ୍ରୀଙ୍କ ମାଧ୍ୟମରେ ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି । ତେବେ ଜିଆରପି ପୋଲିସର ସକ୍ରିୟତା ଯୋଗୁଁ ଗଞ୍ଜେଇ ଚାଲାଣକାରିଙ୍କୁ ଧରିବାରେ ସଫଳ ହେଉଛି ପୋଲିସ।