କଣ୍ଟେନରରେ କୋଟିଏ ଟଙ୍କାର ଗଂଜେଇ,ଭୟରେ ଡ୍ରାଇଭର ଛୁ, ପୋଲିସର କାବୁରେ ଗଞ୍ଜେଇ ମାଫିଆ

ସକାଳେ ଜିଆରପି ଏବେ ପୋଲିସ, କୋରାପୁଟରେ ଟ୍ରେନ ପରେ କଣ୍ଟେନରରେ ଗଞ୍ଜେଇ ଜବତ

କୋରାପୁଟ ( ପ୍ରତିଫଳନ ମିଡ଼ିଆ )

କୋରାପୁଟ ଜିଲ୍ଲା ଜଲାପୁଟରୁ ରାଜସ୍ଥାନକୁ ଚାଲାଣ କରାଯାଉ ଥୁଲା ଗଞ୍ଜେଇ । ପୋଲିସକୁ ମିଳିଗଲା ସୁରାକ । କଣ୍ଟେନର ଗାଡ଼ିକୁ ଧରିବା ପାଇଁ ଜାଲ ବିଛାଇଥିଲା ପୋଲିସ । ଦୀର୍ଘ ସମୟ ଅପେକ୍ଷା କରିବା ପରେ ନନ୍ଦପୁର ପୋଲିସ କୁ ମିଳିଲା ସଫଳତା। ନନ୍ଦପୁର ନିକଟ ଲୁଜିଂ ଛକ ନିକରେ କଣ୍ଟେନର ଗାଡ଼ି ଟି ପହଞ୍ଚିବା କ୍ଷଣି ପୋଲିସ ଗାଡ଼ିକୁ ଅଟକାଇ ଥିଲା । ହେଲେ ପୋଲିସ କୁ ଦେଖି ଧରା ପଡ଼ିଯିବା ଭୟରେ ଗାଡ଼ିକୁ ଛାଡ଼ି ଖସି ପଳାଇଲା ଡ୍ରାଇଭର । ଗାଡ଼ିକୁ ଯାଞ୍ଚ କରିବାରେ ବସ୍ତା ବସ୍ତା ଗଞ୍ଜେଇ ଥିବା ଦେଖିବାକୁ ମିଳିଲା । ଏକ ଟନ୍ ରୁ ଉର୍ଦ୍ଧ ଗଂଜେଇ ଜବତ କରିଛି । ଏହା ସହ ଗାଡ଼ିରେ ଥିବା ଗଞ୍ଜେଇ ମାଫିଆକୁ ଗିରଫ କରିଛି ପୋଲିସ।

ସୂଚନା ଅନୁଯାୟୀ ଏକ ବିଶେଷ ସୂତ୍ରରୁ ସୂଚନା ପାଇ ନନ୍ଦପୁର ଏସଡିପିଓ ଙ୍କ ନେତୃତ୍ୱ ରେ ଏକ ଟିମ୍ ।ଏହି ସମୟରେ ଜଲାପୁଟ ପୁଟ ଅଞ୍ଚଳରୁ ଏକ ହାଇୱା କଣ୍ଟେନର କୁ ଆସିଥିଲା ।ଗାଡ଼ି କୁ ଯାଞ୍ଚ କରିବାରୁ ପ୍ରଥମେ କିଛି ମିଳିନଥିଲା।ପରେ ପୋଲିସକୁ ଚକମା ଦେବା ପାଇ ଗାଡ଼ି ରେ ଏକ ସିକ୍ରେଟ ଚାମ୍ବର ମଧ୍ୟରେ ଗଂଜେଇ ରଖି ଚାଲାଣ କରାଯାଉଥିଲା । ଟିକି ନୀଖି ଯାଞ୍ଚ କରିବା ପରେ ପୋଲିସ ଜବତ କରିବାରେ ସଫଳ ହୋଇଥିଲା ।
ଜବତ ଗଞ୍ଜେଇର ମୂଲ୍ୟ ଆନୁମାନିକ ୧ କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ପୋଲିସ କହିଛି । ବର୍ଷା ଓ ଅନ୍ଧାରର ସୁଯୋଗ ନେଇ ଖସି ପଳାଇଥିବା ଡ଼୍ରାଇଭରକୁ ଗିରଫ କରାଯିବ ବୋଲି ପୋଲିସ କହିଛି ।ସ୍ଥାନୀୟ ଅଞ୍ଚଳର ଜଣେ ଗଂଜେଇ ମାଫିଆକୁ ଗିରଫ କରିଛି ।ଜଲାପୁଟର କେଉଁ ସ୍ଥାନରୁ କାହା ନିକଟରୁ ଏତେ ଗଞ୍ଜେଇ କିଣା ଯାଇଛି କିଏ କିଏ ସଂପୃକ୍ତ ଅଛନ୍ତି ସେ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି ।

Spread the love