ଜଲାପୁଟ ଜଳ ଭଣ୍ଡାରରେ ବୁଡି ନାବାଳକ ନାବାଳିକାଙ୍କ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ

ରାୟଗଡା (ପ୍ରତିଫଳନ ମିଡ଼ିଆ )

ବନୁର ଗାଁର ନାବାଳକ ନାବାଳିକା ଜଲାପୁଟ ଜଳ ଭଣ୍ଡାରରେ ଡେଇଁ ଆତ୍ମହତ୍ୟା କରିଛନ୍ତି l ଦେବେନ୍ଦ୍ର କ୍ରିସାନି ଏବଂ ପୁଷ୍ପା ବୈରାଗୀ ଗତ କାଲି ଠାରୁ ନିଖୋଜ ଥିବାରୁ ଉଭୟଙ୍କ ପରିବାର ଖୋଜୁଥିଲେ। ଜଳ ଭଣ୍ଡାର ନିକଟରେ ଚପଲ୍ ଓ ମୋବାଇଲ ଦେଖି ଜଳ ଭଣ୍ଡାରରେ ବୁଡି ଥିବା ଜଣା ପଡ଼ିଥିଲା l
ଘଟଣାସ୍ଥଳରେ ନନ୍ଦପୁର ଓଡ୍ରାଫ୍ଟ୍ ଟିମ୍ ପହଞ୍ଚିଖୋଜା ଖୋଜି କରିବା ପରେ ଜଳଭଣ୍ଡାର ମଧ୍ୟରେ ଚୁନ୍ନିରେ ଉଭୟ ବନ୍ଧା ହୋଇଥିବା ମୃତ ଦେହ ଉଦ୍ଧାର କରିଛନ୍ତି lଘଟଣା ସ୍ଥଳରେ ପାଡୁଆ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରେମ ସମ୍ପର୍କ କୁ ନେଇ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହୋଇଛି l ହେଲେ ମୃତକ ଙ୍କ ପରିବାର ପକ୍ଷରୁ ମାଛ ଧରିବାକୁ ଯାଇଥିବା ବେଳେ ଜଣକର ଗୋଡ ଖସି ଗଭୀର ଜଳ ମଧ୍ୟକୁ ଖସି ଯାଇଥିଲା ତାକୁ ଉଦ୍ଧାର କରିବାକୁ ଯାଇ ଦୁଇ ଜଣ ପାଣିରେ ବୁଡି ମୃତ୍ୟୁ ଘଟିଲା ବୋଲି ପୋଲିସକୁ ଲେଖି ଜଣାଇଛନ୍ତି

Spread the love