ରିଲସ ବନେଉ ଥିଲେ, ହଠାତ ହୋଇଗଲେ ନିଖୋଜ

କୋରାପୁଟ (ପ୍ରତିଫଳନ ମିଡ଼ିଆ )

ଗୁଲୁମି ଜଳପ୍ରପାତକୁ ବୁଲିବାକୁ ଆସିଥିଲେ। ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ମନରେ ଉତ୍ସାହ ଥିଲା। ନିଶା ଥିଲା ରିଲସ ବାନେଇବା। ହେଲେ ହୋଇଗଲେ ନିଖୋଜ। ଗୁଲୁମି ଜଳପ୍ରପାତର ଗଭୀର ଜଳରାଶି ରେ ବୁଡ଼ି ୨ ନାବାଳକ ନିଖୋଜ l ରିଲସ ବନେଇବା ହେଲା କାଳ l ଦୃଶ୍ୟ ଗୁଡ଼ିକ ରେକଡିଙ୍ଗ କରୁଥିଲେ । ହଠାତ ଗୋଡ଼ ଖସି ଜଳ ପ୍ରପାତ ମଧ୍ୟକୁ ଖସିଗଲେ । ନିମିଷକ ମଧ୍ୟରେ ନିଖୋଜ ହୋଇଗଲେ ।

ନାବାଳକମାନେ ହେଲେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ପଞ୍ଚାୟତ କିରନ ମୀର୍ଗାନ (ବୟସ 16 )ବର୍ଷ ଓ ଆଲୋକ ରାଜସୁନା (ବୟସ 16 ବର୍ଷ) ବୋଲି ଜଣାପଡିଛି l ସୂଚନା ଅନୁଯାୟୀ କୋଷାଗୁମୁଡ଼ା ଅଞ୍ଚଳରୁ ୫ ଜଣ ସାଙ୍ଗ ରଜରେ ଗୁଲୁମୀ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ l ହେଲେ ରିଲ୍ସ କରୁଥିବା ସମୟରେ ୨ ଜଣ ସାଙ୍ଗ ଖସିଗଲେ। ଜଳପ୍ରପାତର ଜଳ ରାଶିରେ ବୁଡ଼ିଯାଇଥିଲେ l ଖବର ପାଇ କୋଟପାଡ଼ ଅଗ୍ନୀଶମ ବାହିନୀ ଜଳପ୍ରପାତ ନିକଟରେ ପହଞ୍ଚି ସନ୍ଧାନ କାର୍ଯ୍ୟ ଜାରି ରଖିଛନ୍ତି। କୋଟପାଡ଼ ପୋଲିସ ଘଟଣାସ୍ଥଳରେ ରହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି।

Spread the love