ଶବର ପଣ୍ଡିତ ମାଙ୍ଗେଇ ଗମାଙ୍ଗଙ୍କ ଜୟନ୍ତୀ ପାଳିତ, ଏକାଠି ହେଲେ ରାଜ୍ୟର ସଉରା ସମ୍ପ୍ରଦାୟ

ଗୁଣୁପୁର (ପ୍ରତିଫଳନ ମିଡ଼ିଆ )

ଶବର ପଣ୍ଡିତ ମାଙ୍ଗେଇ ଗମାଙ୍ଗଙ୍କ ୧୦୯ ତମ ଜନ୍ମ ଜୟନ୍ତି ଉତ୍ସବ ପାଳିତ ହୋଇଯାଇଛି । ଶବର ସାଂସ୍କୃତିକ ସଙ୍ଘ ଗୁଣୁପୁର ତରଫରୁ ଶବର ଜାତିର ଗୁରୁ ସ୍ୱର୍ଗତ ମାଙ୍ଗେଇ ଗମାଙ୍ଗଙ୍କ ଜନ୍ମ ଜୟନ୍ତି ଉତ୍ସବ ଏଙ୍ଗେର୍ବା ସ୍ଥିତ ଏସ୍ ପି ମାଙ୍ଗେଇ ଆଶ୍ରମ ପରିସରରେ ଧୂମଧାମରେ ପାଳନ କରା ଯାଇଛି। ଏହି ଜୟନ୍ତି ଉତ୍ସବ ରେ ମାଙ୍ଗାଇ ଆଶ୍ରମର ସମସ୍ତ ଶିକ୍ଷୟିତ୍ରୀ , କାର୍ଯ୍ୟ କାରିଣୀ କମିଟି ର ସମସ୍ତ ସଦସ୍ୟ ତଥା ଅନେକ ଶବର ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ। ଏହି ଜନ୍ମ ଉତ୍ସବରେ ବାହାର ଜିଲ୍ଲାର
ଶବର ଭାଇ ମାନେ ଆସି ଅଂଶ ଗ୍ରହଣ କରିଥଲେ। ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲାର ଯଥା ବିଶ୍ୱାଳ, ମୁଖ୍ୟ ବକ୍ତା ଭାବରେ ନୂଆପଡ଼ା ଜିଲ୍ଲାର ସୋମନାଥ ଖମାରୀ , ସମ୍ମାନିତ ଅତିଥି ଭାବରେ ସମ୍ବଲପୁର ଜିଲ୍ଲାର ଯୁବରାଜ ଭୋଇ, ବଲାଙ୍ଗୀର ଜିଲ୍ଲାର ଅଶୋକ କୁମାର ବୋଡେକ୍, ଅବସର ପ୍ରାପ୍ତ ଓ. ଏ .ଏସ୍. ଅଫିସର ତାପସ ଭୋଇ ଏବଂ ନୂଆପଡା ଜିଲ୍ଲାର ଭୋଳାନାଥ ଖମାରୀ ମଞ୍ଚାସୀନ ଥିଲେ । ଏମାନଙ୍କ ବ୍ୟତୀତ ବଳରାମ ଶବର, ବିଦ୍ୟାଧର ଶବର, ଆଶ୍ରମ ପରିଚାଳନା କମିଟିର ସଭାପତି ରତ୍ନାକର ଶବର, ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଇନ୍ଦୁପ୍ରଭା ଶବର, ଏ ସିଓ ଶବର, ଯୁଗଳ ଶବର, ରାମଚନ୍ଦ୍ର ଗମାଙ୍ଗ , କାର୍ତ୍ତିକ ଗମାଙ୍ଗ, ଲୋକନାଥ ଶବର,ପ୍ରମୁଖ ମଞ୍ଚାସୀନ ଥିଲେ।

ସର୍ବ ପ୍ରଥମେ ଗୁରୁଙ୍କ ଉଦ୍ଦେଶ୍ୟରେ ସମୂହ ପ୍ରାର୍ଥନାର ମୂର୍ଚ୍ଛନା ଭିତରେ ସମସ୍ତ ଅତିଥି ମାନେ ସଉରା ପଣ୍ଡିତ ମାଙ୍ଗାଇ ଗମାଙ୍ଗଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦିପ ଜାଳି ସଭାର ଶୁଭାରମ୍ଭ କରିଥିଲେ ଏବଂ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସଉରା ଭାଷାର ତ୍ରାଣକର୍ତ୍ତା ଓ ସଉରା ବର୍ଣ୍ଣମାଳା ସମ୍ପେଙ୍ ର ଲିପିକାର ସ୍ୱର୍ଗତ ମାଙ୍ଗାଇ ଗମାଙ୍ଗ ଙ୍କ ତ୍ୟାଗ ଓ ଅବଦାନ ବିଷୟ ରେ ଶ୍ରୀ ତାପସ ଭୋଇ, ଶ୍ରୀ ବଳରାମ ଶବର ଉପସ୍ଥିତ ଶବର ଭାଇ ଭଉଣୀ ମାନଙ୍କୁ ଉଦ୍ ବୋଧନ ଦେଇ ଥିଲେ। ମୁଖ୍ୟବକ୍ତା ଶ୍ରୀ ସୋମନାଥ ଖମାରୀ, ସ୍ୱର୍ଗତ ଗୁରୁ ଙ୍କ ସ୍ମୃତି ଚାରଣ କରିବା ସହିତ ସମ୍ବିଧାନରେ ପ୍ରାବଧାନ ରହିଥିବା ଆମର ଅଧିକାର ବିଷୟରେ ବୁଝାଇଥିଲେ ଏବଂ ସମସ୍ତେ ଏକତ୍ରିତ ହୋଇ ସଙ୍ଘବଦ୍ଧ ଭାବରେ ନିଜର ହକ୍ ଦାବି ହାସଲ କରିବା ପାଇଁ ପରାମର୍ଶ ଦେଇଥିଲେ। ପଶ୍ଚିମ ଓଡିଶାରେ ଗଢି ଉଠୁଥିବା ରାଜ୍ୟସ୍ତରୀୟ ବିଶ୍ୱାବସୁ ଶବର ସମାଜ ରେ ସମସ୍ତ ଶବର ଭାଇ ଭଉଣୀ ମାନେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ। ଏସ୍ ପି ମାଙ୍ଗାଇ ଆଶ୍ରମ ର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବିଜୟ ଲକ୍ଷ୍ମୀ ଶବର ଓ ସହକାରୀ ଶିକ୍ଷୟିତ୍ରୀ ସୁଶ୍ରୀ କାଞ୍ଚନ ମାଳା ଶବର ସରକାରୀ ଚାକିରୀ ରେ ଅନ୍ୟତ୍ର ନିୟୋଜିତ ହୋଇ ଥିବାରୁ ଆଜି ସେମାନଙ୍କୁ ଉପହାର ଦେଇ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶ୍ରୀ ଚକ୍ରପାଣି ଶବର ସଭା ପରିଚାଳନା କରିଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ଓ ପରେ ପରେ ସଭାସାଙ୍ଗ ଘୋଷଣା କରାଯାଇଥିଲା।

Spread the love