ସାପ କାମୁଡ଼ାରେ ଯୁବକର ମୃତ

ଗୁଡ଼ାରୀ ( ପ୍ରତିଫଳନ ମିଡ଼ିଆ )

ସବୁଦିନ ପରି ଶୋଇଥିଲେ । କିନ୍ତୁ କିଏ ଜାଣିଥିଲା ସେଇଟା ହେବ କାଳରାତ୍ରୀ । ଜୀବନର ଶେଷ ରଜନୀକୁ ସେ ଉପଭୋଗ କରୁଛନ୍ତି ବୋଲି ଜମା ଜାଣି ନଥିଲେ । କିନ୍ତୁ ଶୋଇ ଶୋଇ ଚାଲିଗଲେ ସାପ କାମୁଡାରେ । ରାୟଗଡା ଜିଲ୍ଲା ଗୁଡ଼ାରୀରେ ଘଟିଛି ଏଭଳି ଦୁଃଖଦ ଘଟଣା । ଶୋଇଥିବା ବେଳେ ସାପ କାମୁଡାରେ ଜଣଙ୍କର ମୃତ୍ୟୁ ଘଟିଛି | ମୃତ ଯୁବକ ଜଣକ ହେଲେ ପ୍ରସନ୍ନ କୁମାର ଶବର ଙ୍କ ପୁଅ ବିରେନ୍ଦ୍ର କୁମାର ଶବର। ବୟସ 16 ବର୍ଷ  | ତାଙ୍କ ଘର ଗୁଡାରୀ ବ୍ଲକ  ପେଣ୍ଡିଲି ପଞ୍ଚାୟତର ଡୁପୁଲୁପାଡୁ ରେ ବୋଲି ଜଣାପଡ଼ିଛି | ରାତି ରେ ଘରେ ଶୋଇଥିବା ବେଳେ ବିରେନ୍ଦ୍ର ଚିତ୍କାର କରିଥିଲେ | ଘର ଲୋକ ଉଠି ଦେଖିବା ବେଳକୁ ବୀରେନ୍ଦ୍ରର ଗୋଡ଼ରୁ ରକ୍ତ ବାହାରୁଛି | ସର୍ପ ଦଂଶନ ସନ୍ଦେହରେ ସଙ୍ଗେ ସଙ୍ଗେ ତାଙ୍କୁ ୨୫ କିମି ଦୂର ଚିକିତ୍ସା ପାଇଁ ପଦ୍ମପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରେ ଗୁଣପୁର ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ | ହେଲେ ଡାକ୍ତର ମାନଙ୍କ ବହୁ ଚେଷ୍ଟା ସତ୍ତ୍ଵେ ଚିକିତ୍ସାଧୀନ ଅବସ୍ଥା ରେ ଯୁବକର ମୃତ୍ୟୁ ଘଟିଛି |

Spread the love