ହୋଟେଲରେ ମିଳିତ ଚଢ଼ାଉ, ନିମ୍ନମାନର ଖାଦ୍ୟ ମିଳିଲା, ଜୋରିମାନା ଆଦାୟ

ଗୁଣୁପୁର (ପ୍ରତିଫଳନ ମିଡ଼ିଆ )

ଗୁଣୁପୁର ହୋଟେଲରେ ଯଦି ଖାଉଛନ୍ତି ତେବେ ଟିକେ ଜାଗ୍ରତ। ଅନେକ ହୋଟେଲରେ ଦିଆଯାଉଛି ବାସି ଖାଦ୍ୟ। ପ୍ରସ୍ତୁତ ହେଉଛି ନିମ୍ନମାନର ଖାଦ୍ୟ। ରଙ୍ଗ ବୋଳା ଖାଦ୍ୟ ପରଷା ଯାଉଛି। ଏଭଳି ଖାଦ୍ୟ ଖାଇଲେ ଆପଣ ଝାଡା ବାନ୍ତି କିମ୍ବା ପେଟ ରୋଗର ଶିକାର ହୋଇପାରନ୍ତି। ଟିକେ ସାବଧାନ। ଆଜି ଏମିତି କିଛି ତଥ୍ୟ ଜଣାପଡିଛି ପ୍ରଶାସନିକ ଚଢ଼ାଉ ବେଳେ।

ରାଜ୍ୟରେ ଡାଇରିଆ ରୋଗୀ ବଢିବା ସହ ଜିଲ୍ଲାରୁ ଜିଲ୍ଲାକୁ ବ୍ୟାପିବାରେ ଲାଗିଚି | ସରକାର ସବୁ ଜିଲ୍ଲାକୁ ସଜାଗ ରହିବା ଓ ସତର୍କ ମୂଳକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି | ଏପଟେ ରାୟଗଡ଼ା ଜିଲ୍ଲା ଗୁଣପୁର ମ୍ୟୁନିସିପାିଟି ନିର୍ବାହୀ ଅଧିକାରୀ ସହ ଖାଦ୍ୟ ନିରାପତା ଅଧିକାରିଙ୍କ ଚେତା ପଶିଛି । ମ୍ୟୁନିସିପାଲଟି ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲରେ ନିର୍ବାହୀ ଅଧିକାରୀଙ୍କ ସହ ଖାଦ୍ୟ  ନିରାପତ୍ତା ଅଧିକାରୀ ମିଳିତ ଭାବେ ଚଢାଉ କରାଯାଇଛି | ଖାଦ୍ୟର ମାନ ଗୁଡ଼ିକୁ ତନ ତନ କରି ଯାଂଚ କରିବା ସହ ହୋଟେଲ ଗୁଡିକ ଉପରୁ ଫାଇନ ଆଦାୟ କରାଯାଉଛି। ନୂଆ ବସଷ୍ଟାଣ୍ଡ ଠାରେ ଥିବା ବିଭିନ୍ନ ହଟେଲ୍ ଗୁଡିକରେ ବାସି ଖଦ୍ୟ ରଖାଯାଉଥିବା ସହ ନିମ୍ନମାନର କଲର ଦିଆ ଖାଦ୍ୟ କୁ ଦେଖିବାକୁ ମିଳିଥିଲା। ଅଧିକାରୀଙ୍କ ଉପସ୍ଥିତିରେ ବାସି ଖାଦ୍ୟ କୁ ଧରାଯାଇଥିଲା। ଖାଦ୍ୟ ଫୋପାଡିବା ସହ ଜୋରିମାନା ଆଦାୟ କରାଯାଇଥିଲା। ସ୍ବାସ୍ଥ୍ୟକର ଖାଦ୍ୟ ପ୍ରଦାନ ଲାଗି ତାଗିଦ ମଧ୍ୟ କରାଯାଇଥିଲା।

Spread the love