ବରଗଡ଼ (ପ୍ରତିଫଳନ ମିଡ଼ିଆ )
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ପୁରଣ କରିଛି । ଏହି ଉପଲକ୍ଷେ ପଦମପୁର ଇନଡୋର ଷ୍ଟାଡିୟମ ଠାରେ ଆୟୋଜିତ ଉପଖଣ୍ଡ ସ୍ତରୀୟ ବିକାଶ ମେଳାକୁ ଉଦଘାଟନ କରିଥିଲେ । ବରଗଡ଼ ଜିଲ୍ଲା ପ୍ରଭାରି ତଥା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ। ରାଜ୍ୟ ସରକାର ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବା ସହ ସୁଶାସନ ଦେଇଛି।
ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନେ ସାଧାରଣ ଲୋକଙ୍କ ସହ ମିଶି ରାଜ୍ୟର ବିକାଶ ପାଇଁ ଉଦ୍ୟମ କରୁଛୁ ବୋଲି କହିଥିଲେ ।
ଲୋକଙ୍କ ସ୍ବପ୍ନ ର ସରକାର ବୋଲି ଅଭିହିତ କରିଥିଲେ ।
ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ମନ୍ଦିର ପରିସରରେ ବୃକ୍ଷ ରୋପଣ କଲେ ସ୍ଵାସ୍ଥ୍ୟ ମନ୍ତ୍ରୀ

କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନା ଭଳି ଭିଭିନ୍ନ ସରକାରୀ ଯୋଜନାରେ ସହାୟତା ରାଶି ଏବଂ କାର୍ଯ୍ୟାଦେଶ ପ୍ରଦାନ କରିବା ସହ ପଦମପୁର ଉପଖଣ୍ଡର ସଫଳ କଳା ଧାନ ଚାଷୀ ଭାବେ ଝାରବନ୍ଦ ବ୍ଲକ ମହାଗାଁର ଶ୍ରୀ ଗୁଣନିଧି ନାୟକ, ଜମରତଲା ଗ୍ରାମର ସଫଳ କପା ଚାଷୀ ଶ୍ରୀ ରବିନ୍ଦ୍ର ସାହୁ, ସଫଳ ସୁଭଦ୍ରା ହିତାଧିକାରୀ ଭାବେ ମହୁଲପାଲିର ଶ୍ରୀମତୀ ଡାଳିମ୍ବ ସାହୁ ଏବଂ ସଫଳ ଲକ୍ଷପତି ଦିଦି ଶ୍ରୀମତୀ ଭୁମିସୁତା ସାହୁଙ୍କ ସମେତ ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷାରେ ନିୟୋଜିତ ବିନ୍ଦ୍ୟବାସିନି ବନ ସୁରକ୍ଷା ସମିତି ଜର୍ଜଗଡ, ଗୁରୁଣ୍ଡା ବନ ସୁରକ୍ଷା ସମିତି, ରାଇବାହାଦୁରପୁର ବନ ସୁରକ୍ଷା ସମିତି ଏବଂ ଧଉଲିବାହାଲ ବନ ସୁରକ୍ଷା ସମିତିକୁ ସମ୍ମାନିତ କରିଛନ୍ତି।
ସମ୍ମାନିତ ଅତିଥି ଭାବେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ମଂଚାସୀନ ହୋଇ ଓଡିଶା ସରକାରଙ୍କ ଏକ ବର୍ଷର ସମସ୍ତ ଉପଲବ୍ଧି ଏବଂ ଭାରତ ସରକାରଙ୍କ ୧୧ ବର୍ଷର ଉପଲବ୍ଧି ସବୁକୁ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ପଦମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୃଣାଲ ମୋତିରାମ ଚୌହାନ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା ମଂଚାସୀନ ଥିଲେ ।

ଏହାପରେ ଅପରାହ୍ନରେ ସ୍ବାସ୍ଥ୍ୟ ମନ୍ତ୍ରୀ ମହଲିଙ୍ଗ, ବରଗଡ଼ ସାଂସଦ ପୁରୋହିତ ଓ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ସର୍ବମୋଟ ୧ କୋଟି ଟଙ୍କା ଅଟକଳ ମୂଲ୍ୟରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ମନ୍ଦିର ପରିସରରେ ବୃକ୍ଷ ରୋପଣ କରିଥିଲେ।

