ପ୍ରତିଫଳନ ମିଡ଼ିଆ
ଅପରାଧିକ କାର୍ଯ୍ୟକୁ ଧରିବା ଓ ଗାଡ଼ିର ଅବସ୍ଥିତି ଓ ସମୟ ଜାଣିବା ପାଇଁ ଗାଡ଼ି ଗୁଡିକରେ ଭେଇକଲ ଲୋକେଶନ ଟ୍ରାକିଂ ଡିଭାଇସ୍ (VLTD ) ସଫ ଟୱେର ଲଗାଇବାକୁ ଭାରତ ସରକାର ନିଷ୍ପତି ନେଇଥିଲେ । VLTD ଏହା ଏକ GPS-ଆଧାରିତ ସିଷ୍ଟମ୍, ଯାହା ଯାନବାହନରେ ଖଞ୍ଜା ଯାଇଥାଏ । ଯାହା ଫଳରେ ଗାଡ଼ି ଟିର ପ୍ରକୃତ ସମୟ ଅବସ୍ଥିତି କୁ ଚିହ୍ନଟ କରିଥାଏ । ଯାତ୍ରୀଙ୍କ ଓ ଗାଡ଼ିର ସୁରକ୍ଷା ପାଇଁ ଏହି ଡିଭାଇସ କୁ ଯାତ୍ରୀ ବାହି ଗାଡ଼ି ଗୁଡିକରେ ଲଗାଇବା ପାଇଁ ବାଧ୍ୟତାମୂଳକ କରାଯାଇଛି । ଏହି ସଫଟୱେର ପରିଚାଳନା ଦାୟିତ୍ଵ ବିଏସ୍ଏନ୍ ଏଲ୍ ନେଇଥିଲା । ଏବେ ଦାୟିତ୍ଵ ରୁ ବିଏସ୍ଏନ୍ ଏଲ୍ ଓହରି ଯାଇଥିବାରୁ ସେହି ସଫ୍ଟୱେର ପରିଚାଳନା କରିବାକୁ ଆଉ କେହି ନାହାଁନ୍ତି ।ଫଳରେ ନୂଆ ଗାଡ଼ି ପଞ୍ଜି କରଣ ହୋଇପାରୁ ନାହିଁ । ପୁରୁଣା ଗାଡ଼ି ଗୁଡ଼ିକୁ ଫିଟନେସ ମିଳି ପାରୁ ନାହିଁ । ସମୟ ଅବଧି ମଧ୍ୟରେ ଫିଟନେସ କରାନଗଲେ ମୋଟର ଯାନ ନିୟମ ଅନୁଯାୟୀ ଫାଇନ ବାନ୍ଧିବାକୁ ବାଧ୍ୟ ହେଉଛନ୍ତି ଗାଡ଼ି ମାଲିକ ।
ସରକାର ଓ ବିଭାଗ କରୁଛି ଭୁଲ କିନ୍ତୁ ଅଯଥାରେ ଫିଟନେସ ନବୀକରଣ ପାଇଁ ଫାଇନ ବାନ୍ଧିବାକୁ ବାଧ୍ୟ ହେଉଛନ୍ତି ଗାଡ଼ି ମାଲିକ ।
ଭିଏଲଟିଡି ସଫ୍ଟୱେର ଲାଗି ବା ଦ୍ଵାରା ଗାଡ଼ିର ସମସ୍ତ ତଥ୍ୟ ଅପଲୋଡ଼ ହେଉଥିଲା । ଚାଳକମାନେ ଦୃତ ଗତିରେ ଗାଡ଼ି ଚଳାଇବାକୁ ବା ଅପରାଧିକ କାର୍ଯ୍ୟ କରିଵାକୁ ଭୟ କରୁଥିଲେ ।ଏହା ଦ୍ବାରା ସଡ଼କ ସୁରକ୍ଷା କ୍ଷେତ୍ରରେ ଅନେକାଂଶ ସଫଳ ମିଳୁଥିଲା ।

ନିର୍ଭୟା ଘଟଣା ପରେ ଭାରତ ସରକାରଙ୍କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଯାତ୍ରୀ ପରିବହନ ସେବାର ନିୟୋଜିତ ସମସ୍ତ ପ୍ରକାର ଗାଡ଼ିରେ ଭିଏଲଟିଡି ସଫ୍ଟଟୱେର ଲଗାଇବା ବ୍ୟବସ୍ଥାକୁ ବାଧ୍ୟତା କରିଥିଲେ ।୨୦୨୩ ମସିହା ପୂର୍ବରୁ ପଞ୍ଜୀକୃତ ଗାଡ଼ି ଗୁଡିକରେ ଲଗାଇବାକୁ ନିର୍ଦ୍ଦେଶ ଜାରି କରିଥିଲେ । ଓଡ଼ିଶାରେ ଏହି ସଫ୍ଟଟୱେର ପରିଚାଳନା ଦାୟିତ୍ଵ ନେଇଥିବା ବିଏସଏନଏଲ ଏବେ ଓହରି ଯାଇଛି । କେଉଁ ସମୟରେ କେଉଁଠି ଗାଡ଼ି ଥିଲା ତାର ଅବସ୍ଥିତି ଜାଣିବା,ଯାତ୍ରୀ ସୁରକ୍ଷା ଓ ସଡ଼କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଏସ୍ଏନ୍ ଏଲ୍ ଓହରି ଯିବା ପରେ ଏବେ କଳା ତାଲିକା ଭୁକ୍ତ ଏକ କମ୍ପାନୀକୁ ତାର ପରିଚାଳନା ଦାୟିତ୍ଵ ଦେବାକୁ ଉଦ୍ୟମ କରାଯାଉଛି ।ଏଭଳି ସଂସ୍ଥାକୁ ଦାୟିତ୍ଵ ଦେଲେ ବ୍ୟାପକ ଅନିୟମିତତା ହେବାର ସମ୍ଭାବନା ରହିଛି ବୋଲି ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଙ୍ଗଠନ ଆଶଙ୍କା ବ୍ୟକ୍ତ କରିଛି । କଳା ତାଲିକା ଭୂକ୍ତ ସଂସ୍ଥାକୁ ନ ଦେଇ ଅଭିଜ୍ଞତା ଥିବା ଭରସା ଓ ବିଶ୍ବାସ ଯୋଗ୍ୟ ଦକ୍ଷ ସ୍ବଚ୍ଛ ସଂସ୍ଥାକୁ ଦାୟିତ୍ବ ଦେବାକୁ ଚିଠିରେ ଉଲ୍ଲେଖ ରହିଛି । ଭିଏଲଟିଡି ବ୍ୟବସ୍ଥାକୁ ଦୁର୍ନୀତି ମୁକ୍ତ କରିବାକୁ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଙ୍ଗଠନ ଦାବି କରିଛି । ଏଦିଗରେ ତ୍ୱରିତ ଓ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅନୁରୋଧ କରାଯାଇଛି ବୋଲି ସଂଗଠନର ରାଜ୍ୟ ଆବାହକ ସୁବ୍ରତ ନନ୍ଦ ସୂଚନା ଦେଇଛନ୍ତି ।


