ପ୍ରତିଫଳନ ମିଡ଼ିଆ
ରାଜ୍ୟରେ ମହିଳା ଓ ନାବାଳିକା ବଳାତ୍କାର କୁ ପ୍ରସଙ୍ଗ କରିଛି କଂଗ୍ରେସ । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଖରାପ ହୋଇ ପଡ଼ିଥିବା ଅଭିଯୋଗ କରି ବିଜେପି ସରକାର ବିରୋଧରେ ଅଭିଯାନ ଆରମ୍ଭ କରିଛି । ମହିଳା ନିର୍ଯାତନା ବିରୋଧରେ ଆନ୍ଦୋଳନ କ୍ରମରେ ମହିଳା କଂଗ୍ରେସକୁ ମାଧ୍ୟମ କରିଛି ।ଆଉ ତୃଣ ମୂଳ ସ୍ତରରେ ଜନମତକୁ ଜାଗୃତ କରିବାକୁ ଉଦ୍ୟମ ଚଳାଇଛି ।କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲିରେ ରବିବାର କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପହଞ୍ଚିଛନ୍ତି। କଂଗ୍ରେସର ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମରେ ଅଛନ୍ତି ୫ ଜଣ ସଦସ୍ୟ ରହିଛନ୍ତି । କିଛି ଦିନ ତଳେ ଟିକାବାଲି ଅଞ୍ଚଳରେ ବଳାତ୍କାର କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ପୀଡିତାର ପରିବାର ବର୍ଗ ଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ନ୍ୟାୟ ପ୍ରଦାନ କରିବା ଦିଗରେ କଂଗ୍ରେସ ଦଳ ସାଥିରେ ରହିବ ବୋଲି ପୀଡ଼ିତାଙ୍କ ପରିବାରକୁ ଆଶ୍ଵାସନା ଦେଇ ଥିଲେ କଂଗ୍ରେସ ପ୍ରତିନିଧି ଦଳ । ଟିକାବାଲି ଆସିବ ପୂର୍ବରୁ ଗଞ୍ଜାମ ଜିଲ୍ଲା ଗସ୍ତ କରି ଗୋପାଳପୁର ଗଣଦୁଷ୍କର୍ମ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ ।ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ରାଜ୍ୟରେ ମହିଳା ଓ ନାବାଳିକା ଙ୍କ ଉପରେ ଦୁଷ୍କର୍ମ ଓ ନିର୍ଯାତନା ବଡିଛି। ତାସହ ଆକସ୍ମିକ ଭାବରେ ଶତାଧିକ ମହିଳା, ଶିଶୁ ନିଖୋଜ ହୋଇଛନ୍ତି ବୋଲି କଂଗ୍ରେସ ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି । ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାରକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ରାଜ୍ୟର ସ୍ଥିତି ଅନୁଧ୍ୟାନ କରିବା ସକାଶେ ଏଆଇସିସି ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜୁନ ଖଡଗେ ଙ୍କ ନିର୍ଦ୍ଦେଶ କ୍ରମେ ୫ଜଣିଆ ତଥ୍ୟ ଅନୁସନ୍ଧାନ କରି କମିଟି ଗଠନ ହୋଇଛି । ଏହି କମିଟି ଅନୁଧ୍ୟାନ କରିଥିବା ତଥ୍ୟ ଏ ଆଇ ସି ସି ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବ ବୋଲି ପ୍ରତିନିଧି ଦଳ କହିଛନ୍ତି ।
ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ମହିଳା କଂଗ୍ରେସ ଅଧ୍ୟକ୍ଷା ଦିପା ଦାସମୁନସୀ ଆବାହକତ୍ୱରେ ୫ ଜଣିଆ ତଥ୍ୟ ଅନୁଧ୍ୟାନ କାରୀ ଦଳ ୪ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ଦଳରେ ସାଂସଦ ରଞ୍ଜିତ ରଞ୍ଜନ, ସାଂସଦ ପ୍ରଣିତି ସିନ୍ଦେ,ଏସ ଯୋଥିମଣି ,ପୂର୍ବତନ ଏଆଇସିସି ମହିଳା କଂଗ୍ରେସ ଅଧ୍ୟକ୍ଷା ଶୋଭା ଓଜା ପ୍ରମୁଖ ରହିଛନ୍ତି । ଉକ୍ତ ଦଳ ସହ ରାଜ୍ୟ ମହିଳା କଂଗ୍ରେସ ଅଧ୍ୟକ୍ଷା ମିନାକ୍ଷୀ ବାହିନୀପତି, ସସ୍ମିତା ବେହେରା, ବନ୍ଦିତା ପରିଡ଼ା,ସୋନାଲି ସାହୁ,ମନିଷା ଦାଶ ପଟ୍ଟନାୟକ, ଜୟଶ୍ରୀ ପାତ୍ର ପ୍ରମୁଖ ମହିଳା କଂଗ୍ରେସ ନେତୃବୃନ୍ଦ ଗସ୍ତରେ ସାମିଲ ହୋଇଛନ୍ତି ।

