କୋରାପୁଟ (ପ୍ରତିଫଳନ ମିଡ଼ିଆ )
କୋରାପୁଟର କଳା ଜିରା ଚାଉଳ ଶ୍ରୀ ମନ୍ଦିରର କୋଠ ଭୋଗରେ ବ୍ୟବହୃତ ହେବ। ଏଥିପାଇଁ କୋରାପୁଟରୁ ଚାଉଳ ଯାଉଛି ପୁରୀ। ଏଭଳି ମହତ୍ତ୍ୱ କାମ ପାଇଁ ଉତ୍ପାଦିତ କଳା ଧାନ ଯାଉଥିବାରୁ କୋରାପୁଟ ଚାଷୀ ବେଶ ଉତ୍ସାହିତ ହୋଇଛନ୍ତି। କୃଷି ବିଭାଗର ଉଦ୍ୟମ ଓ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଡ:ଅରବିନ୍ଦ ପାଢୀଙ୍କ ଉଦ୍ୟମ କ୍ରମେ ସରକାରଙ୍କ ଅମୃତ ଅନ୍ନ ଯୋଜନା ରେ ପୁରୀ ଶ୍ରୀମନ୍ଦିର ରେ ଭୋଗ ଲାଗି ସକାଶେ କୋରାପୁଟର ପ୍ରସିଦ୍ଧ କଳା ଜିରାକୁ ଅନୁମତି ମିଳିଛି । ଆଜି ୨୨କ୍ଵିଣ୍ଟାଲ କଳା ଜିରା, ବିରି ,ମୁଗ ଶାବର ଶ୍ରୀକ୍ଷେତ୍ର ରୁ ସ୍ବତନ୍ତ୍ର ଗାଡ଼ିରେ ପୁରୀ ପଠା ଯାଇଛି ବୋଲି ପ୍ରଗତୀ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ କୁହାଯାଇଛି। କୋରାପୁଟ ଜିଲ୍ଲାପାଳ, ଏସପି, କୋରାପୁଟ ବିଧାୟକ, ଶାବର ଶ୍ରୀକ୍ଷେତ୍ର ମନ୍ଦିର ପରିଚାଳନା କମିଟିର ଉପସ୍ଥିତିରେ ପୂଜା କରହିଥିଲା । ପରେ ଚାଉଳ ବୋଝେଇ ସ୍ଵତନ୍ତ୍ର ଗାଡ଼ିକୁ ପତାକା ଦେଖାଇ ପଠାଯାଇଛି। 2024 ମସିହାରେ ମଧ୍ୟ କଳାଜିରା ଶ୍ରୀ ମନ୍ଦିରକୁ ଯାଇଥିଲା।

କୋରାପୁଟରୁ ପୁରୀ ଶ୍ରୀକ୍ଷେତ୍ର ଅଭିମୁଖେ ଯାଉଛି କଳାଜିରା। ତା ସହିତ ଯାଉଛନ୍ତି କଳା ଜିରା ଧାନ ଚାଷୀ । କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥଙ୍କ ନିକଟରେ ଲାଗି କରାଇବା ପରେ ପୁରୀ ଅଭିମୁଖେ ଗସ୍ତ ଜରିଛନ୍ତି ଚାଷୀ । ଛୋଟ ଛୋଟ ଚାଷୀଙ୍କ ଦ୍ବାରା ଶ୍ରୀ ପଦ୍ଧତିରେ ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳି ଉତ୍ପାଦିତ ହେଉଛି କଳା ଜିରାଧାନ । ଏହି ଧାନକୁ ଜିଆଇ ଟାଗ ମାନ୍ୟତା ମିଳିଛି । ଏହା ଫଳରେ ଚାଷୀ ବେଶ ଉତ୍ସାହିତ ହୋଇଛନ୍ତି। ଜିଆଇ ଟାଗ ମାନ୍ୟତା ମିଳିବା ପରେ ଏହି ଚାଉଳକୁ ଶ୍ରୀମନ୍ଦିରରେ ବଡ ଠାକୁରଙ୍କ ନିକଟରେ ପ୍ରସାଦ ରେ ଲାଗି କରାଇବା ସକାଶେ ଆଦିଵାସୀ ଚାଷୀ କୁଳ ମନସ୍ଥ କରିଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟିକୁ ଚାଉଳ ହସ୍ତାନ୍ତର କରିବା ଉଦେଶ୍ୟରେ ଆଜି କୋରାପୁଟରୁ କଳା ଜିରାରୁ ପ୍ରସ୍ତୁତ ଚାଉଳକୁ ଧରି ପୁରୀ ଶ୍ରୀମନ୍ଦିର ଅଭିମୁଖେ ଗସ୍ତ କରିଛନ୍ତି ଶ୍ରୀ ପଦ୍ଧତିରେ ଜୈବିକ ଉପାୟରେ ଚାଷ କରୁଥୁବା କୋରାପୁଟିଆ ଚାଷୀ । ଶ୍ରୀମନ୍ଦିରରେ ପ୍ରସାଦ ପାଇଁ ଲାଗି ହେବା ଦ୍ଵାରା ନିଜକୁ ଧନ୍ୟ ମନେ କରିବୁ ବୋଲି ଜୈବିକ ଶ୍ରୀ କୃଷକ ଉତ୍ପାଦକର ଚାଷୀ ମାନେ କହିଛନ୍ତି । ଶ୍ରୀମନ୍ଦିର ସମେତ ଭାରତ ବର୍ଷର ସମସ୍ତ ଧର୍ମାନୁଷ୍ଠାନ ଗୁଡିକରେ ଏହି ଚାଉଳକୁ ବ୍ୟବହାର କରିବା ସକାଶେ ଉଦ୍ୟମ କରାଯିବ ବୋଲି ପ୍ରଗତିର ସମ୍ପାଦକ ପ୍ରଭା କର ଅଧିକାରୀ କହିଛନ୍ତି । ଏହା ସଫଳ ହେଲେ କୋରାପୁଟ ଚାଷୀ ଉପକୃତ ହେବେ ଏବଂ ଉପଯୁକ୍ତ ବଜାର ବ୍ୟବସ୍ଥା ହୋଇ ଚାଷୀଙ୍କ ଆର୍ଥିକ ଉନ୍ନତିରେ ସହାୟକ ସମ୍ଭବ ପର ହୋଇପାରିବ ବୋଲି ଉତ୍ପାଦକ ସଂସ୍ଥା ପ୍ରଗତି ପକ୍ଷରୁ କୁହାଯାଉଛି । ଏହି ଯାତ୍ରାରେ ସାମିଲ ହୋଇଛନ୍ତି ନୟାଗଡ ଜିଲ୍ଲାର ବିଶିଷ୍ଟ ଚାଷୀ ତଥା ପରିବେଶ ବିତ ପଦ୍ମଶ୍ରୀ ଶାବରମତୀ ଓ କୋରାପୁଟ ଜିଲ୍ଲାର କୋରାପୁଟ, ନନ୍ଦପୁର, ଜୟପୁର,ବୋରିଗୁମା, କୋଟପାଡ଼ , କୁନ୍ଦୁରା ଅଂଚଳର ଅନେକ ଚାଷୀ ।

