କୋଟିଆ ରଥଯାତ୍ରାରେ ସାମିଲ ହେବେ ରାଜସ୍ବ ମନ୍ତ୍ରୀ ସମେତ ଚାରି ମନ୍ତ୍ରୀ ! ଓଡ଼ିଶା ସରକାରଙ୍କ ଆଭିମୁଖ୍ୟକୁ ପସନ୍ଦ କଲେ ଲୋକ ।

କୋରାପୁଟ (ପ୍ରତିଫଳନ ମିଡ଼ିଆ )

କୋଟିଆ ରଥ ଯାତ୍ରାରେ ସାମିଲ ହେବେ ବିଜେପି ସରକାରଙ୍କ ବହୁ ମନ୍ତ୍ରୀ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ, ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ, ନିତ୍ୟାନନ୍ଦ ଗଣ୍ଡ ,ବିଭୂତି ଜେନା ପ୍ରମୁଖ ସାମିଲ ହେବାର ସୂଚନା ରହିଛି । କୋରାପୁଟ ଜିଲ୍ଲାର ବିଜେପି ନେତୃବୃନ୍ଦ ଓ ଆମ କୋଟିଆ ସଂଗଠନ ପକ୍ଷରୁ ସୂଚନା ମିଳିଛି। ରଥଯାତ୍ରାରେ ସାମିଲ ହେବା ପାଇଁ ଆମ କୋଟିଆ ସଂଗଠନ ଓ କୋଟିଆର ଜନସାଧାରଣଙ୍କ ପକ୍ଷରୁ ଅନୁରୋଧ ଆସିଥିବା ରାଜସ୍ବ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମନ୍ତ୍ରୀମାନଙ୍କ ଗସ୍ତକୁ ଜିଲ୍ଲାର ବୁଦ୍ଧିଜୀବି,ଆମ କୋଟିଆ ସଙ୍ଗଠନ ସ୍ଵାଗତ କରିଛନ୍ତି ।


କୋଟିଆ ଓଡ଼ିଶାର ଥିଲା ଓ ରହିବ ବୋଲି ଆଗରୁ ରାଜସ୍ୱ ମନ୍ତ୍ରୀ କହିଥିଲେ । ରଥଯାତ୍ରା ରେ ସାମିଲ ହୋଇ କୋଟିଆ ସୁରକ୍ଷା ଓ ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତା ରହିଥିବା ପ୍ରମାଣିତ ହେବ । ମନ୍ତ୍ରୀ ମାନେ ରଥ ଯାତ୍ରାରେ ସାମିଲ ହେଉଥିବା ସୂଚନା ପ୍ରସାରିତ ହେବା ପରେ ଏବେ କୋଟିଆ ସମେତ କୋରାପୁଟ ଜିଲ୍ଲା ବ୍ୟାପି ଆନନ୍ଦର ଲହରୀ ଖେଳି ଯାଇଛି । ମନ୍ତ୍ରୀ ମାନେ ସାମିଲ ହେଉଥିବାରୁ ପ୍ରବଳ ଜନ ସମାଗମ ହେବା ସମ୍ଭାବନା ରହିଛି । ଏଥିପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ବନ୍ଦୋବସ୍ତ କରାଯାଉଛି। ରାଜ୍ୟ ସରକାରଙ୍କ ମନ୍ତ୍ରୀ ମାନେ କୋଟିଆ ରଥ ଯାତ୍ରା ରେ ସାମିଲ ହେଲେ ବିଜେପି ସରକାରଙ୍କ କୋ ଟିଆ ପ୍ରତି ଅଙ୍ଗୀକାର ବଦ୍ଧତା ରହିଥିବା ନେଇ ସାଧାରଣ ଲୋକଙ୍କ ନିକଟରେ ବାର୍ତ୍ତା ଯିବ ।

କୋଟିଆ ଅଞ୍ଚଳର ସାମଗ୍ରୀକ ବିକାଶ ଓ ଲୋକଙ୍କ ଉନ୍ନତି ପାଇଁ ଓଡ଼ିଆ ଅସ୍ମିତାର ସରକାର ବଦ୍ଧ ପରିକର ବୋଲି ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ବାର ସ୍ପଷ୍ଟ କରିଛନ୍ତି ତାହା ସତ ପ୍ରମାଣିତ ହେବ। ବିଜେପି ସରକାର ଗଠନ କରିବା ପରେ କୋଟିଆ ସମସ୍ୟାର ସମାଧାନ ସକାଶେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି । ଏବେ ତୃଣ ମୂଳ ସ୍ତରରେ ପହଞ୍ଚି କୋଟିଆ ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ଠା ରହିଥିବା ମନ୍ତ୍ରୀ ମାନଙ୍କ ଉପସ୍ଥିତି ରହିଲେ ଏହା ପ୍ରମାଣିତ ହେବ । କୋଟିଆ ପ୍ରତି ସରକାରଙ୍କ ଆନ୍ତରିକତା ଥିବା ଆଗରୁ ସ୍ପଷ୍ଟ କରିଛନ୍ତି । ରାଜ୍ୟ ସରକାର କୋଟିଆ ର ବହୁବିଧ ବିକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ କୋଟି ଆ ର ବିକାଶ ପ୍ରତି ପ୍ରାଥମିକତା ଦେଉଛନ୍ତି ।କୋଟିଆ ର ବିକାଶକୁ କୁ ଦେଖିଲେ ଓଡ଼ିଶାର ଏକ ମୋଡେଲ ପଞ୍ଚାୟତ ଭଳି ମାନେ ହେଉଛି । କୋଟିଆ କୁ ଦେଖିବା ପାଇଁ ସବୁ ବର୍ଗର ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି ।ପ୍ରତିଦିନ କୋଟିଆ ରେ ପର୍ଯ୍ୟଟକଙ୍କ ଉପସ୍ଥିତି ରହୁଛି

Spread the love