କୋଟିଆ ( ପ୍ରତିଫଳନ ମିଡ଼ିଆ )
କୋଟିଆ ପ୍ରତି ବିଜେପି ସରକାରଙ୍କ ନିଷ୍ଠା ଓ ନିଦର୍ଶନ ରହିଛି ।ଏହାର ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ସରକାର ।କୋଟିଆ ରଥ ଯାତ୍ରାରେ ସାମିଲ ହେଲେ ବିଜେପି ସରକାରଙ୍କ ୫ ମନ୍ତ୍ରୀ । ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ,ଖଣି ମନ୍ତ୍ରୀ ବିଭୂତି ଜେନା, ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ ଗୋକୁଲା ନନ୍ଦ ମଲ୍ଲିକ। ୫ମନ୍ତ୍ରୀ ଜଗନ୍ନାଥ ମନ୍ଦିର ଦର୍ଶନ କଲେ। ରଥରେ ପୂଜା କଲେ। ରଥ ଟାଣିଲେ। ଲୋକଙ୍କ ସହ ସଙ୍କୀର୍ତ୍ତନ କଲେ ମାଲକାନଗିରିର କୋୟାଙ୍କ ସହ ନାଚିଲେ। ପ୍ରଥମଥର ଓଡିଶା ସରକାର କୋଟିଆ ପାଇଁ ଦମ ଦେଖାଇଛନ୍ତି। ଓଡିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ସହ ପାଞ୍ଚ ମନ୍ତ୍ରୀ ଯୋଗଦେଇ ନୁଆ ପରମ୍ପରା ସୃଷ୍ଟି କରିଛନ୍ତି। ଏହାର ଗଭୀର ପ୍ରଭାବ ଅନୁଭୂତ ହେଉଛି। ପଡୋଶୀ ଆନ୍ଧ୍ର ପ୍ରଦେଶକୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଓଡ଼ିଶା ସରକାର। ଏଣେ କୋଟିଆ ସମେତ ଓଡିଶା ଲୋକଙ୍କୁ ଏକ ପ୍ରକାର ଆଶ୍ୱାସନା ଦେଇଛନ୍ତି କୋଟିଆ ପାଇଁ ଓଡିଶା ରହିଛି ଓ ରହିଥିବ। ଏହାର ସର୍ବାଙ୍ଗୀନ ବିକାଶ କେବଳ ଓଡିଶା ଦ୍ୱାରା ହିଁ ସମ୍ଭବ। ବିଜେପି ର ନବରଙ୍ଗପୁର ସାଂସଦ ବଳ ଭଦ୍ର ମାଝୀ,କୋରାପୁଟ ବିଧାୟକ ରଘୁରାମ ମାଛ,ସମେତ ନବରଙ୍ଗପୁର ଓ ମାଳକନଗିରି ର ବିଧାୟକ ମଧ୍ୟ ସାମିଲ ହୋଇଥିଲେ ।

କେବଳ ସେତିକି ନୁହଁ କୋଟିଆ ପାଇଁ ଆଜି ସବୁ ଦଳ ଏକାଠି ଠିଆ ହୋଇଥିବା ପରି ମନେ ହେଲା। ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ବିରୋଧୀ କଂଗ୍ରେସ ଦଳ ମଧ୍ୟ ସମର୍ଥନ କରିଛି। କଂଗ୍ରେସର କୋରାପୁଟ ସାଂସଦ ସପ୍ତଗିରି ଉଲକା ,ଜୟପୁର ବିଧାୟକ ତାରା ପ୍ରସାଦ ବାହନୀପତି,କଂଗ୍ରେସ ବିଧାୟକ ଦଳ ନେତା ରାମ କାଡାମ ମଧ୍ୟ ଯୋଗ ଦେଇଥିଲେ କୋଟିଆ ରଥଯାତ୍ରାରେ। ଏହିକ୍ରମରେ ସବୁ ଦଳ ଜଣେଇବାକୁ ଚାହାଁନ୍ତି ଯେ କୋଟିଆ ହେଉଛି କେବଳ ଓଡ଼ିଶାର। ଏଇ ବାର୍ତ୍ତାକୁ ଅଧିକ ଦୃଢ଼ୀଭୂତ କରିଛି ଏବର୍ଷର କୋଟିଆର ଜଗନ୍ନାଥ। ଓଡିଶା ଅସ୍ମିତାର କଥାକୁ ବାଣ୍ଟିଛନ୍ତି ସ୍ଵୟଂକୋଟିଆର କଳାଶ୍ରୀ ମୁଖ। ପ୍ରବଳ ଭକ୍ତଙ୍କ ସମାଗମରେ ସମସ୍ତ ନେତୃମଣ୍ଡଳୀଙ୍କ ଗହଣରେ ହର୍ଷ ଉଲ୍ଲାସର ସହ ରଥଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ କୋରାପୁଟ ଜିଲ୍ଲାପାଳ ତଥା ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

କୋଟିଆ ର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତ ବିଭାଗର ଅଧିକାରୀଙ୍କୁ
ପ୍ରତି ମାସରେ କୋଟିଆରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ହେବ ରାଜସ୍ଵ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ କୋଟିଆ ଜଗନ୍ନାଥ ମନ୍ଦିରର ହେବ ନକଳେବର୍। କୋଟିଆରେ ହେବ ଗେଷ୍ଟ ହାଉସ। କୋଟିଆର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶୃତି ବଦ୍ଧ ବୋଲି ଏଇ ଅବସରରେ ମନ୍ତ୍ରୀ କହିଛନ୍ତି।

