ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ )
ଶେଷରେ ଭିଜିଲାନ୍ସ ଜାଲରେ ପଡିଲେ ଦୟାନିଧି ବାଗ। ଦୀର୍ଘ ଦିନ ଧରି ଭିଜିଲାନ୍ସ କୁ ଚକମା ଦେଇ ଦୁର୍ନୀତି କରି ଚାଲିଥିଲେ। ତାଙ୍କ ନାମରେ ଜଳ ବିଭାଜିକା ମିଶନ ଦ୍ୱାରା କାଶୀପୁରରେ ବଡ ଧରଣର ଦୁର୍ନୀତି ନେଇ ଅଭିଯୋଗ ଥିଲା। ଏଇ କେଶରେ ପୂର୍ବରୁ ଜଳଛାୟା ମିଶନର ଚାରି ଜଣ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ୮ଟି ସ୍ଥାନରେ ଭିଜିଲାନସ୍ ଚଢ଼ାଉ ଚାଲିଛି। ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗ ରହିଛି। ବାଗ ବର୍ତ୍ତମାନ ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ବିକାଶ, ଓଡ଼ିଶାରେ କର୍ମରତ।
ଓଡ଼ିଶା ଭିଜିଲାନ୍ସ ଦ୍ୱାରା 10 ଜଣ ଡିଏସପି, 8 ଜଣ ଇନ୍ସପେକ୍ଟର, 10 ଜଣ ଏଏସ୍ଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଆଠଟି ସ୍ଥାନରେ ତଲାସ କରାଯାଉଛି। ଭିଜିଲାନ୍ସ ତାଙ୍କ ଜନ୍ମ ସ୍ଥାନ କଳାହାଣ୍ଡିର ଘର କୁପାଗାଓଁ ଗ୍ରାମ, ତାଙ୍କ ଶ୍ୱଶୁରଙ୍କ ଘର କଳାହାଣ୍ଡିର ବିକ୍ରମଗୁଡ଼ା , ଭୁବନେଶ୍ୱରର ଗୋଠପାଟଣାସ୍ଥ ମହାନଦୀ ଆପାର୍ଟମେଣ୍ଟ, ଚନ୍ଦ୍ରଶେଖରପୁରର ଘର, ଶ୍ରୀ ବାଗଙ୍କ ଅଫିସ ଚାମ୍ବର, ନବରଙ୍ଗପୁର ସହର ଅନ୍ତର୍ଗତ ମାଝିଗୁଡ଼ା ଛକ ନିକଟରେ ପାଦଲଗୁଡ଼ାରେ ଥିବା କୋଠା , ନବରଙ୍ଗପୁରର ଚୁଟିଆଗୁଡ଼ା ମୌଜାରେ ଥିବା ଦୁଇଟି କୋଠାରେ ଖୋଜା ଚାଲିଛି। ପରବର୍ତ୍ତୀ ସମୟରେ ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ଭିଜିଲାନ୍ସ କହିଛି ।

ଦୟାନିଧି ବାଗ କୋରାପୁଟ ଓ ରାୟଗଡା ରେ ଚାକିରି କାଳ ସମୟରେ କାମ ନକରି ସରକାରୀ ଅର୍ଥକୁ ଆତ୍ମସାତ କରିଥିବା ନେଇ ଭିଜିଲାନସ୍ ନିକଟରେ ଅଭିଯୋଗ ରହିଥିଲା । ବିଶେଷ କରି ରାୟଗଡ଼ା ଜିଲ୍ଲାର କାଶିପୁର ଅଞ୍ଚଳରେ ବ୍ୟାପକ ହେରଫେର ହୋଇଥିବା ନେଇ ଭିଜିଲାନସ୍ ନିକଟରେ ଅଭିଯୋଗ ହୋଇଥିଲା । ଏଥି ପୂର୍ବରୁ ଭିଜିଲାନସ୍ ଜଳଛାୟା ଓ ମୃତ୍ତିକା ସଂରକ୍ଷଣ ବିଭାଗର ଚାରି ଜଣ କର୍ମଚାରୀଙ୍କୁ ଗିରଫ କରିଥିଲା ।ଦୀର୍ଘଦିନ ଧରି ଭିଜିଲାନସ୍ ନଜରରେ ରହିଥିବା ଦୟାନିଧି ବାଗ ଙ୍କ ନିଜ ଘର ସମେତ ୮ଟି ସ୍ଥାନରେ ଆଜି ଭିଜିଲାନସ୍ ପକ୍ଷରୁ ଚଢାଉ ଜାରି ରହିଥିବା ସୂଚନା ମିଳିଛି ।

