ପ୍ରତିଫଳନ ମିଡ଼ିଆ
କାଶୀପୁରର କୃଷି ପୋଖରୀ କେଳେଙ୍କାରୀ । ଖୋଜୁ ଖୋଜୁ ବାହାରିଲା ଅମାପ ସମ୍ପତି । ରାଜଧାନୀରୁ ନବରଙ୍ଗପୁର ପର୍ଯ୍ୟନ୍ତ ରହିଛି ବିପୁଳ ସମ୍ପତି । ଆୟ ବହିର୍ଭୁତ ସମ୍ପତି ରଖିଥିବା ଅଭିଯୋଗରେ ଜଳଛାୟା ପ୍ରକଳ୍ପ ଓ ମୃତ୍ତିକା ସଂରକ୍ଷଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ କୁ ଭିଜିଲାନ୍ସ କଲା ଗିରଫ ।
ଅଧିକାରୀ ଜଣକ କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ବହୁ ବର୍ଷ କାମ କରିଥିଲେ । ଦୁର୍ନୀତି କରୁଥୁବନେଇ ଚର୍ଚା ହେଉଥିଲା ।ହେଲେ ଧରା ପଡ଼ିନଥିଲେ ।
ରାୟଗଡ଼ାରେ କାମ କରିବା ସମୟରେ ଜିଲ୍ଲାର ସବୁଠାରୁ ଅନୁନ୍ନତ କାଶୀପୁର ବ୍ଲକରେ (ଫାର୍ମ ପଣ୍ଡ) କୃଷି ପୋଖରୀ ଖନନନ କରି ୨୦ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା ।ଭିଜିଲାନସ୍ ଏହାର ତଦନ୍ତ କରି ୪ଜଣ କର୍ମଚାରୀ- ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ନାଥ ନାୟକଙ୍କ ସମେତ ଯୋଗେନ୍ଦ୍ର ଖୋସଲା,ଦୀପକ କୁମାର ସାହୁ,ଶ୍ରୀକୁମାର ନାୟକ କୁ ଗିରଫ କରିଥିଲା । ତଦନ୍ତ ଜାରି ରଖିଥିଲା।ଶେଷରେ ଅର୍ଥ ହେରଫେର ର ମୁଖ୍ୟ ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ପ୍ରକଳ୍ପ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗକୁ ଗିରଫ କଲା ଭିଜିଲାନ୍ସ।



ଆୟ ଠାରୁ ଅଧିକ ସମ୍ପତ୍ତି (DA) ରଖିଥିବା ମାମଲାରେ ଭିଜିଲାନ୍ସ ଗିରଫ କରିଛି।ଭବାନୀପାଟଣାସ୍ଥ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ ବୋଲି ଭିଜିଲାନସ୍ ସୂଚନା ଦେଇଛି। ଭିଜିଲାନସ୍ ତାଙ୍କର ୮ଟି ସ୍ଥାନରେ ଚଢାଉ କରିଥିଲା । ବେନାମୀ ସମ୍ପତ୍ତି ଥିବା ଜଣାପଡ଼ିଥିଲା । ଯେଉଁଥିରେ ୨ଟି କୋଠା, ଗୋଟିଏ 3-BHK ଫ୍ଲାଟ୍, ନବରଙ୍ଗପୁରରେ 48 ଏକରରୁ ଅଧିକ ଜମିରେ 2ଟି ଫାର୍ମ ହାଉସ୍ ସହିତ 84ଏକର ଜମି, 312 ଗ୍ରାମ ସୁନା, 58 ଲକ୍ଷ ଟଙ୍କାରୁ ଅଧିକ ବ୍ୟାଙ୍କ ଜମା ଅନ୍ତର୍ଭୁକ୍ତ। ବେନାମୀ ବ୍ରିଜା କାର୍, ଇତ୍ୟାଦି ଠାବ କରିଛି,ସମ୍ପତି ଗୁଡ଼ିକର ଆୟର ଉତ୍ସ ସମ୍ପର୍କରେ ସନ୍ତୋଷଜନକ ତଥ୍ୟ ଭାବରେ ଦେଇନ ପାରିବାରୁ ଗିରଫ କରିଛି। କୋରାପୁଟ ଭିଜିଲାନ୍ସ ପକ୍ଷରୁ ଦୟାନିଧି ବାଗ ବିରୋଧରେ ପିଏସ୍ ମାମଲା ନଂ ୨୪/୨୦୨୫ ରୁଜୁ କରାଯାଇଛି । ତଦନ୍ତ ଜାରି ରଖିଛି।


ଏଭଳି ବିଭାଗରେ ଚାକିରି କରିଥିଲେ ।ସରକାରୀ ଅର୍ଥ ରେ କୋଟିପତି ହୋଇ ପାରିଥିଲେ ।ମନ ମୁତାବକ ଅୟସ କରୁଥୁଲେ।ଅଫିସର୍ ମାନଙ୍କୁ ନିଜର କରି ପାରୁଥିଲେ।ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଏହି ବାବୁଙ୍କ ଠାଣିକୁ ଦେଖିଲେ ଆବା କାବା ହୋଇପଡୁ ଥିଲେ।ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ଗରୀବ ନିରୀହ କ୍ଷୁଦ୍ର ଚାଷୀଙ୍କ ବିକାଶ ପାଇଁ ଆସୁଥିବା ସରକାରୀ ଟଙ୍କାକୁ ହଡ଼ପ କରି ବିପୁଳ ପରିମାଣର ଆୟ ବର୍ହିଭୂତ ସମ୍ପତି ରଖିଥିଲେ । ଅନ୍ୟାୟ ସୀମା ଟପି ଗଲା । ନିରୀହଙ୍କ ଅଶ୍ରୁରେ ଧୋଇ ହୋଇଗଲେ । ଭିଜିଲାନସର ସ୍କାନରରେ ଫସିଗଲେ ।ଦୀର୍ଘ କସରତ ପରେଶେଷରେ ଭିଜିଲାନସକୁ ମିଳିଲା ସଫଳତା।ଆୟବର୍ହିଭୂତ ସମ୍ପତି ଠାବ କରିବା ପରେ ଭିଜିଲାନସ ଆରମ୍ଭ କରିଥିଲା ତଲାସୀ।ତଲାସୀରୁ ପାଇଲା ବିପୁଳ ପରିମାଣର ଜମି, ଫାର୍ମ ହାଉସ,ଟଙ୍କା,ସୁନା ଗହଣା। ଦୟାନିଧି ବାଗକୁ ଗିରଫ କଲା ।

