ପ୍ରତିଫଳନ ମିଡ଼ିଆ
ରଖେ ହରି ମାରେ କିଏ । ମାତ୍ର କିଛି ସମୟ ର ବ୍ୟବଧାନ। ଟ୍ରେନ ଉପରେ ମାଟି ପଥର ପଡ଼ିବା ପୂର୍ବରୁ ପରି ହୋଇଯାଇଥିଲା। ଅଘଟଣରୁ ବାର୍ତିଗଲା 1VK ପାସିଞ୍ଜର ଟ୍ରେନ । କୋରାପୁଟ ରୁ କିରଣ୍ଡଲ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।ପ୍ରାୟ 3.35 ମିନିଟରେ ଜରଟି ଷ୍ଟେସନ୍ ପାରି କରିଥିଲା ଟ୍ରେନ । ଅପରାହ୍ନ ପ୍ରାୟ 3.40 ରୁ 3. 45 ମିନିଟରେ ଭୁସ୍ଖଳନ ଘଟିଥିଲା । ପାସିଞ୍ଜର ଟ୍ରେନ ଟି ପାରି ହେବାର ମାତ୍ର କିଛି ମିନିଟ ପରେ ଭୁସ୍ଖଳନ ଘଟିଥିଲା । ପାହାଡ ଧସିଗଲା ।
ରେଳ ଧାରଣା ଉପରେ ମାଟି ପଥର ପଡ଼ି ରେଳ ପଥ ଅବରୋଧ ହୋଇଗଲା । ରେଳ ପଥ ଉପର ଦେଇ ଯାଇଥିବା OHE ଇଲେକ୍ଟ୍ରିକ ତାର ଛିଣ୍ଡି ଗଲା । ବିଦ୍ୟୁତ୍ ସରୋବାରହ୍ ବନ୍ଦ ହୋଇଗଲା ।ଫଳରେ ପାହାଡ ଧସିବା ନିକଟ ବର୍ତ୍ତି ଅଞ୍ଚଳରେ ରେଳ ଚଳା ଚଳ ହୋଇପାରିଲା ନାହିଁ । ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇପଡ଼ିବାରୁ ସେହି ସମୟରେ ଘଟଣା ସ୍ଥଳରୁ ମାତ୍ର କିଛି ମିଟର ଦୂରରେ ଥିବା ବିଶାଖା ପାଟଣା ରୁ କୋରାପୁଟ ଦେଇ କିରଣ୍ଡୁଲ ଅଭିମୁଖେ ଯାଉଥିବା ପାସିଞ୍ଜର ଟ୍ରେନ ଟି ରେଳ ପଥ ଉପରେ ଅଟକି ରହିଲା । ଦୀର୍ଘ 3 ଘଣ୍ଟାରୁ ଅଧିକ ସମୟ ଅନ୍ଧକାର ରେ ଟ୍ରେନ ଅଟକି ରହିଲା ଟ୍ରେନ ଓ ଟ୍ରେନରେ ଥିବା ଯାତ୍ରୀମାନେ ।
କୋରାପୁଟରୁ ଉଦ୍ଧାର କାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି OHE ବିଦ୍ୟୁତ୍ ଲାଇନ୍ କୁ ସଜାଡି ଥିଲେ । ସନ୍ଧ୍ୟା ପ୍ରାୟ 7.30ମିନିଟରେ ଟ୍ରେନ ଟି ଆଗକୁ ବଢିଥିଲା ।କୋରାପୁଟ ରେ ଲଗାଣ ବର୍ଷା ଜାରି ରହିଛି ।ଫଳରେ ଭୂସ୍ଖଳନ ଘଟିଛି ।
ସୂ ଉଚ୍ଚ ପାହାଡ ମଧ୍ୟଦେଇ ରେଳ ଚଳା ଚଳ କରୁଥିବାରୁ ରେଳ ପଥ ଓ ରେଳ ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି ବୋଲି ରେଳ ଯାତ୍ରୀ ସୂଚନା ଦେଇଛନ୍ତି ।

