ଟିଟଲାଗଡ଼ ଆର ଆଣ୍ଡ ବି ସବ-ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ  ଦିଲେଶ୍ୱର ମାଝୀଙ୍କ ବାସଭବନ ସହ 6ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ

ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ)

 ଭିଜିଲାନସ୍ ଜାଲରେ ଆଉ ଜଣେ ଯନ୍ତ୍ରୀ । କଣ୍ଟାବାଞ୍ଜି ଆର ଆଣ୍ଡ ବି ଡିଭିଜନର ବଲାଙ୍ଗିର ଅନ୍ତର୍ଗତ ଟିଟଲାଗଡ଼ ଆର ଆଣ୍ଡ ବି ସବ-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଦିଲେଶ୍ୱର ମାଝୀଙ୍କ ବାସଭବନ ସମେତ ଆଉ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ। ଆୟଠାରୁ ଅଧିକ ସମ୍ପତ୍ତି  ଠୁଳ ଅଭିଯୋଗରେ ଓଡିଶା ଭିଜିଲାନ୍ସ ଦ୍ୱାରା 5 ଜଣ ଡ଼ିଏସପି, 8 ଜଣ ଇନ୍ସପେକ୍ଟର, 2 ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ସମ୍ବଲପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗିର ଜିଲ୍ଲାରେ ତାଙ୍କର 6ଟି ସ୍ଥାନରେ ଏକକାଳୀନ ଘର ତଲାସ କରାଯାଉଛି।

.ସମ୍ବଲପୁର ଟାଉନ୍, ୟୁନିଟ୍-୧୬ (ସରଲା)ରେ ଅବସ୍ଥିତ ଗୋଟିଏ ଦ୍ୱିତଳ କୋଠା, ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ୟୁନିଟ୍-୨ ର ଗଣ୍ଡାଘୋରା ମୌଜାରେ ଗୋଟିଏ ଦ୍ୱିତଳ କୋଠା,ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗଣ୍ଡାଘୋରା, ନୂଆଡିହି ମୌଜାରେ ଅବସ୍ଥିତ ଗୋଟିଏ ମାର୍କେଟ୍ କମ୍ପ୍ଲେକ୍ସ,ଝାରସୁଗୁଡ଼ା ଜିଲ୍ଲା ଲହାଣ୍ଡାବୁଡ଼ରେ ଦୁଇଟି ହାଉସିଂ ବୋର୍ଡ ଘର,ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ରିସର୍ଚ୍ଚ ଏବଂ ବି ଡିଭିଜନ କାର୍ଯ୍ୟାଳୟରେ ଅବସ୍ଥିତ କାର୍ଯ୍ୟାଳୟ ଚାମ୍ବର ସହ ବଲାଙ୍ଗିରର ଟିଟଲାଗଡ଼ରେ ଅବସ୍ଥିତ ସରକାରୀ କ୍ୱାର୍ଟରରେ ଭିଜିଲାନ୍ସ ତାଲାସୀ କରୁଛି। ଅଧିକା ସନ୍ଧାନ ଜାରି ରହିଛି ଓ ପରବର୍ତ୍ତୀ ସମୟରେ ସବିଶେଷ ତଥ୍ୟ ଦିଆଯିବ ବୋଲି ଭିଜିଲାନ୍ସ କହିଛି।

Spread the love