ଜିଆଇଇଟି ବିଶ୍ୱବିଦ୍ୟାଳୟ ଓ ସର୍ଭିସ୍ ନାଓ କମ୍ପାନୀ ମଧ୍ୟରେ ଏକାଡେମିକ୍ ପାର୍ଟନର ଭାବେ ଅନୁବନ୍ଧିତ

ଗୁଣୁପୁର (ପ୍ରତିଫଳନ ମିଡ଼ିଆ )

– ଆଜି ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟ ପରିସରର ମେଗା ଅଡିଟୋରିମରେ ସର୍ଭିସ୍ ନାଓ କମ୍ପାନୀ ଓ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକାଡେମିକ୍ ପାର୍ଟନର ଭାବେ ଅନୁବନ୍ଧିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ସର୍ଭିସ୍ ନାଓ କମ୍ପାନୀର ଏଲ ଆଣ୍ଡ ଡି ନିର୍ଦ୍ଦେଶକ ଭାସ୍କର ଗନ୍ଦୱାଡି ଯୋଗ ଦେଇ ବିଶ୍ଵବିଦ୍ୟାଳୟକୁ ଏକାଡେମିକ୍ ପାର୍ଟନର ଭାବେ ଘୋଷଣା କରିଥିଲେ।ଏହା ସହ ଛାତ୍ର ଛାତ୍ରୀ ମାନଙ୍କୁ ଆଧୁନିକ ଜ୍ଞାନ କୌଶଳ ପ୍ରଶିକ୍ଷଣ ପ୍ରଦାନ କରାଯିବ ଯାହା ଫଳରେ ଛାତ୍ରଛାତ୍ରୀ ମାନଙ୍କୁ ନିଯୁକ୍ତି ପାଇବା କ୍ଷେତ୍ରରେ ଦକ୍ଷତା ହାସଲ କରିପାରିବେ। ଏହା ସହ ନାମୀ ଦାମୀ କମ୍ପାନୀରେ ନିଯୁକ୍ତି ପ୍ରାପ୍ତ କରିପାରିବେ। ଏହି ସଭାରେ କୁଳପତି ଡ ଏ ଭି ଏନ ଲ ଶର୍ମା, ରେଜିଷ୍ଟ୍ରାର ଡ ଏନ ଭି ଜେ ରାଓ, କମ୍ପୁଟର ବିଭାଗର ଡେପୁଟି ଡିନ କେ ମୁରଲୀ ଗୋପାଳ, ତାଲିମ ଓ ନିଯୁକ୍ତି ବିଭାଗ ମୁଖ୍ୟ ଡ. ଜ୍ୟୋତିର୍ମୟ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Spread the love