ପ୍ରତିଫଳନ ମିଡିଆ
ବିଜେପି ରାଜ୍ୟ ସଭାପତି ଭାବେ ମନମୋହନ ସାମଲ ନିର୍ବାଚିତ ହେବା ପରେ ରାୟଗଡ଼ା ଜିଲ୍ଲାର କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ରାୟଗଡ଼ା ଟ୍ରକ୍ ୟୁନିୟନର ସଭାପତି ଏଲା କୋଣ୍ଡା ବାବୁ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟ ଠାରେ ମନମୋହନ ସାମଲଙ୍କୁ ଭେଟି ପୁଷ୍ପ ମାଲ୍ୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏଥି ସହ ଜିଲ୍ଲାର ରାଜନୈତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଖୁବ ଶୀଘ୍ର ରାୟଗଡ଼ା ଗସ୍ତରେ ଯିବେ ବୋଲି ତାଙ୍କୁ ରାଜ୍ୟ ସଭାପତି ପ୍ରତିଶୃତି ଦେଇଛନ୍ତି । ଜିଲ୍ଲାର ଦଳୀୟ ସଂଗଠନକୁ ମଜବୁତ୍ କରିବାନେଇ କୋଣ୍ଡା ବାବୁଙ୍କୁ ରାଜ୍ୟ ସଭାପତି ପରାମର୍ଶ ଦେଇଛନ୍ତି । କୋଣ୍ଡା ବାବୁଙ୍କ ସହ ରାୟଗଡ଼ାର ବିଜେପିର ବହୁ କର୍ମୀ ଓ ଟ୍ରକ୍ ୟୁନିୟନର କର୍ମ କର୍ତ୍ତା ଓ ସଦସ୍ୟ ମାନେ ରାଜ୍ୟ ସଭାପତିଙ୍କୁ ସାକ୍ଷାତ କରିଥିଲେ । କୋଣ୍ଡା ବାବୁ ଜଣେ ଦକ୍ଷ ଟ୍ରେଡ୍ ୟୁନିୟନ୍ ନେତା ଭାବେ ପରିଚିତ । ଆଦିବାସୀଙ୍କ ମଧ୍ୟରେ ତାଙ୍କର ଲୋକପ୍ରିୟତା ରହିଛି ।ସେ ରାୟଗଡ଼ା ଜିଲ୍ଲା ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ତେଲୁଗୁ ସମ୍ପ୍ରଦାୟର ପ୍ରଭାବଶାଳୀ ନେତା ଭାବେ ପରିଚିତ। ଏଣୁ ବିଜେପି ଦଳରେ ତାଙ୍କର ଗୁରୁତ୍ବ ରହିଛି ।



