“ମାଆ ପାଇଁ ଗଛଟିଏ” କୁନି ପିଲା ଲଗାଇଲେ ଗଛ .

ପ୍ରତିଫଳନ ମିଡ଼ିଆ

ସବୁଜ ଓ ସୁନ୍ଦର ରାୟଗଡ଼ା ତିଆରି କରିବା ପାଇଁ ସବୁ ସ୍ତରରୁ ଉଦ୍ୟମ ଆରମ୍ଭ ହୋଇଛି । ଜଙ୍ଗଲ ସୃଷ୍ଟି କରି ପରିବେଶ ସୁରକ୍ଷା ପାଇଁ ଗଛ ଲଗାଇବାକୁ ସହର ବାସୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି। ଏହି ଅଭିଯାନରେ କୁନି ପିଲାମାନେ ସାମିଲ ହୋଇଛନ୍ତି । ବୃକ୍ଷ ରୋପଣ ଅଭିଯାନରେ “ମାଆ ପାଇଁ ଗଛଟିଏ”କାର୍ଯ୍ୟକ୍ରମରେ ରାୟଗଡା ସହର ସ୍ଥିତ ବାରିଝୋଲା ଗ୍ରାମ ନିକଟ ପଦ୍ମାବତୀ ହାରିକୃପା ପାହାଡ଼ ହନୁମାନ ମନ୍ଦିର ଚତୁ:ପାର୍ଶ୍ବରେ କୁନି ପିଲାମାନେ ଗଛ ଲଗାଇଛନ୍ତି ।

ସାଲାର ଫାଉଣ୍ଡେସନର ସହଯୋଗରେ ପ୍ରାୟ ଦୁଇ ଶହ ଫଳଗଛ ରୋପଣ କରାଯାଇଛି ।ଆମ୍ବ, ପଣସ , କାଜୁ ଗଛ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡଃ ବାଦଲ କୁମାର ତା ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭା ରମ୍ଭ କ । ସମ୍ମାନୀତ ଅତିଥି ଭାବରେ ସ୍ବେଛାସେବୀ ଶଶୀଭୂଷଣ ହୋତା,ଉଦ୍ଯାନ ବିଭାଗ ଅଧିକାରୀ ହେମନ୍ତ କୁମାର ବେହେରା ଯୋଗଦେଇ ଗଛ ଲଗାଇଥିଲେ । ବୃକ୍ଷ ରୋପଣ ଅଭିଯାନରେ ସ୍କୁଲ ଛାତ୍ର ଛାତ୍ରୀ,ସମାଜସେବୀ,ସାମ୍ବାଦିକ ଯୋଗଦେଇଥିଲେ ।

,

Spread the love