ପ୍ରତିଫଳନ ମିଡ଼ିଆ
ଆଦିବାସୀଙ୍କ ପରମ୍ପରା ନାମରେ ପ୍ରେମୀ ଜୁଗଳକୁ ବେକରେ
ଜୁଆଳୀ ବାନ୍ଧି ପଶୁଙ୍କ ଭଳି ଲଙ୍ଗଳ ଦ୍ବାରା ଜମିରେ ଚାଷ କରାଇ ବେତ ରେ ମାଡ ମାରିବା ଘଟଣା । ମାନବିକତାର ସମସ୍ତ ସୀମା ଉଲଂଘନ ହୋଇଛି । ସେମାନଙ୍କର ସ୍ବାଧିନ ଭାବେ ବଞ୍ଚିବାର ଅଧିକାର କ୍ଷୁର୍ଣ୍ଣ କରାଯାଇ ଥିବା ସହ
ମାନବାଧିକର ଉଲଂଘନ କରାଯାଇଛି । ନିର୍ଭୟରେ ସମ୍ପୂର୍ଣ୍ଣ ସ୍ବାଧୀନତାର ସହ ଜୀବନ ଯାପନ କିପରି କରିପାରିବେ ସେଥିନେଇ ପ୍ରେମୀ ଯୁଗଳଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବା ପାଇଁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପହଁଚିଲା ମାମଲା । ଜୟପୁର ର ବରିଷ୍ଠ ଆଇନଜୀବୀ ଅନୁପ କୁମାର ପାତ୍ର ମାମଲା ଦାୟର କରିଛନ୍ତି । ଅମାନୁଷିକ ଦଣ୍ଡ ଦିଆଯାଇଥିବାରୁ ଘଟଣାଟି ର ତଦନ୍ତ କରି ନିର୍ଯ୍ୟାତିତ ଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଓ ସୁରକ୍ଷା ଯୋଗାଇଦେବା ପାଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କୁ ତୁରନ୍ତ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି ।
ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଙ୍ଗାପୁର ବ୍ଲକ୍ ଶିକର ପାଇ ପଞ୍ଚାୟତ କଞ୍ଜାମଯୋଡି ଗାଁ ଘଟିଛି ଅଭାବ ନିୟ ଘଟଣା । ଆଦିବାସୀ ସଂପ୍ରଦାୟ ମଧ୍ୟରେ ବଂଶ ର ପୁଅ ଓ ଝିଅ ମଧ୍ୟରେ ବିବାହ ନିଷେଧ ରହିଛି । ପରମ୍ପରା କୁ ଅମାନ୍ୟ କରି ପ୍ରେମ ସମ୍ପର୍କ ରଖିଥିବା ଜଣା ପଡ଼ିବା ପରେ ଗାଁ ବାସି କ୍ଷୁବ୍ଧ ହୋଇ ପଡ଼ିଥିଲେ ପ୍ରେମ କୁ ସ୍ବୀକୃତି ଦେବାପାଇଁ ବୈଠକ କରି ଦଣ୍ଡ ଦେଇଥିଲେ ।ପ୍ରେମୀ ଯୁଗଳ ପିଉସୀ ଓ ଝିଆରୀ ଙ୍କୁ ବେକରେ ଯୁଆଳି ବାନ୍ଧି ବିଲ ରେ ଚାଷ କରାଇଥିଲେ ଗୋରୁଙ୍କୁ ମାରିବା ଭଳି ବେତ ରେ ମାଡ ମାରିଥିଲେ ।ଏହି ଘଟଣା ଟି ରାଜ୍ୟ ବ୍ୟାପି ଆଲୋଡନ ସୃଷ୍ଟି କରିଛି ।ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ସୁଶାସନ ପ୍ରଦାନ କରିବା ପାଇଁ ସରକାରଙ୍କ ଦାୟିତ୍ବ ରହିଛି । ପୀଡିତା ଦ୍ବୟଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ଦାୟର କରିଛନ୍ତି ଆଇନଜୀବୀ ଅନୁପ ପାତ୍ର ।

ଭାରତୀୟ ସମ୍ବିଧାନର ଧାରା 21ଅନୁଯାୟୀ ଜୀବନ ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର, ଏକ ନିରପେକ୍ଷ ବିଚାର ଏବଂ ଉପଯୁକ୍ତ ପ୍ରକ୍ରିୟାର ଅଧିକାର ରହିଛି, ଧାରା 14 ଅନୁଯାୟୀ ଆଇନ ସମ୍ମୁଖରେ ସମସ୍ତ ଙ୍କୁ ସମାନ ଅଧିକାର ରହିଛି ,ଧାରା 15 ଅନୁଯାୟୀ ଭେଦଭାବ ନିଷେଧ, ଏବଂ ଧାରା 19 ଅନୁଯାୟୀ ବାକ୍ ଓ ଅଭିବ୍ୟକ୍ତିର ସ୍ୱାଧୀନତା ରହିଛି । ଏଥିରେ ସେସବୁ ଅଧିକାର ଉଲଂଘନ ହୋଇଛି ।
କଞ୍ଜାମ ଯୋଡି ଗ୍ରାମଠାରେ ଘଟିଥିବା ଆଦିବାସୀ ପରମ୍ପରା ନାମରେ କଙ୍ଗାରୁ କୋର୍ଟରେ ପ୍ରେମ ପାଇଁ ଦଣ୍ଡ ମାମଲାରେ ହସ୍ତକ୍ଷେପ କରନ୍ତୁ ଏବଂ ତଦନ୍ତ କରି ପୀଡିତା ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଉଚିତ୍ କାର୍ଯ୍ୟପନ୍ଥା ଗ୍ରହଣ କରିବା ସକାଶେ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେବାକୁ ମାନବାଧିକାର କର୍ମୀ ଅନୁପ କୁମାର ପାତ୍ର ନିବେଦନ କରି ଛନ୍ତି ।

