ମୋଟୁରେ ସାମ୍ବାଦିକଙ୍କୁ ହତ୍ୟା ମାଲକାନଗିରି ଜିଲ୍ଲା ସାମ୍ବାଦୀକ ସମନ୍ବୟ ସଂଘର ଦୃଢ଼ ପ୍ରତିବାଦ

ପ୍ରତିଫଳନ ମିଡ଼ିଆ

ଏସୟୁଜେ ସମେତ ରାଜ୍ୟର ବିଭିନ୍ନ ସଂଗଠନ ପକ୍ଷରୁ ଦୃଢ଼ ନିନ୍ଦା

ମାଲକାନଗିରି ରେ ଅଘଟଣ । ଧାରୁଆ ଅସ୍ତ୍ରରେ ହାଣି ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। କିଏ କାହିଁକି ହତ୍ୟା କରିଛନ୍ତି କାରଣ ଜଣା ପଡ଼ିନାହିଁ । ୱେବ ସାମ୍ବାଦିକ ସିଏଚ ନରେଶଙ୍କ ମୃତ୍ୟୁ ଘଟିଛି । ମିଳିଥିବା ତଥ୍ୟ ଅନୁଯାୟୀ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଞ୍ଚଳର ସାମ୍ବାଦିକ ସି. ଏଚ ନରେଶ ଓ ଅନ୍ୟ କିଛି ସାମ୍ବାଦିକ ଏବଂ ତାଙ୍କର କିଛି ବନ୍ଧୁ ଏକ କାର ରେ ଯାଇ ମୁରଲୀଗୁଡା ଗ୍ରାମ ନିକଟରେ ବର୍ତ୍ତାଳାପ କରୁଥିବା ବେଳେ ଦୁଇଟି ମୋଟରସାଇକୋଲରେ ୫ଜଣ ଜଣ ଦୁର୍ବୁତ୍ତ ଆସି ହଠାତ ଆକ୍ରମଣ କରିଥିଲୋ ବୋଲି ସୂଚନା ମିଳିଛି l ଧାରୁଆ ଅସ୍ତ୍ର ରେ ଆକ୍ରମଣ ହୋଇଥିବା ବେଳେ ସି.ଏଚ ନରେଶଙ୍କ ହାତରେ ଗଭୀର ଆଘାତ ଲାଗି ସେ ଗୁରୁତର ଆହତ ହୋଇଥିଲେ। ଘଟଣା ସ୍ଥଳରୁ ସାମ୍ବାଦିକ ମାନଙ୍କ ଠାରୁ ନେଇ ଯାଇଥିବା କାରକୁ ମଧ୍ୟ ଦୁର୍ବୁତ୍ତ ଚଢ଼ାଇ ନେଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ନରେଶଙ୍କୁ ପ୍ରଥମେ ମୋଟୁ ସ୍ବାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା | ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା | ତେବେ ସେଠାରେ ଡାକ୍ତର ନରେଶ ଙ୍କୁ ମୃତ ଘୋଷଣା କରିଥିଲେ। ମୃତ ସାମ୍ବାଦିକକ ସହ କେଉଁମାନେ ଥିଲେ କିପରି ଘଟଣା ଘଟିଲା ତାର ତଦନ୍ତ କରୁଛି ପୋଲିସ ।

ଆଜି ଏହି ଘଟଣାକୁ ମାଲକାନଗିରି ଜିଲ୍ଲାର ଏସ.ୟୁ.ଯେ, ଓ.ୟୁ.ଯେ ଓ ଉତ୍କଳ ସଂଘର ସମସ୍ତ ସାମ୍ବାଦିକ ଯାହାକି ଜିଲ୍ଲାର ସାମ୍ବାଦିକ ସମ୍ମନୟ ସମିତି ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାର ଏସପିଙ୍କୁ ତିନି ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ଦୋଷୀଙ୍କୁ ଗିରଫ କରିବା, ମୃତ ସାମ୍ବାଦିକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର କ୍ଷତି ପୂରଣ ପ୍ରଦାନ କରିବା ଓ ଯୁଦ୍ଧକାଳୀନ ଭିତ୍ତିରେ ଓଡ଼ିଶାରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଦାବି କରାଯାଇଛି । ଏହି ଘଟଣା ମାଲକାନଗିରି ଜିଲ୍ଲା ବ୍ୟାପି ଚର୍ଚ୍ଚାର ବିଷୟ ହୋଇଛି ।

Spread the love