ଗୁପ୍ତେଶ୍ୱର ରାସ୍ତାରେ ବୋଲବମ ଗାଡି ଦୁର୍ଘଟଣା , ବୋଲବମ ଯାତ୍ରୀଙ୍କ ଗାଡି ସହ ଦମକଳ ଗାଡ଼ିର ଧକ୍କା,ଜଣେ ମୃତ ୨ ଗୁରୁତର ଆହତ ।

ପ୍ରତିଫଳନ ମିଡ଼ିଆ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କଲେ ।ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ଘୋଷଣା କଲେ

ଶ୍ରାବଣ ମାସ ପ୍ରଥମ ସୋମବାରରେ ଜଳ ଲାଗି କରିବାକୁ ଯାଉଥିଲେ ବୋଲ ବମ ଭକ୍ତ । ଅଧା ରାସ୍ତାରେ ଲିଭିଗଳା ଜୀବନ ଦୀପ ।ଦମକଳ ଗାଡ଼ି ସହ ଧକ୍କା ହେଲା ବୋଲବମ ଭକ୍ତଙ୍କ ଧରି ଯାଉଥିବା ଗାଡ଼ି । କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଗୁପ୍ତେଶ୍ୱର ସୁକନାଳ ଘାଟିରେ ଘଟିଛି ଦୁର୍ଘଟଣା। ଦୁର୍ଘଟଣା ରେ ଜଣେ ନାବାଳକ ମୃତ, ଦୁଇ ଗୁରୁତର,ମୃତକ କନ୍ଦଗୁଡାର ସାତ ବର୍ଷୀୟ ପର୍ଶୁରାମ ଦୁରିଆ ଏବଂ ଆହତ ନାବାଳକ ହେଇଛନ୍ତି ସେହି ଗାଁର ସହଦେବ ଦୁରୁଆ,ଏବଂ ପାଡୁଆ ଅଞ୍ଚଳର ମହିଳା ରଶ୍ମିତା ଖିଲ ବୋଲି ଜଣାପଡିଛି, ଆହତଙ୍କୁ ପ୍ରଥମେ ବୈପାରୀଗୁଡା ମେଡିକାଲକୁ ନିଆଯାଇଥିଲା ଅବସ୍ଥା ଅତି ଗୁରୁତର ଥିବାରୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି,ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଛି ।

Spread the love