ଗୋ ମାତାଙ୍କ ଉପରେ ଚଡକ, ମରିଗଲେ ୬ଟି ବଳଦ,ଗୋଟାଏ ଗାଈ, ଜଗୁଆଳି ଗୁରୁତର ।

ପ୍ରତିଫଳନ ମିଡ଼ିଆ

ମୃତ ଗୋରୁ ପାଳକଙ୍କୁ କ୍ଷତି ପୁରଣ ଓ ଆହତ ଗୋରୁଙ୍କୁ ଚିକିତ୍ସା ଯୋଗାଇଦେବାକୁ ସରପଞ୍ଚଙ୍କ ନିବେଦନ ।

ବର୍ଷା ସମୟରେ ଗଛ ତଳେ ଆଶ୍ରୟ ନେବା ବିପଦ ଘଟୁଛି।ଚଡକ ପଡ଼ି ବହୁ ଧନ ଜୀବନ ହାନି ଘଟୁଛି ।ଗଛ ଉପରେ ଚଡକ ପଡୁଥିବାରୁ ଗଛ ତଳେ ଆଶ୍ରୟ ନେଇଥିବା ମଣିଷ ଓ ଗୋରୁ ଗାଈ ଙ୍କ ଜୀବନ ଯାଉଛି।ଗୋରୁ ପଲ ଚରୁଥୁଲେ ।ହଠାତ ବର୍ଷା ଆସିଯିବାରୁ କିଛି ବଳଦ ଓ ଗାଈ ନିକଟରେ ଥିବା ଆମ୍ବ ଗଛ ମୂଳକୁ ଚାଲି ଆସି ଆଶ୍ରୟ ନେଇଥିଲେ ।ହେଲେ ହଠାତ୍ ପଡ଼ିଲା ବଜ୍ରପାତ।ମରିଗଲେ ୬ଟି ବଳଦ ଓ ଗୋଟାଏ ଗାଈ । ୫ ରୁ ଉର୍ଦ୍ଧ୍ବ ଗୋରୁ ଆହତ ହୋଇଥିବା ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲା, ଦଶମନ୍ତପୁର ବ୍ଲକ୍ ପାଇକ ଫୁଲବେଡ଼ା ସରପଞ୍ଚ ମହେଶ୍ୱର ଗାଦବା।

ଗଛ ଠାରୁ କିଛି ଦୂରରେ ଥିବା ଗୋରୁ ଜଗୁଆଳି ନକୁଳ ପ୍ରଧାନୀ ବଜ୍ରପାତ ପ୍ରଭାବରେ ଆସି ଗୁରୁତର ଆହତ ହୋଇ ଚେତାଶୁନ୍ୟ ହୋଇ ତଳେ ପଡ଼ି ଯାଇଥିଲେ। ଆହତ ଜଗୁଆଳିକୁ ପରିବାର ଓ ଗ୍ରାମବାସୀ ମାନେ ଉଦ୍ଧାର କରିଥିଲେ ।ଆମ୍ବୁଲାନ୍ସ ଯୋଗେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ୍ ହସପିଟାଲ ରେ ଭର୍ତି କରାଇଛନ୍ତି । ଗରିବ ଲୋକଙ୍କ ବଳଦ ଓ ଗାଈ ଗୁଡ଼ିକ ମାରିଥିବାରୁ ସେମାନଙ୍କୁ କ୍ଷତିପୁରଣ ଯୋଗାଇଦେବା ଓ ଆଉ କିଛି ଆହତ ହୋଇ ଅସୁସ୍ଥ ଅବସ୍ଥାରେ ଗାଁରେ ଥିବା ଗୋରୁ ମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ସରକାର ଓ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି ସରପଞ୍ଚ ମହେଶ୍ୱର ଗାଦବା। ଗଛ ମୂଳେ ଆଶ୍ରୟ ନେଇ ଚଡକ ପଡ଼ି ମରିବା ଘଟଣା ବଡି ଚାଲିଛି। ଏଥି ନେଇ ଚିନ୍ତା ପ୍ରକଟ କରିଛନ୍ତି ଜିଲ୍ଲାର ବୁଦ୍ଧିଜୀବି ଓ ସଚେତନ ନାଗରିକ ।ଏହାକୁ ରୋକିବା ସକାଶେ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା କରିବାର ଆବଶ୍ୟକତା ରହିଛି । ଏଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାର ବୁଦ୍ଧିଜୀବି ଓ ସଚେତନ ନାଗରିକ ସରକାର ଓ ପ୍ରଶାସନ କୁ ଅନୁରୋଧ କରିଛନ୍ତି

Spread the love