ଭୁବନେଶ୍ୱର ( ପ୍ରତିଫଳନ ମିଡ଼ିଆ)
ଚାରି ମାସ ପୂର୍ବରୁ ଘଟିଛି ଘଟଣା। ସାହସ କରି ପାରୁ ନଥିଲେ ପୀଡିତା। ଛାତ୍ର ନେତାଙ୍କ ନାଲି ଆଖିରେ ଚୁପ ହୋଇଥିଲେ। ରାଜ୍ୟ ସରକାରଙ୍କ ଏକ୍ସନ ମୁଡ଼ ଦେଖି ଛାତ୍ରୀ ସାହସ ଜୁଟାଇଲେ। ସାଧାରଣ ଲୋକଙ୍କ ସରକାର ମୋହନ ସରକାରଙ୍କ ତ୍ୱରିତ ନ୍ୟାୟ ବ୍ୟବସ୍ଥା ଜୁଟାଇଲା ସାହସ। ଥାନାରେ ଦେଲେ ଏତଲା। ଫଳରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ ହୋଇଛନ୍ତି । ୪ ମାସ ତଳେ ଜଣେ ୧୯ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଥଣ୍ଡା ପାନୀୟରେ ନିଶା ମିଶାଇ ସେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତକାଲି ସଂଧ୍ୟା ସାଢ଼େ ୮ଟାରେ ପୀଡ଼ିତା ମଞ୍ଚେଶ୍ୱର ଥାନାକୁ ଆସି ଅଭିଯୋଗ କଲା ପରେ ପୁଲିସ ତ୍ୱରିତ ଭାବେ ଉଦିତଙ୍କୁ ତାଙ୍କ ଘରୁ ଉଠାଇ ଆଣି ଗିରଫ କରିିଥିଲା । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଉଛି ।
କଂଗ୍ରେସ ଛାତ୍ର ନେତାଙ୍କ ନାରୀ ନିର୍ଯ୍ୟାତନା ଅଭିଯୋଗ ପରେ କଂଗ୍ରେସକୁ ଜୋରରେ ଝଟକା ଲାଗିଛି। ନାରୀ ନିର୍ଯ୍ୟାତନା ବୋଲି ଓଡିଶା କମ୍ପାଉଥିବା କଂଗ୍ରେସର ଛାତ୍ର ନେତା ଜଣେ ବଳତ୍କାର ଅଭିଯୋଗରେ ଗିରଫ ହେବା ଦଳକୁ ବେକ ଫୁଟ କୁ ନେଇଛି। ନିଜେ ଜଣଙ୍କୁ ଦୁଷ୍କର୍ମ କରି ଆଉ ଜଣେ ଝିଅର ନିର୍ଯ୍ୟାତନା ପାଇଁ ରାଜରାସ୍ତାକୁ ଓହ୍ଲେଇ କେଉଁ ଭାବମୂର୍ତ୍ତି ଦେଖାଉଛି କଂଗ୍ରେସ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। କଂଗ୍ରେସ ଏବେ ନୈତିକତା ହରାଇ ବସିଛି। ନେତାଙ୍କ ମୁହଁରେ ତୁଣ୍ଡି ଲଗେଇ ଦେଲେ ଛାତ୍ର ନେତା ଉଦିତ। କଂଗ୍ରେସର ନବଦୋୟରେ ଗ୍ରହଣ ଲାଗିଗଲା। ଏହି ଘଟଣା ପରେ କଂଗ୍ରେସ ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ସତ। କିନ୍ତୁ ସାଧାରଣରେ ମୁହଁ ଦେଖାଇବାକୁ ଉଦିତ ଆଉ କିଛି ଛାଡି ନାହାନ୍ତି। ଏବିଭିବି ପକ୍ଷରୁ ଏଥିନେଇ ଆନ୍ଦୋଳନ ଆରମ୍ଭ କରିଛି। କଂଗ୍ରେସ ରାଜ୍ୟରେ ପୁଣି ନିଜର ଗୌରବ ହରେଇ ବସିଛି।
ସରକାର ଏବେ ଅତୀତର ପ୍ରତିଟି ଘଟଣାକୁ ପୁଣି ଛାନଭିନ୍ନ ଆରମ୍ଭ କରୁଛି। ବିଭିନ୍ନ ମହାବିଦ୍ୟାଳୟ ରେ ପୂର୍ବରୁ ଅଭିଯୋଗ ହୋଇଥିବା ଘଟଣାର ଯାଞ୍ଚ ଆରମ୍ଭ ହୋଇଛି। ଯିଏ ଦୋଷୀ ଥିବ ତା ସ୍ଥାନ ଜେଲ ଘର ବୋଲି ବିଜେପି ସ୍ପଷ୍ଟ ଇଙ୍ଗିତ କରିଦେଇଛି। ମୋହନ ସରକାରରେ ଯେତେବେଳେ ନିଜ ନେତା ବର୍ତ୍ତି ପାରୁ ନାହାନ୍ତି ସେଠି ବାହାର ଲୋକଙ୍କ ଅବସ୍ଥା କଣ ହେଵ ବୋଲି ସାଧାରଣରେ ଜୋରସୋରରେ ଚର୍ଚ୍ଚା ଆରମ୍ଭ ହେଉଛି। ଏହି ଘଟଣା ପରେ ବିଜେଡିର ବି ଅଡୁଆ ବଢ଼ିବା ସମ୍ଭାବନା ସୃଷ୍ଟି ହୋଇଛି। ପୂରୁଣା ମାମଲା ଗୁଡ଼ିକ ଖୋଲିଲେ କିଛି ବିଜେଡ଼ି ନେତାଙ୍କ ନାମରେ ରହିଥିବା
ନିର୍ଯ୍ୟାତନା ଅଭିଯୋଗ ଅଡ଼ୁଆ ସୃଷ୍ଟି କରିପାରେ। କଂଗ୍ରେସ ଛାତ୍ର ନେତାଙ୍କ ଗିରଫ ପରେ । ଆଗକୁ ରାଜ୍ୟ ରାଜନୀତି ହଲଚଲ ହେଵ ବୋଲି ସାଧାରଣରେ ଚର୍ଚା ଜୋର ଧରିଛି।

