30ହଜାର ଟଙ୍କା ଲାଞ୍ଚ ନେଉଥିଲେ , ଲାଞ୍ଚୁଆ କନିଷ୍ଠ ରାଜସ୍ବ ସହାୟକ ସୌରଭ ତ୍ରିପାଠିକୁ ଧରିଲା ଭିଜିଲାନସ୍ ।

ଭୁବନେଶ୍ଵର ପ୍ରତିଫଳନ ମିଡ଼ିଆ

ଲୋକଙ୍କୁ ଠକୁଥୁଲେ ,ହଇରାଣ କରୁଥିଲେ । ଅଭିଯୋଗ କଲେ ମଧ୍ୟ ଲାଞ୍ଚୁଆ କନିଷ୍ଠ ରାଜସ୍ୱ ସହାୟକଙ୍କୁ ସୁଧାରିବାରେ ଭୁବନେଶ୍ୱର ଉପ ଜିଲ୍ଲାପାଳ ବା ଉପରିସ୍ଥ ଅଧିକାରୀ କିଛି କରୁନଥିଲେ। ଲୋକେ ଯେନତେନ ପ୍ରକାରେ ଉସୁରୁ, ନିଃଶ୍ବାସ ପକାଇ ଲୁହ ଗଡ଼ାଇ ଲାଞ୍ଚ ଦେଇ କାମ କରିବାକୁ ବାଧ୍ୟ ହେଉଥିଲେ। ହେଲେ ପାପର ଅନ୍ତ୍ ଘଟିଲା ।
ସାର୍ଟିଫିକେଟ କେସର ଫାଇଲ କୁ ଗତିଶୀଳ କରିବା ପାଇଁ 30 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ୍ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି । ରଙ୍ଗ ବୋଳା ଟଙ୍କା ଜବତ କରିବା ସହ ମାମଲା ରୁଜୁ କରି ଅଧିକା ତଦନ୍ତ କରୁଛି ଭିଜିଲାନସ୍ ।

ଚାକିରୀ କରି ଏକ ବର୍ଷ ହେବ କି ନାହିଁ। ନିଜର କର୍ମ ଓ କର୍ତ୍ତବ୍ୟ ପ୍ରତି ସଚେତନ ନାହାଁନ୍ତି କର୍ମଚାରୀ ଜଣକ । ସରକାର ଦରମା ଦେଉଛନ୍ତି । ତଥାପି ଧନ ଲୋଭ ମାନସିକତା ପ୍ରବଳ ।JRA ସୌରଭ ତ୍ରିପାଠୀ ଯୁବ କର୍ମଚାରୀ। ଲାଞ୍ଚ ନଦେଲେ କାମ କରୁନଥୁଲେ ବୋଲି ଅଭିଯୋଗ ହେଉଥୁଲା। କିଛି ଲାଞ୍ଚ ମିଳିଗଲେ ଅବିଳମ୍ୱେ ଖୁସିରେ କାମ କରୁଥିଲେ ।
30 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଲାଞ୍ଚ ଟଙ୍କା ମିଳୁ ନଥିଲା ବୋଲି ସାର୍ଟିଫିକେଟ କେଶ କାମ କରୁ ନଥିଲେ। ଦିନ ଗଡ଼ାଇ ଗଡ଼ାଇ ହଇରାଣ କରୁଥିଲେ। ରାଜଧାନୀ ଭୁବନେଶ୍ବରରେ ସବକଲେକଟର
କାର୍ଯ୍ୟାଳୟର ସାର୍ଟିଫିକେଟ ବିଭାଗରେ କାମ କରୁଥିବା ଲାଞ୍ଚୁଆ କରିତ କର୍ମା JRA ସୌରଭ ତ୍ରୀପାଠୀ ଉପରେ ଭିଜିଲାନସର ପଡିଲା ନଜର।

ସାର୍ଟିଫିକେଟ କେସ ଫାଇଲକୁ ଗତିଶୀଳ କରିବାପାଇଁ ଅଭିଯୋଗକାରୀଙ୍କ ଠାରୁ 30.000 ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଧରା ପଡିଲେ । ସୌରଭ ତ୍ରୀପାଠୀ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ଭିଜିଲାନସ୍ ।


ଉପରିସ୍ଥ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ନିକଟରେ ଦାବୀ କରିଛି ଭ୍ରଷ୍ଟାଚାର ବିରୋଧୀ ମଞ୍ଚ।

ସରକାର ପୋଷ୍ଟିଂ କଲାବେଳେ କର୍ମଚାରୀଙ୍କ ମାନସିକତା ଏବଂ କାର୍ଯ୍ୟ ଦକ୍ଷତା କୁ ଗୁରୁତର ସହ ବିଚାରକୁ ନେବା ଉଚିତ୍ । ବିଭାଗୀୟ ଅଧିକାରୀ ମାନେ ତଳିଆ କର୍ମଚାରୀ ଓ ଅଧିକାରୀ ମାନଙ୍କ ଉପରେ କଡା ନଜର ରଖିଲେ ଭିଜିଲାନସ୍ ପର୍ଯ୍ୟନ୍ତ ମାମଲା ଯିବ ନାହିଁ ।
ଲାଞ୍ଚୂଆ କର୍ମଚାରୀ ମାନଙ୍କୁ ତାଙ୍କ ଉପରିସ୍ଥ ଅଧିକାରୀମାନେ କୌଣସି ବିଶେଷ କାରଣରୁ ଘଣ୍ଟ ଘୋଡ଼ାଉ ଥିବାରୁ ଭିଜିଲାନସ୍ ହାତରେ ଧରାପଡୁ ଛନ୍ତି । ସେମାନଙ୍କ ଠାରୁ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତି ଜବତ ହେଉଥିବା ଦେଖିବାକୁ ମିଳୁଛି । ସରକାରୀ ସ୍ତରରେ ସ୍ତର ସ୍ତର ଥାକ ଥାକ ଅଧିକାରୀ ରହୁଛନ୍ତି ।ଅଥଚ ସାଧାରଣ ଜନତାଙ୍କ ସୁବିଧା ପ୍ରତି ଉପରିସ୍ଥ ଅଧିକାରୀମାନେ ଦୃଷ୍ଟି ଦେଉନାହାନ୍ତି । ଫଳରେ ତଳିଆ କର୍ମଚାରୀ ମାନଙ୍କ ଦ୍ବାରା ଶୋଷଣର ଶିକାର ହେଉଥିବା ଲୋକେ ଭିଜିଲାନ୍ସର ଦ୍ବାରସ୍ଥ ହେବାକୁ ବାଧ୍ୟ ହେଉଛନ୍ତି । ଭିଜିଲାନସ୍ ହାତରେ ଧରା ପଡ଼ୁଥିବା କର୍ମଚାରୀଙ୍କ ନିକଟରୁ ମଧ୍ୟ ବିପୁଳ ଆୟ ବର୍ହିଭୁତ ସମ୍ପତି ଠାବ ହେଉଥିବା ଭିଜିଲାନସ୍ ଦର୍ଶାଉଛି । ଭିଜିଲାନସ୍ ଦ୍ବାରା ଧରା ପଡ଼ୁଥିବା କର୍ମଚାରୀ ଙ୍କ ଉପରିସ୍ଥ ଅଧିକାରୀ ମାନଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଗଲେ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି ବୋଲି ବୁଦ୍ଧିଜୀବି ମାନେ ମତ ଦେଇଛନ୍ତି ।

Spread the love