ଭୁବନେଶ୍ୱର ପ୍ରତିଫଳନ ମିଡ଼ିଆ
ନାରୀ ସୁରକ୍ଷା ପାଇଁ କଂଗ୍ରେସ ପରେ ଏବେ ବିଜେଡ଼ି ଅଡ଼ୁଆରେ ପଡ଼ିଛି।
ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂଗେସ ନେତା ଗିରଫ ହେବା ପରେ ଏବେ ବିଜେଡିର ନେତାକୁ ଗିରଫ କରିଛି ପୋଲିସ ।
ନାରୀ ସୁରକ୍ଷା ପାଇଁ ବିଜେପି ସରକାରକୁ ଅଡ଼ୁଆରେ ପକାଇବାକୁ ଉଦ୍ୟମ ଚଳାଇଥିଲେ ଉଭୟ କଂଗ୍ରେସ ଓ ବିଜେଡି । ହେଲେ ନିଜ ଦଳର ନେତାମାନେ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ପରେ ଉଭୟ ଦଳ ଅଡ଼ୁଆରେ ପଡିଛନ୍ତି । ରାଜ୍ୟରେ ଉଭୟ ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି ।
ଆଜି ବିଜେଡ଼ି ନେତାଙ୍କୁ ଗିରଫ କରିଛି ପୋଲିସ । ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର ଅମରେଶ ଜେନାଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରିଛି ପୋଲିସ । ଦୁଷ୍କର୍ମ ଅଭିଯୋଗ ହେବାପରେ ପୋଲିସ ଗିରଫକୁ ଏଡ଼ାଇବା ପାଇଁ ଗତ କିଛି ଦିନ ଧରି କର୍ପୋରେଟର ଅମରେଶ ଜେନା ଆତ୍ମଗୋପନ କରି ରହିଥିଲେ । ପୋଲିସ ସନ୍ଧାନ କରି ନୀଳଗିରି ଅଞ୍ଚଳରୁ ଗିରଫ କରିଛି ବୋଲି ସୂଚନା ମିଳିଛି ।
୨୩ ଜୁଲାଇ ୨୦୨୫ରେ ଲକ୍ଷ୍ମୀସାଗର ଥାନାରେ ଜଣେ ୧୯ ବର୍ଷୀୟା ଯୁବତୀ ଅଭିଯୋଗ କରିଥିଲେ ଯେ ଅମରେଶ ଜେନା ସେପ୍ଟେମ୍ବର ୨୦୨୩ ରୁ ନାବାଳିକା ଥିବା ସମୟରେ ତାଙ୍କୁ ଯୌନ ଶୋଷଣ କରୁଥିଲେ। ପୀଡିତା ଅଭିଯୋଗ କରିଛନ୍ତି ଯେ ଜେନା ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେବା ପରେ ବିବାହର ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ କରି ଆସୁଥିଲେ । ଫେବୃଆରୀ ୨୦୨୪ ରେ ଦୁଇ ମାସର ଗର୍ଭଧାରଣ ହୋଇଥିବାବେଳେ ଗର୍ଭପାତ ପାଇଁ ବାଧ୍ୟ କରିଥିଲେ । ଏବଂ ଏଥି ନେଇ କାହାରି ଆଗରେ ପାଟି ଖୋଲିଲେ ବା କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଦ୍ୟମ କଲେ ତାଙ୍କୁ ଜୀବନରେ ମାରିଦେବା ବୋଲି ଧମକ ଦେଇଥିଲେ ବୋଲି ଅଭିଯୋଗ କରିଥିଲେ। ଜେନାଙ୍କ ବିରୁଦ୍ଧରେ ଗୁରୁତର ଅପରାଧ କରିଥିବା ଅଭିଯୋଗରେ ଭାରତୀୟ ନ୍ୟାୟ ସଂହିତା ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି, ଯେଉଁଥିରେ ବାରମ୍ବାର ବଳାତ୍କାର, ବଳପୂର୍ବକ ଗର୍ଭପାତ, ସାର୍ବଜନୀନ ଅଶ୍ଳୀଳତା ଏବଂ ଅପରାଧିକ ଧମକ ଅନ୍ତର୍ଭୁକ୍ତ। ଜଣେ ନାବାଳିକାଙ୍କ ଉପରେ ଯୌନ ନିର୍ଯାତନା ଦେଇଥିବାରୁ POCSO ଆଇନର ଧାରା ୬ ଅନୁଯାୟୀ ମଧ୍ୟ ତାଙ୍କ ବିରୋଧରେ ମାମଲା ଦରଜ ହୋଇଛି । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।
ବାଲେଶ୍ଵର ସମେତ କିଛି ସ୍ଥାନରେ ଘଟିଥିବା ଦୁଃଖଦ ଘଟଣାରେ ସରକାର ଦୋଷୀଙ୍କ ବିରୋଧରେ ତ୍ୱରିତ ପଦକ୍ଷେପ ନେଇ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି । ଦୋଷୀମାନଙ୍କୁ ଗିରଫ କରିଛନ୍ତି ।କିନ୍ତୁ ରାଜ୍ୟରେ ନାରୀ ଅସୁରକ୍ଷିତ ଅଭିଯୋଗ ଆଣି ବିଜେଡ଼ି ଓ କଂଗ୍ରେସ ଦଳ ଆଦିବାସୀ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଶାସନ ପଦ୍ଧତି ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିବାକୁ ଉଦ୍ୟମ ଚଳାଇଥିଲେ । ବିଜେପି ସରକାରକୁ ବଦନାମ କରିବା ପାଇଁ ବିରୋଧୀ ବିଜେଡ଼ି ଓ କଂଗ୍ରେସ ଦଳ ପକ୍ଷରୁ ଉଦ୍ୟମ ଜାରି ରହିଥିଲା । ନାରୀ ନିର୍ଯ୍ୟାତନା ଓ ଦୁଷ୍କର୍ମ ପ୍ରସଙ୍ଗ କୁ ନେଇ ଉଭୟ ବିଜେଡ଼ି ଓ କଂଗ୍ରେସ ଦଳ ସରକାର ବିରୋଧରେ ରାଜ୍ୟ ବ୍ୟାପୀ ରାସ୍ତାକୁ ଓହ୍ଲାଇଥିଲେ ।ସେହି ପ୍ରସଙ୍ଗରେ ନିଜେ ଛନ୍ଦି ହୋଇଯାଇଛନ୍ତି । ଦୁଷ୍କର୍ମ ଅଭିଯୋଗରେ ନିଜ ଦଳର ନେତା ଗିରଫ ହେବା ପରେ ବିଜେଡି ଓ କଂଗ୍ରେସ ଏବେ ବେକଫୁଟ ଆସିଯାଇଛନ୍ତି ।ସରକାର ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବଡୁଥୁବା ଦୃଷ୍ଟି ଗୋଚର ହେଉଛି ।

