ସରସ୍ବତୀ ଶିଶୁବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା,୪୧ ଜଣ ସଙ୍କୁଳସ୍ତରକୁ ମନୋନୀତ

ଟିକିରି (ପ୍ରତିଫଳନ ମିଡ଼ିଆ)

ରାୟଗଡ଼ା ଜିଲ୍ଲା ଟିକିରି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଚଳିତ ବର୍ଷ ର ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଶିଶୁ, ବାଲ ଏବଂ କିଶୋର ବର୍ଗରୁ ୫୫ ଜଣ ବିଦ୍ୟାର୍ଥୀ ଭାଗ ନେଇଥିଲେ। ବିଜ୍ଞାନ ପ୍ରକଳ୍ପ, ପ୍ରୟୋଗ, ପ୍ରଶ୍ନ ମଞ୍ଚ,ପତ୍ରବାଚନ, ମୂର୍ତ୍ତିକଳା, ନିବନ୍ଧ, କଥପୋ କଥନ ରୁ ୪୧ ଜଣ ବିଦ୍ୟାର୍ଥୀ ମୋନନିତ ହୋଇଛନ୍ତି। ସେମାନେ ଅଗଷ୍ଟ ମାସ ୧୧ ଓ ୧୨ ତାରିଖ ରେ ରାୟଗଡ ଜିଲ୍ଲା ଠାରେ ଅନୁଷ୍ଠିତ ହେବାକୁ ଥିବା ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରେ ଭାଗନେବେ। ଜ୍ଞାନ ବିଜ୍ଞାନ ମେଳା କୁ ଉତ୍କଳ ଆଲୁମିନା ପ୍ରକଳ୍ପ ମୁଖ୍ୟ ରବି ମିଶ୍ର ଏବଂ ମାନବ ସମ୍ବଳ ଅଧିକାରୀ ପିତାମ୍ବର ବେହେରା ଓ ପତଞ୍ଜଳୀ ଯୋଗ ପ୍ରଶିକ୍ଷକ ଜୟନ୍ତ ଗୁରୁ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ। ଅନୁଷ୍ଠାନ ର ପ୍ରଧାନ ଗୁରୁଜୀ ପୁଷ୍ପକେତୁ ସାହୁ ଙ୍କ ଦ୍ଵାରା ଅନୁଷ୍ଠିତ ଜ୍ଞାନ ବିଜ୍ଞାନ ମେଳା ରେ ଅଥିତି ରୂପେ ଯଦୁମଣି ସାହୁ ପରିଚାଳନା କମିଟି ସଭାପତି ସରୋଜିନୀ ନନ୍ଦ, ଉପସଭାପତି ନିରଞ୍ଜନ ନାୟକ,ସହ ସମ୍ପାଦକ ସୁଜିତ କୁମାର ନାୟକ, ସଦସ୍ୟ ମହେନ୍ଦ୍ର ସ୍ୱାଇଁ ଯୋଗଦେଇ କୃତିପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରିଥିଲେ। ଏଥିରେ ୮ ଜଣ ବିଚାରକ ଯୋଗ ଦେଇ ପ୍ରକଳ୍ପ ଗୁଡ଼ିକୁ ମନୋନୀତ କରିଥିଲେ। ଜ୍ଞାନ ବିଜ୍ଞାନ ମେଳା ରେ ଅନୁଷ୍ଠାନ ର ସମସ୍ତ ଗୁରୁମା ଗୁରୁଜୀ ସହଯୋଗ କରିଥିଲେ।

Spread the love