ଆଶା ରହିଗଲା ଅଧା, ଜଳ ଲାଗି ଜଳରେ ଭାସିଗଲେ କାଉଡ଼ିଆ

ଗୁଣୁପୁର (ପ୍ରତିଫଳନ ମିଡ଼ିଆ )

ଭାସି ଗଲେ କାଉଡିଆ | ଜଳ ଲାଗି କରିବା ଆଶା ରହିଗଲା ଅଧା |ରାୟଗଡା ଜିଲ୍ଲା – ପୁଟାସିଂ ଥାନା ଭୀମପୁର ପଞ୍ଚାୟତ ଦିନବନ୍ଧୁପୁର ନିକଟରେ ଜଣେ କାଉଡିଆ ମହେନ୍ଦ୍ର ତନୟା ନଦୀ ରୁ ପାଣି ଉଠାଇବା ବେଳେ ଭାସିଗଲେ। କାଉଡିଆ ଜଣକ ଗଜପତି ଜିଲ୍ଲା ର କେ . ଝାର୍ଲଂ ଗାଁ ର କାହ୍ନା ବିରିଦଳେଇ। ନିକଟସ୍ତ ଗ୍ରାମବାସିମାନେ ନଦୀ ରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ କାହ୍ନା ଙ୍କ ମୃତ୍ୟ ଶରୀର କୁ ଉଦ୍ଧାର କରିଥିଲେ । କିଛି କାଉଡିଆ ଗଜପତି ଜିଲ୍ଲାରୁ ଆସିଥିଲେ। ମହେନ୍ଦ୍ରତନୟାରୁ ପାଣି ଉଠାଇ ଭୀମପୁର ସ୍ଥିତ ଭୀମଶଙ୍କର ଜଳ ଲାଗି କରିଥାନ୍ତେ। ଘଟଣାସ୍ଥଳରେ ପୁଟାସିଂ ପୋଲିସ୍ ପହଂଚି ତଦନ୍ତ କରିଛି । ମୃତ ଦେହ କୁ ବ୍ୟବଚ୍ଛେଦ ପାଇଁ ଗୁଣପୁର ଅଣା ଯାଇଚି | ତେବେ ସମସ୍ତ 30 ଜଣ କାଉଡିଆ ଏକ ଗାଁ ରୁ ଆସିଥିଲେ |

Spread the love